ପ୍ରମୁଖ ଖବର
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ଆଜି ବିଜ୍ଞପ୍ତି: ୨୫ ଯାଏ ନାମାଙ୍କନ, ମେ ୧୩ରେ ମତଦାନ
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

ଗଛ ଡାଳରୁ ଏଠାରେ ହେଉଛି ପକ୍ଷୀଙ୍କର ସୃଷ୍ଟି, ଜାଣନ୍ତୁ ଏହାର ରହସ୍ୟ...

ନୂଆଦିଲ୍ଲୀ,୩୧।୩: ଯଦି ଆମେ କହିବା ଗଛରୁ ପକ୍ଷୀ ସୃଷ୍ଟି ହେଉଛି, ତେବେ ଆପଣ ନିହାତି ପକ୍ଷେ ଆଶ୍ଚର୍ଯ୍ୟ ହୋଇଯିବେ। କହିବେ ଏହା ଏକ ଅବାସ୍ତବ କଥା। କିନ୍ତୁ ଏହି ଗଛର ଡାଳକୁ ଭଲ ଭାବରେ ଦେଖିଲେ ଜାଣିପାରିବେ ଏଥିରେ ଏକ ସୁନ୍ଦର ଗୋଲପୀ ରଙ୍ଗର ପକ୍ଷୀ ବସିଛି। ଆପଣ ଗୋଲାପୀ ଓ ସୁନ୍ଦର ମଙ୍ଗୋଲିଆନ୍ ଫୁଲକୁ ଯଦି ଦୂରରୁ ଦେଖିବେ ତେବେ ଆପଣଙ୍କୁ ଲାଗିବ ସେଠାରେ କୌଣସି ସୁନ୍ଦର ଓ ଗୋଲାପୀ ରଙ୍ଗର ପକ୍ଷୀ ବସିଛି। ଋତୁରାଜ ବସନ୍ତ ଋତୁରେ ମଙ୍ଗୋଲିଆନ୍ ଫୁଲକୁ ଦେଖିବାର ଅନୁଭୂତି  କିଛି ଭିନ୍ନ। ସୋସିଆଲ ମିଡିଆରେ ଆଜିକାଲି ଏହି ମଙ୍ଗୋଲିଆନ ଫୁଲର ଫଟୋ ଭାଇରାଲ ହେବାରେ ଲାଗିଛି।

{"id":9977,"width":750,"height":563}
source: https://www.bhaskar.com

ଏହି ଫଟୋ ଚୀନ ବେଜିଂର, ଫଟୋକୁ ଦେଖିକି ଏଭଳି ଲାଗୁଛି କୌଣସି ପାର୍କର ଗଛ ଉପରେ ଗୋଲାପୀ ରଙ୍ଗର ପକ୍ଷୀ ସବୁ ଏକାଠି ହୋଇ ବସିଛନ୍ତି। ମଙ୍ଗୋଲିଆନ ଗଛ ଚୀନର ଉତ୍ତର ଏବଂ  ଆମେରିକାର ଦକ୍ଷିଣ ଭାଗରେ ମଧ୍ୟ ଦେଖିବାକୁ ମିଲେ। ଏହି ଫୁଲର ବାସ୍ନା ମଧ୍ୟ ଖୁବ୍ ସୁନ୍ଦର। ଏହାର ଉଚତା ୧ରୁ ୨୦ ମିଟର ପର୍ଯ୍ୟନ୍ତ ହୋଇଥାଏ। ଶୁଦ୍ଧତା, ବସନ୍ତ, ଆକର୍ଷଣ ଓ ସୁନ୍ଦରତାର ପ୍ରତୀକ ହେଉଛି ମଙ୍ଗୋଲିଆନ୍ ଫୁଲ।

{"id":9978,"width":746,"height":560}
source: https://www.bhaskar.com

ଯଦି ପ୍ରଥମ ଥର ପାଇଁ ଏହି ଫଯୋକୁ ଦେଖିବେ ତେବେ ଚିହ୍ନିବା ଖୁବ୍ କଷ୍ଟକର ହୋଇପଡିବ। ଏହା ଫୁଲ କିମ୍ବା ପକ୍ଷୀଙ୍କର ଦଳ। ଉଲ୍ଳେଖନୀୟ ଯେ ମଙ୍ଗୋଲିଆନ ଗଛ ଖୁବ୍ କୋମଳ, ଏହାକୁ ବଢାଇବା ପାଇଁ ଖୁବ୍ ପରିଶ୍ରମ କରିବାକୁ ପଡିଥାଏ। ଠିକ୍ ଭାବରେ ଏହାର ଯତ୍ନ ନନେଲେ ଗଛ ନଷ୍ଟ ହୋଇଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.