ଗୁମ୍ଫାରୁ ମିଳିଲା ମହାଭାରତ ସମୟର ବିମାନ ! ରହସ୍ୟମୟ ଘଟଣା ଦେଖି ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ

ଆଫଗାନିସ୍ତାନ – ଆମର ଧର୍ମ ଗ୍ରନ୍ଥରେ ଅନେକ ସ୍ଥାନରେ ବିମାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇଛି । କୁବେରଙ୍କ ପାଖରେ ମନର ଇଚ୍ଛା ଅନୁସାରେ  ଚାଲୁଥିବା ବିମାନ ମଧ୍ୟ ଥିଲା । ଯାତ୍ରୀଙ୍କ ସଂଖ୍ୟା ଅନୁସାରେ ଏହାର ଆକାର କମ୍‌ , ବେଶୀ ମଧ୍ୟ ହୋଇଯାଉଥିଲା । କିଛି ବର୍ଷ ପୂର୍ବେ କନ୍ଧାରରେ ଆମେରିକା ସୈନିକଙ୍କ ଏକ ଗୁମ୍ଫାରେ  ଏକ ପ୍ରାଚୀନ ଯନ୍ତ୍ର ମିଳିଥିଲା , ଯାହାକି ବିମାନ ଭଳି ଥିଲା।

ଆମେରିକା ସୈନିକଙ୍କ ରିସର୍ଚ୍ଚ ତ କିଛି ଅଲଗା ଥିଲା , କିନ୍ତୁ ଯାହା ସେ ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ। ଏହି ଗୁମ୍ଫାରେ ଯେବେ ଏହି ସୈନିକମାନେ ପଶିଥିଲେ ସାମନାରେ ଏକ ବଡ଼ ଯାହାକି  କୌଣସି କାହାଣୀରେ କୁହାଯାଇଥିବା ଭଳି ବିମାନ ଥିଲା । କିଛି ସମୟ ପରେ ସେଠାରେ ଟାଇମ୍‌ ଜୋନ୍‌ ଆକ୍ଟିଭ୍‌ ହୋଇଗଲା  ଏବଂ ୮ ଜଣ ସୈନିକ ହଠାତ୍‌ ଅଦୃଶ୍ୟ ହୋଇଯାଇଥିଲେ। ଏମିତି ବିମାନ ମହାଭାରତରେ କୁହାଯାଇଥିବା ବିମାନ ପରି ଥିଲା । ଖାସ୍‌ କଥା ହେଲା ଏହାକୁ ଯେତେବେଳେ ସକ୍ରିୟ କରାଗଲା ଏଥିରୁ ତୀବ୍ର ପ୍ରକାଶ ବାହରି ଥିଲା ।

ଆପଣଙ୍କର ଏହା ବି ମନେଥିବ , ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌କୁ ଖୋଜିବା ପାଇଁ ଆମେରିକା କେତେ ସଂଘର୍ଷ ପୂର୍ଣ୍ଣ ଅପରେସନ ଚଳାଇଥିଲା । ପାଖାପାଖି ୧୦ ବର୍ଷ  ଲାଗିଯାଇଥିଲା ଆମେରିକାକୁ ଲାଡେନ୍‌କୁ ଖୋଜିବାରେ । ଏହି ସର୍ଚ୍ଚ ଅପରେସନରେ ଆମେରିକା ସୈନିକଙ୍କୁ ପୌରାଣିକ ଇତିହାସ ସହ ଜଡ଼ିତ ସେହି ଯନ୍ତ୍ର ମିଳିଲା , ଯାହା ସମସ୍ତଙ୍କ ପାଇଁ ଉତ୍ସୁକତାର କେନ୍ଦ୍ର ଥିଲା ।

ବାସ୍ତବିକ୍ ସୈନିକଙ୍କୁ କନ୍ଧାରର ଏକ ଗୁମ୍ଫାରୁ ମିଳିଲା ଏକ ଅଦ୍ଭୁତ ବିମାନ  ।  ଏହାର ସୂଚନା  ବୈଜ୍ଞାନିକଙ୍କୁ ଯେବେ ମିଳିଲା କି ଏକ ଆଶ୍ଚର୍ଯ୍ୟକର ସତ ସାମନାକୁ ଆସିଥିଲା । ଏହି ବିମାନର ଲମ୍ୱ ୧୨ ଫୁଟ ଥିଲା ।

 ଆଉ ଏମତି ଏକ ବିମାନର ଉଲ୍ଲେଖ୍ୟ ମହାଭାରତ ଯୁଗର କଥା ଓ କାହାଣୀମାନଙ୍କରେ ଦେଖିବାକୁ ମିଳେ ।  ଯେଉଁଥିରେ କୁହାଯାଇଛି କି  ୪ଟି ଡେଣା ଥିବା ୧୨ ଫୁଟର ଏକ ବିମାନ ।  ଏହାର ଡେଣାଗୁଡ଼ିକରେ ଅନେକ ଅସ୍ତ୍ର ଲାଗିଛି , ଯାହା ଯୁଦ୍ଧ ସମୟରେ  ଶତ୍ରୁଙ୍କୁ ବିନାଶ କରିବାରେ ପର୍ଯ୍ୟାପ୍ତ ଥିଲା ।  

   ସମ୍ବନ୍ଧିତ ଖବର


୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର

୩ ଘଣ୍ଟାରେ ବଦଳିଗଲା ଫଳ ବିକୁଥିବା ପ୍ରୀତିଙ୍କ ଭାଗ୍ୟ, ପିଏମଙ୍କ ଆଦେଶରେ ପହଞ୍ଚିଗଲା ସାହାଯ୍ୟ

ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ

କଥା ହେଲାନି ବୋଲି…ପୂର୍ବତନ ପ୍ରେମିକ ଉପରେ ରାଗି ଗଲା ପ୍ରେମିକା, ଢାଳି ଦେଲା ଏସିଡ୍‌

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ପ୍ରତି ମିନିଟରେ Linkedin ଦେଉଛି ୩ ଜଣଙ୍କୁ ଚାକିରି: ମାଇକ୍ରୋସଫ୍ଟ ସିଇଓ