PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରଉତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ଅସୁରକ୍ଷିତ ମହାରାଜା ସିନେମା ହଲ୍‌; କାମ କରୁନି ସିସି କ୍ୟାମେରା, ରହୁନାହାନ୍ତି ସୁରକ୍ଷାକର୍ମୀ, ମହିଳାଙ୍କୁ ଅସଦାଚରଣ କରୁଛନ୍ତି, ଅସାମାଜିକଙ୍କୁ ପ୍ରଶ୍ର୍ରୟ ଦେଉଛନ୍ତି ହଲ୍‌ କର୍ତ୍ତୃପକ୍ଷ

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଫିଲ୍ମ ଦେଖିବାକୁ ମହାରାଜା ସିନେମା ହଲ୍‌ ଯାଉଛନ୍ତି କି? ସାଙ୍ଗରେ ସହ କେହି ମହିଳା ବାନ୍ଧବୀ କି ସମ୍ପର୍କୀୟା ଅଛନ୍ତି କି? ସାବଧାନ । ଆପଣଙ୍କ ସହ ଥିବା ମହିଳାଙ୍କୁ ଅସଦାଚରଣ ହୋଇପାରେ । ଆପଣଙ୍କ ଉପରେ ବିଧା, ଗୋଇଠା ବର୍ଷିପାରେ । ଏ କଥା ଆମେ କହୁନୁ, ଦୈନିକ ଏଭଳି ଘଟଣା ଘଟୁଛି । ଏମିତି ଗଦା ଗଦା ଅଭିଯୋଗ ଆସୁଛି ।
ସିନେମା ହଲ୍‌ରେ କେହି ମହିଳା ପଶିବା ମାତ୍ରେ ଆରମ୍ଭ ହୋଇଯାଉଛି କମେଣ୍ଟ୍‌ ମରା ।କିଛି ଅସାମାଜିକ ଗୋଷ୍ଠୀ ସେଠାରେ ଡେରା ପକାଇ ରହୁଛନ୍ତି । ମହିଳାଙ୍କୁ ଦେଖିବା ମାତ୍ରେ କିଏ ଅଶ୍ଲୀଳ ଭାଷାରେ କମେଣ୍ଟ ମାରୁଛି, ତ ଆଉ କିଏ ମହିଳାଙ୍କୁ ଅଶୋଭନୀୟ ଆଚରଣ କରୁଛି । ଆଉ କିଛି ଗୋଷ୍ଠୀ ସବୁ ସୀମା ସରହଦ ଡେଇଁ ଭିଡ଼ ଭିତରେ ମହିଳାଙ୍କୁ ଅସଦାଚରଣ କରୁଛନ୍ତି । ଏଥିପାଇଁ ସେମାନେ ପ୍ରତି ସୋ’ ଆରମ୍ଭ ଓ ଶେଷ ହେବା ସମୟରେ ଆସି ହଲ୍‌ରେ ପହଞ୍ଚି ଯାଉଛନ୍ତି ।
ଏମିତି ନୁହେଁ କି ସିନେମା ହଲ୍‌ କର୍ତ୍ତୃପକ୍ଷ ଏ ଘଟଣା ଜାଣିନାହାନ୍ତି । ବରଂ ସେମାନଙ୍କ ଜାଣତରେ ଏଭଳି କାରନାମା ଚାଲିଛି । ଅସାମାଜିକଙ୍କୁ ଘଉଡ଼ାଇବା ବଦଳରେ ନିଜର ପୋଷା ଗୁଣ୍ଡା ଭଳି ବ୍ୟବହାର କରୁଛନ୍ତି ହଲ୍‌ କର୍ତ୍ତୃପକ୍ଷ । ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବେ କ’ଣ ଓଲଟା ମହିଳାଙ୍କୁ ଅସଦାଚରଣ ହେଲେ ଅସାମାଜିକ ଗୋଷ୍ଠୀଙ୍କ ସପକ୍ଷରେ ବାହାରି ପଡୁଛନ୍ତି । କମେଣ୍ଟ ମରାକୁ ବିରୋଧ କରି ପ୍ରତିଦିନ ଅନେକ ଲୋକ ମାଡ଼ ଖାଉଛନ୍ତି । ଅସାମାଜିକ ଗୋଷ୍ଠୀ ସଂଘବଦ୍ଧ ଭାବେ ଆକ୍ରମଣ କରୁଛନ୍ତି । ଥାନାରେ ଅଭିଯୋଗ କଲେ ନ୍ୟାୟ ମିଳୁନି, ଓଲଟା ରଫାଦଫା କରିବାକୁ ପୁଲିସ ଚାପ ପକାଉଛି ।
