ସରକାର ଗଠନ ନେଇ ଶିବସେନା-କଂଗ୍ରେସ ଓ ଏନସିପି ମଧ୍ୟରେ ସହମତି,ଏବେ ମନ୍ତ୍ରଣାଳୟ ବଣ୍ଟନ ନେଇ ହେବ ଆଲୋଚନା

ମୁମ୍ବାଇ, ୨୧।୧୧: ମହାରାଷ୍ଟ୍ରରେ ଆଗାମୀ କିଛି ଦିନ ଭିତରେ ଶିବସେନା, କଂଗ୍ରେସ ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମଧ୍ୟରେ ମେଣ୍ଟ ସରକାର ଗଠନ ହେବାର ସମ୍ଭାବନା ଦେଖିବାକୁ ମିଳିଛି।  ମହାରାଷ୍ଟ୍ରରେ ନୂତନ ସରକାର ଶିବସେନା- ଏନ୍‌ସିପି- କଂଗ୍ରେସ ମିଳିତ ଭାବେ ଗଠନ କରିବେ।  ଗୁରୁବାର କଂଗ୍ରେସ-ଏନସିପି ମଧ୍ୟରେ  ହୋଇଥିବା ବୈଠକ​‌ରେ ସବୁ ପ୍ରକାର ପ୍ରସଙ୍ଗ ଉପରେ ସହମତି ପ୍ରକାଶ ପାଇଛି। ଦୁଇ ପାର୍ଟି ଆସନ୍ତାକାଲି ଶିବସେନା ସହିତ ବୈଠକ କରିବେ। ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଏପର୍ଯ୍ୟନ୍ତ  ହୋଇଥିବା ଚର୍ଚ୍ଚାରେ ଏନସିପିକୁ ଗୃହ ଏବଂ ଅର୍ଥ , କଂଗ୍ରେସକୁ ରାଜସ୍ବ ଓ ଗ୍ରାମୀଣ ବିକାଶ ବିଭାଗ, ଶିବସେନାକୁ ସହର ବିକାଶ ମନ୍ତ୍ରଣାଳୟ ମିଳିପାରେ।

ରାଜ୍ୟରେ ସରକାର ଗଠନ ନେଇ ଶିବସେନା ନେତା ସଞ୍ଜୟ ରାଉତ  କହିଛନ୍ତି ,  ରାଜ୍ୟରେ ନୂତନ ସରକାର ଗଠନ ନେଇ ଶିବସେନା- ଏନ୍‌ସିପି- କଂଗ୍ରେସ ମଧ୍ୟରେ ସବୁ ଆଳୋଚନା ଶେଷ ହେବା ସହ ନୂତନ ସରକାରର ଚୂଡ଼ାନ୍ତ ରୂପରେଖ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଆସନ୍ତା ଶନିବାର   ରାଜ୍ୟରେ ନୂତନ ସରକାର ଗଠନ ପାଇଁ  ଶିବସେନା- ଏନ୍‌ସିପି- କଂଗ୍ରେସର ସମସ୍ତ ନିର୍ବାଚିତ ବିଧାୟକମାନଙ୍କର ସ୍ବାକ୍ଷର   ଥିବା ଏକ ସମର୍ଥନ ପତ୍ର  ନେଇ ରାଜ୍ୟପାଳ ଭଗତ ସିଂହ କୋଶୀୟାରୀଙ୍କୁ ପ୍ରଦାନ କରାଯିବ।୫୦-୫୦ ଫର୍ମୁଲା ନେଇ ଏପର୍ଯ୍ୟନ୍ତ  କୌଣସି ପ୍ରକାର  ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ସେ କହିଛନ୍ତି।

   ସମ୍ବନ୍ଧିତ ଖବର


କଥାକୁହା ବିଲେଇ କହୁଛି ଇଂଲିଶ୍, ଭିଡିଓ ଭାଇରାଲ

ଉନ୍ନାଓ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ବିଧାୟକଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ବିଜେପି ସାଂସଦ ସାକ୍ଷୀ ମହାରାଜ ହେଲେ ଟ୍ରୋଲ, ପ୍ରିୟଙ୍କା ଗାନ୍ଧି ଦେଲେ ଏଭଳି ପ୍ରତିକ୍ରିୟା

ପୋକସୋ ଆକ୍ଟ ନେଇ ରାଷ୍ଟ୍ରପତିଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ, ଶିଶୁ ଦୁଷ୍କର୍ମକାରୀଙ୍କୁ ରାଜକ୍ଷମା ଆବେଦନରୁ ବାଦ୍ ଦିଆଯାଉ

ଏଣିକି ପୋଷ୍ଟମ୍ୟାନ୍ ଓ ଗ୍ରାମୀଣ ଡାକ ସେବକ ବିକ୍ରି କରିବେ ଇନସ୍ୟୁରାନ୍ସ ପଲିସି, ଗାଇଡଲାଇନ୍ ଜାରି