ଦୂରଦର୍ଶନର ଲୋକପ୍ରିୟ ଧାରାବାହିକ ‘ମହାଭାରତ’ର ଶେଷ ଦିନର ଦୃଶ୍ୟ ରହିଥିଲା ଖୁବ୍ ଆବେଗଭରା,ବହୁ ବର୍ଷ ପରେ ଭାଇରାଲ ହେଲା ଏହି ଭିଡିଓ

ନୂଆଦିଲ୍ଲୀ,୨୫।୮: ଦୂରଦର୍ଶନର ପ୍ରସିଦ୍ଧ ଟିଭି ସିରିୟଲ ‘ମହାଭାରତ’ ନବେ ଦଶକର ସବୁଠାରୁ ଅଧିକ ଲୋକପ୍ରିୟ ସିରିୟଲ ପାଲଟିଥିଲା। ୧୯୮୮ରେ ଏହି ସିରିୟଲ ଆରମ୍ଭ ହୋଇଥିବା ବେଳେ ଏହାର ୯୪ଟି ଏପିସୋଡ୍ ସୁଟିଂ କରାଯାଇଥିଲା ଓ ଏହାକୁ ଟିଭିରେ ବହୁବାର ପ୍ରସାରିତ କରାଯାଇଥିଲା। ତେବେ ଜାଣନ୍ତି କି ଏହି ସିରିୟଲର ଶେଷ ଏପିସୋଡ ଏହାର କଳାକାରଙ୍କ ପାଇଁ ରହିଥିଲା ଖୁବ୍ କଠିନ ଓ ଆବେଗଭରା। କାରଣ ସୁଟିଂ ସମୟରେ କଳାକାରଙ୍କ ଭିତରେ ସୃଷ୍ଟି ହୋଇଯାଇଥିଲା ଖୁବ୍ ଭଲ ସମ୍ପର୍କ। ତେଣୁ ଯେଉଁ ଦିନ ଏହି ସିରିୟଲ ଶେଷ ହୋଇଥିଲା କଳାକାରମାନେ ପରସ୍ପରକୁ କାନ୍ଦିକାନ୍ଦି ବିଦାୟ ଦେଇଥିଲେ। ଶେଷ ଦିନର ଏକ ଭିଡିଓ ବଲିଉଡ ଡାଇରେକ୍ଟ ନାମକ ଟ୍ବିଟର ହ୍ୟାଣ୍ଡେଲରୁ ଏବେ ସେୟାର କରାଯାଇଛି।

ମହାଭାରତ ଟିଭି ଶୋ’ର ସେହି ସମୟ ଥିଲା ଯେତେବେଳେ ସହର ବ୍ୟତୀତ ଗାଁର ଦୂର ଦୂରାନ୍ତ ଅଞ୍ଚଳରେ ମଧ୍ୟ ଲୋକମାନେ ଟ୍ରାକ୍ଟରର ବ୍ୟାଟେରି କନେକ୍ସନ କରି ଟିଭିରେ ମହାଭାରତ ଦେଖୁଥିଲେ। ଗାଁର ସବୁ ଲୋକେ ଯେପରିକି ପିଲାଙ୍କ ଠାରୁ ନେଇ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଏକାଠି ଗହଳି ଲଗାଇ ଟିଭି ଦେଖୁଥିଲେ।