ଗତ ଶନିବାର ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନଙ୍କ ଉପରେ ହୋଇଥିବା ଆକ୍ରମଣ ଓ ସେ ଦେଇଥିବା ଘଟଣାର ବିବରଣୀ ମହାରାଜା ସିନେମା ହଲ୍‌ର ବିପଜ୍ଜନକ ସ୍ଥିତିକୁ ଦର୍ଶାଉଛି । ଖାଲି କପିଳେନ୍ଦ୍ର ନୁହନ୍ତି ଏଭଳି ଶତାଧିକ ଲୋକେ ନିଜ ନାମ ଗୋପନ ରଖି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ହଲ୍‌ କର୍ତ୍ତୃପକ୍ଷ ଜଣେ ଛାତ୍ରନେତାଙ୍କୁ ଖୁସି କରାଇବାକୁ ଓ ତାଙ୍କଠାରୁ ସୁରକ୍ଷା ପାଇବା ଉଦ୍ଦେଶ୍ୟ ରଖି ଅସାମାଜିକ ଗୋଷ୍ଠୀକୁ ଏଭଳି ଅନୈତିକ କାର୍ଯ୍ୟ କରିବାକୁ ପ୍ରଶୟ ଦେଉଛନ୍ତି ବୋଲି ଅଭିଯୋଗ ଆସିଛି ।
ମହାରାଜା ସିନେମା ହଲ୍‌କୁ ଦର୍ଶକଙ୍କ କେତେ ଅସୁରକ୍ଷିତ ତାହା କପିଳେନ୍ଦ୍ର ଦେଇଥିବା ବୟାନରୁ ସ୍ପଷ୍ଟ ଅନୁମାନ କରି ହେଉଛି । ସିନେମା ଦେଖୁଥିବା ସମୟରେ ଅସାମାଜିକ ଗୋଷ୍ଠୀ କିଛି ମହିଳାଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ । ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିଲେ । ପ୍ରାୟ ଅଧ ଘଣ୍ଟା ଧରି ଏଭଳି ଉôପାତ ଚଳାଇଥିଲେ । କପିଳେନ୍ଦ୍ର ସେମାନଙ୍କୁ ଚୁପ୍‌ ରହିବାକୁ ଅନୁରୋଧ କରିଥିଲେ । ଏହାକୁ ନେଇ ସେମାନେ ଉତ୍ୟକ୍ତ ହେବା ସହ କପିଳେନ୍ଦ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ ଆରମ୍ଭ କରି ଦେଇଥିଲେ । ହଲ୍‌ ଭିତରେ ଲୋକଙ୍କ ସାମ୍ନାରେ କପିଳେନ୍ଦ୍ରଙ୍କୁ ତଳେ ପକାଇ ଗୋଇଠା, ବିଧା ମାରୁଥିଲେ । ଏକ ଅସ୍ତ୍ରରେ ମାରିବାକୁ ଉଦ୍ୟମ କରିଥିଲେ । ଏହାକୁ ଦେଖି ହଲ୍‌ରେ ଥିବା ଅନ୍ୟ ଦର୍ଶକମାନେ ଭୟଭୀତ ହୋଇପଡ଼ିଥିଲେ । କେହି ଜଣେ ବି ଏହାକୁ ବିରୋଧ କରିବାକୁ ସାହସ କରିନଥିଲେ ।କପିଳେନ୍ଦ୍ରଙ୍କ ଉପରେ ଦୀର୍ଘ ସମୟ ଧରି ଆକ୍ରମଣ ଚାଲିଥିଲା । କିନ୍ତୁ ଏହାକୁ ଅଟକାଇବାକୁ ସିନେମା ହଲ୍‌ କର୍ତ୍ତୃପକ୍ଷ ସାମାନ୍ୟତମ ଉଦ୍ୟମ କରିନଥିଲେ । ପାଖରେ ଠିଆ ହୋଇ ଏହାକୁ ଚୁପଚାପ୍‌ ଦେଖୁଥିଲେ । ସିନେମା ହଲ୍‌ରେ ମାଳ ମାଳ ସିସି କ୍ୟାମେରା ଲାଗିଥିଲା । କିନ୍ତୁ ଯେବେ କପିଳେନ୍ଦ୍ରଙ୍କ ଉପରେ ହେଉଥିବା ଆକ୍ରମଣର ଭିଡିଓ ଫୁଟେଜ୍‌ ମଗାଗଲା ସେବେ ହଲ୍‌ କର୍ତ୍ତୃପକ୍ଷ ଦେବାକୁ ମନା କରି ଦେଇଥିଲେ । କ୍ୟାମେରା ଚାଲୁନି ବୋଲି କହିଥିଲେ ।
ହଲ୍‌ରେ ପ୍ରତି ସୋ’ରେ ଶତାଧିକ ଦର୍ଶକଙ୍କ ସମାଗମ ହେଉଛି । କିନ୍ତୁ ହଲ୍‌ କର୍ତ୍ତୃପକ୍ଷ କୌଣସି ସୁରକ୍ଷାକର୍ମୀ ରଖିନାହାନ୍ତି । ଓଲଟା ଅସାମାଜିକ ଗୋଷ୍ଠୀଙ୍କୁ ସୁରକ୍ଷା ଦେଉଛନ୍ତି । ହଲ୍‌ ପରିସରରେ ଏହି ଗୋଷ୍ଠୀ ଖୋଲାଖୋଲି ଟିକେଟ୍‌ ବ୍ଲାକ୍‌ରେ ବିକୁଛନ୍ତି । ସିନେମା ହଲ୍‌ ଭଳି ଏକ ସର୍ବସାଧାରଣ ସ୍ଥାନର ଏଭଳି ବିପଜ୍ଜନଜନକ ସ୍ଥିତିରୁ ଏହା କେତେ ଅସୁରକ୍ଷିତ ସ୍ପଷ୍ଟ ବାରି ହୋଇପଡୁଛି ।