ଜାଦୁ ବାଲା ବାଲି- ଗରମ କଲେ ସୁନା ହୋଇଯିବ,ଏମିତି କହି ସୁନାଦୋକାନୀଙ୍କ ଠାରୁ ଠକିଲେ ୫୦ ଲକ୍ଷ

ପୁନେ- ଠକିବାର ଆଉ ଏକ ତରିକା । ସେ ପୁଣି ସୁନା ବେପାରୀଙ୍କୁ । ସବୁ ବେଳେ ସୁନା ଚିହ୍ନୁଥିବା ସୁନା ଦୋକାନୀ ଠକାମୀର ଶିକାର ହୋଇଛନ୍ତି । ସୁନାଦୋକନୀଙ୍କୁ ବାଲି ଗରମ କଲେ ସୁନା ହୋଇଯିବ କହି ୫୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବାଲି ହେଉଛି ଜାଦୁବାଲା ବାଲି । ଗରମ କଲେ ହୋଇଯିବ ସୁନା । ସେତିକି କେବଳ କହି ନଥିଲେ । ଦୁର୍ବୃତ୍ତମାନେ ଡେମୋ କରି ଦେଖାଇଥିଲେ। ଏହି ଘଟଣା ପୁନେର ବକୌଲରେ ଘଟିଛି । ସୁନା ଦୋକାନୀଙ୍କୁ ଠକ ଆସି ବାଲି ଗରମ କଲେ ସୁନା ହୋଇଯାଉଛି ବୋଲି କହିଥିଲେ । ବିଶ୍ୱାସ ନ ହେବାରୁ ତାଙ୍କୁ କିଛି ବାଲି ଗରନ କରି ଦେଇଖାଇଥିଲେ । ସେଥିରୁ ସୁନା ବାହାରି ଥିଲା । ସୁନା ଦୋକାନି ନେଇ ଏହାକୁ ଯାଞ୍ଚ କରାଇଥିଲେ । ଏହା ସୁନାଥିଲା। ହେଲେ ଦୁର୍ବୃତ୍ତ ଚଞ୍ଚକତା କରି ଏପରି କରିଛନ୍ତି ବୋଲି ସବୁ ବେଳେ ସୁନା ବେପାର କରୁଥିବା ଦୋକାନୀ ଜାଣି ପାରି ନଥିଲେ ।
ସୁନା ଦୋକାନୀଙ୍କୁ ୪ କିଲୋ ବାଲି ଦେଇଥିଲେ । ଡେମୋ ଦେଖାଇବା ବେଳେ ସୁନା ଦୋକାନୀବି ଏହା ସତ ବୋଲି ମାନି ନେଇଥିଲେ । ୪ କିଲୋ ବାଲି ପାଇଁ ସୁନାଦୋକାନୀ ଦେଇଥିଲେ୨୦ ଲକ୍ଷ ଟଙ୍କା ଏବଂ ୩୦ ଲକ୍ଷ ଟଙ୍କାର ସୁନାଗହଣା ଦେଇଛନ୍ତି । ଏହି ବାଲି ବଙ୍ଗଳାରୁ ଆସିଛି । ସ୍ୱତନ୍ତ୍ର ଧରଣର ବାଲି । ଏହି ବାଲି ଗରମ କଲେ ସୁନା ହେବ । । ଏହି ବାଲିକୁ କିପରି ଗରମ କରାଯିବ ସେ ବିଷୟ ଦୋକାନୀଙ୍କ ସାମ୍ନାରେ ଡେମୋ କରି ଦେଖାଇଥିଲେ ।
ଲୋଭରେ ଗହଣା ଦୋକାନୀ ୪ କିଲୋ ବାଲି ରଖିଥିଲେ । ଏଥିପାଇଁ ୫୦ ଲକ୍ଷ ଟଙ୍କା ଦେଇଥିଲେ । ସେ ବର୍ଷେ କାଳ ଏହାକୁ ଟ୍ରେଜେରିରେ ଲୁଚାଇ କରି ରଖିଥିଲେ । କାହାର ସନ୍ଦେହ ହେବ ନାହିଁ ବୋଲି ବର୍ଷେ ପରେ କାଢି ଗରମ କରିଥିଲେ । ହେଲେ ଜାଦୁ ବାଲା ବାଲିକୁ ଯେତେ ଗରମ କଲେ ବି ସେଥିରୁ ସୁନା ବାହାରିଲା ନାହିଁ । ଶେଷକୁ ସୁନାଦୋକାନୀ ଜଣଙ୍କ ପୋଲିସ୍ରେ ଏବିଷୟରେ ଖବର ଦେଇଥିଲେ । ସେ ଜଣଙ୍କ ନାମରେ ଏବେ ମାମଲା ରୁଜୁ କରିଛନ୍ତି ।
ଠକ ପ୍ରଥମେ ଦୋକାନୀ ସହ ବନ୍ଧୁତା କରିଥିଲା । ପରେ ତାଙ୍କ ଘର ଲୋକ ସହ ବନ୍ଧୁତା କରି ତାଙ୍କୁ କ୍ଷୀର ଛେନା ଏବଂ ବିଭିନ୍ନ ଦୁଗ୍ଧଜାତ ଜିନିଷ ଦେଇଥିଲେ । ପରେ ବଙ୍ଗଳାରୁ ଆସିଥିବା ବାଲିରୁ ସୁନା ବାହାରୁ ଥିବା କଥା କହିଥିଲା । ସୁନା ଦେକାନୀର ପରିବାର ଲୋକ ବି ତା କଥାରେ ପଡିଥିଲେ । ସେ ପ୍ରଥମେ ୨୦ ଲକ୍ଷ ଟଙ୍କା ଏବଂ ପରେ ୩୦ ଲକ୍ଷ ଟଙ୍କାର ଗହଣ ଦେଇଥିଲେ । ଏବେ ପୋଲିସ ଠକର ତଲାସରେ ।