ମହାଭାରତ ସେହି ସିରିୟଲ ଥିଲା ଯାହାକି ମୁକେଶ ଖାନ୍ନାଙ୍କୁ ଷ୍ଟାର ବନାଇ ଦେଇଥିଲା। ମୁକେଶ ଖାନ୍ନା ଏହି ସିରିୟ୍ରଲରେ ଭୀଷ୍ମ ପିତାମହ ଭୂମିକାରେ  ଅଭିନୟ କରିଥିଲେ ଓ ଏହାପରେ ସେ ଯେଉଁଠିକୁ ଯାଉଥିଲେ ଲୋକମାନେ ତାଙ୍କର ପାଦ ଛୁଇଁ ଆର୍ଶିବାଦ ନେଉଥିଲେ। ରବି ଚୋପ୍ରାଙ୍କ ନିର୍ଦେଶନାରେ ତିଆରି ହୋଇଥିବା ଏହି ଶୋ’ ସୁଟିଂର ଶେଷ ଦିନର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ଭିଡିଓରେ ଦେଖିବାକୁ ମିଳୁଛି ସମସ୍ତ କଳାକାର ଖୁବ୍ ଇମୋସନାଲ ହୋଇପଡିଛନ୍ତି। ଅଭିନେତାମାନେ ପରସ୍ପରକୁ ଆଲିଙ୍ଗନ କରିବା ସହିତ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ଦୀର୍ଘ ଦିନ ଧରି ଏକାଠି କାମ କରିବା ପରେ ସବୁ କଳାକାରଙ୍କର ପରସ୍ପର ପ୍ରତି ଖୁବ୍ ଭଲପାଇବା ରହିଥିଲା। ଏହାଛଡା ଭିଡିଓର ବ୍ୟାକ୍ ଗ୍ରାଉଣ୍ଡରେ ଏକ ଗୀତ ବାଜୁଛି, ତାହା ହେଲା ’କର୍ମ ହିଁ ଗୀତାର ଉପଦେଶ, ମହାଭାରତ ହିଁ ଶାନ୍ତିର ବାର୍ତ୍ତା’।

ମୁକେଶ ଖାନ୍ନା, ନିତୀଶ ଭରଦ୍ବାଜ, ଗଜେନ୍ଦ୍ର ଚୌହାନ ଓ ପଙ୍କଜ ଧୀର ଭିଡିଓରେ ଖୁବ୍ ଇମୋସନାଲ ହୋଇପଡିଥିବାର ଦେଖିବାକୁ ମିଳୁଛି। ସୁଟିଂ ସେଟରେ ଜମି ହୋଇ ରହିଥିବା କଳାକାରଙ୍କ ଆଉଟଫିଟ୍ ଓ ତାଙ୍କର ମେକଅପ୍ ଜିନିଷ ଆଦି ଏହି ଭିଡିଓରେ ମଧ୍ୟ ଦେଖିବାକୁ ମିଳୁଛି। ମହାଭାରତକୁ ଦୂରଦର୍ଶନର ସବୁଠାରୁ ଚର୍ଚ୍ଚିତ ଓ ଲୋକପ୍ରିୟ ଧାରାବାହିକ ବୋଲି କୁହାଯାଏ। ଦୂରଦର୍ଶନର ମହାଭାରତଙ୍କ ପରେ ବହୁ ନିର୍ମାତା ଓ ନିର୍ଦେଶକ ମହାଭାରତ ତିଆରି କରିଥିଲେ କିନ୍ତୁ ତାହା ସେତେ ସଫଳ ହୋଇପାରିନଥିଲା ଯେତିକି ରବି ଚୋପ୍ରାଙ୍କ ମହାଭାରତ ହୋଇଥିଲା।ଏକତା କପୁରଙ୍କ ଦ୍ବାରା ତିଆରି କରାଯାଇଥିବା ମହାଭାରତକୁ ନିଜର ଫେସବୁକ୍ ପେଜରେ ମୁକେଶ ଖାନ୍ନା ଖୁବ୍ ନିନ୍ଦା କରିଥିଲେ।

   ସମ୍ବନ୍ଧିତ ଖବର


ଜନ୍ମଦିନ ପାଳିଲେ ନାହିଁ ଆୟୁଷ୍ମାନ

ଦୀପିକାଙ୍କ ବିପକ୍ଷରେ ସ୍କ୍ରିନ୍‌ ସେୟାର କରିବେ କାରୱା

ସୁଟିଂ ସେଟ୍‌କୁ ଫେରିଲେ ପୂଜା

ଆକ୍ସନ୍‌ ଥ୍ରୀଲରରେ ଆସିବେ ଆଦିତ୍ୟ

ବର୍ଷା-ଅନୁଭବ ବିବାହ-ବିବାଦ:ବର୍ଷା ଗଲେ ସୁପ୍ରିମ୍‌କୋର୍ଟ

କମେଡିରେ ଆଗ୍ରହ-ପଟାଖା ସାନ୍ୟା ମଲହୋତ୍ରା