ବିଧାନସଭାରେ ଭାବପ୍ରବଣ ହେଲେ ଉଦ୍ଧବ ଠାକରେ, ଫଡନାଭିସଙ୍କୁ କହିଲେ- ଆପଣ ଯଦି ଆମ ସହିତ ରହିଥାନ୍ତେ ତେବେ…

ମୁମ୍ବାଇ,୧।୧୨; ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର  ବିଧାନସଭାରେ ବିଜେପି ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ଉଦ୍ଧବ କହିଛନ୍ତି- ମୁଁ ଫଡନାଭିସଙ୍କଠାରୁ ବହୁତ କିଛି ଜିନିଷ ଶିଖିପାରିଛି, ମୁଁ ସବୁବେଳେ ତାଙ୍କର ବନ୍ଧୁ ରହିବି।  ସେ କହିଛନ୍ତି, ଗତ ୫ ବର୍ଷ ଭିତରେ ମୁଁ ସରକାରଙ୍କ ସହିତ ବିଶ୍ବାସଘାତ କରିନାହିଁ। ଉଦ୍ଧବ ଠାକରେ ଗୃହରେ ଦେବେନ୍ଦ୍ର ଫଡନାଭିସଙ୍କୁ କହିଛନ୍ତି, ଯଦି ଆପଣ ଆମ ସହିତ ରହିଥାନ୍ତେ ତେବେ, ତେବେ ବିଜେପି-ଶିବସେନା ଭିତରେ ବିବାଦ  ହୋଇନଥାନ୍ତା। ମୁଁ ଆପଣଙ୍କୁ ବିରୋଧୀ ଦଳ ନେତା ନୁହେଁ ଜଣେ ଦାୟିତ୍ବବାନ ନେତା କହିଛି।

ଏହି ସମୟରେ ଉଦ୍ଧବ ଆହୁରି କହିଛନ୍ତ ଯେ, ମୁଁ ସବୁବେଳେ ‘ହିନ୍ଦୁତ୍ବ’ ବିଚାରଧାରା ସହିତ ରହିଛି ଓ ଏହାକୁ କେବେ ଛାଡିପାରିବି ନାହିଁ। ଗତ ୫ ବର୍ଷରେ ମୁଁ କେବେ ବି ସରକାରଙ୍କୁ ଧୋକା ଦେଇନି। ଗୃହରେ ଉଦ୍ଧବ ଠାକରେ କହିଛନ୍ତି ମୁଁ ବହୁତ ଭାଗ୍ୟଶାଳୀ ମୁଖ୍ୟମନ୍ତ୍ରୀ ଯେ, ଯେଉଁମାନେ ମୋର ବିରୋଧ କରିଛନ୍ତି, ସେମାନେ ଏବେ ମୋ ସହିତ ରହିଛନ୍ତି ଓ ଯେଉଁମାନେ ମୋ ସାଙ୍ଗରେ ଥିଲେ ସେମାନେ ମୋ ବିପକ୍ଷରେ ଅଛନ୍ତି। ମୁଁ ଏଠାରେ ନିଜର ଭାଗ୍ୟ ଏବଂ ଲୋକଙ୍କ ଆର୍ଶିବାଦରୁ ରହିଛି। ମୁଁ କେବେ କାହାକୁ କହିନଥିଲି ଏଠାକୁ ଆସିବି, କିନ୍ତୁ ମୁଁ ଆସିଗଲି। ଉଲ୍ଲେଖନୀୟ ଯେ, ବିଜେପି ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ରବିବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ଦଳ ଭାବରେ ଚୟନ ହୋଇଛନ୍ତି।

   ସମ୍ବନ୍ଧିତ ଖବର


କଥାକୁହା ବିଲେଇ କହୁଛି ଇଂଲିଶ୍, ଭିଡିଓ ଭାଇରାଲ

ଉନ୍ନାଓ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ବିଧାୟକଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ବିଜେପି ସାଂସଦ ସାକ୍ଷୀ ମହାରାଜ ହେଲେ ଟ୍ରୋଲ, ପ୍ରିୟଙ୍କା ଗାନ୍ଧି ଦେଲେ ଏଭଳି ପ୍ରତିକ୍ରିୟା

ପୋକସୋ ଆକ୍ଟ ନେଇ ରାଷ୍ଟ୍ରପତିଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ, ଶିଶୁ ଦୁଷ୍କର୍ମକାରୀଙ୍କୁ ରାଜକ୍ଷମା ଆବେଦନରୁ ବାଦ୍ ଦିଆଯାଉ

ଏଣିକି ପୋଷ୍ଟମ୍ୟାନ୍ ଓ ଗ୍ରାମୀଣ ଡାକ ସେବକ ବିକ୍ରି କରିବେ ଇନସ୍ୟୁରାନ୍ସ ପଲିସି, ଗାଇଡଲାଇନ୍ ଜାରି