୧୨ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେବେ ମହାଭାରତର ‘କୃଷ୍ଣ’, ସମ୍ପର୍କ ବିଛେଦ ନେଇ ଦେଲେ ସୂଚନା

ନୂଆଦିଲ୍ଲୀ, ୧୮/୧: ପ୍ରସିଦ୍ଧ ଟିଭି ସିରିଏଲ ମହାଭାରତର ‘କୃଷ୍ଣ’ ଚରିତ୍ରରେ ଅଭିନୟ କରୁଥିବା ନୀତୀଶ ଭରଦ୍ବାଜ ସ୍ତ୍ରୀ ସ୍ମିତାଙ୍କଠାରୁ ଅଲଗା ହୋଇଯାଇଛନ୍ତି । ଉଭୟେ ବିବାହର ୧୨ବର୍ଷ ପରେ ନିଜ ନିଜ ରାସ୍ତା ଅଲଗା କରିଛନ୍ତି । ଏହି ବିଷୟରେ ସୂଚନା ନିଜେ ନୀତୀଶ ଭରଦ୍ବାଜ ଦେଇଛନ୍ତି । ଏବେ ସ୍ମିତା ଇନ୍ଦୋରରେ ନିଜର ଦୁଇ ଝିଅଙ୍କ ସହ ରହୁଛନ୍ତି ।
ବମ୍ବେ ଟାଇମ୍ସ ସହ ନୀତଶ କଥା ହେବା ସମୟରେ ସ୍ତ୍ରୀ ସ୍ମିତାଙ୍କଠାରୁ ଅଲାଗ ହେବା କଥା ସ୍ବୀକାର କରିଛନ୍ତି । ସେ କହିଛନ୍ତି କି ମୁଁ ଡିଭର୍ସ ଲାଗି ୨୦୧୯ରେ ମୁମ୍ବାଇ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲି । ମୁଁ ଆଉ ଭିତରକୁ ଯିବାକୁ ଚାହୁଁନି ଯେ ଆମ ବିଛେଦର କାରଣ କ’ଣ ଅଟେ । ଏହି ସମୟରେ ମାମଲା କୋର୍ଟରେ ଅଛି । ମୁଁ କେବଳ ଏତିକି କହିପାରିବି କି ବେଳେବେଳେ ଡିଭର୍ସ ମୃତ୍ୟୁଠାରୁ ବି ଅଧିକ କଷ୍ଟ ଦେଇଥାଏ । ବିଶେଷ କରି ଆପଣ ଯେତେବେଳେ ଏକୁଟିଆ ରହୁଛନ୍ତି ।
ନୀତିଶ କୁହନ୍ତି କି ମୁଁ ବିବାହ ଭଳି ସଂସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା କରିଥାଏ, ମାତ୍ର ମୁଁ ସଫଳ ରହିଲି ନାହିଁ । ବିବାହ ବିଛେଦର ଅନେକ କାରଣ ହୋଇପାରେ । ବେଳେବେଳେ ଏହା ଜିଦି ଏବଂ ସହାନୁଭୂତି କମ୍ ଥିବା କାରଣରୁ ହୋଇଥାଏ । ଅନ୍ୟପଟେ ପ୍ରାୟ ସମୟରେ ଅହଙ୍କାର ଏବଂ ସବୁବେଳେ ନିଜ ବିଷୟରେ ଭାବିବାର ପରିଣାମ ଏହା ହୋଇଥାଇପାରେ । ମାତ୍ର ଯେତେବେଳେ ପରିବାର ଭାଙ୍ଗିଥାଏ ତ ସବୁଠାରୁ ବେଶି ପ୍ରଭାବ ପିଲାମାନଙ୍କ ଉପରେ ପଡ଼ିଥାଏ । ଏଭଳି ପରିସ୍ଥିତିରେ ବାପା ମା’ଙ୍କୁ ଏହା ସୁନିଶ୍ଚିତ କରିବାର ଦାୟିତ୍ବ ଅଛି ଯେ ଏହାର କୌଣସି ପ୍ରଭାବ ଯେପରି ପିଲାଙ୍କ ଉପରେ କମ୍ ମାତ୍ରାରେ ପଡ଼େ ।
ଏହି ସାକ୍ଷାତକାର ସମୟରେ ନୀତିଶଙ୍କୁ ପଚରାଯାଇଥିଲା କି ଆପଣଙ୍କ ଝିଅମାନଙ୍କ ସହ କଥାବାର୍ତ୍ତା ଚାଲିଛି । ଏହାର ଉତ୍ତରରେ ସେ କହିଛନ୍ତି କି ମୁଁ ଏ ସମ୍ପର୍କରେ ଏବେ କିଛି କହିବାକୁ ଚାହୁଁନାହିଁ ସେମାନଙ୍କ ସହ ଭେଟ କରିପାରୁଛି କି ନାହିଁ । ମୁଁ ଅନେକ ଥର ସ୍ମିତାଙ୍କ ସହ କଥା ହେବାକୁ ଚେଷ୍ଟା କରିଛି, ମାତ୍ର ସେ ମ୍ୟାସେଜର କୌଣସି ଜବାବ ଦେଉନାହାନ୍ତି ।