ମହାରାଷ୍ଟ୍ରରେ ଲକଡାଉନ-୪ ଘୋଷଣା, ୩୧ ମଇ ପର୍ଯ୍ୟନ୍ତ ବଢିଲା କଟକଣା

ମୁମ୍ବାଇ,୧୭।୫: ମହାରାଷ୍ଟ୍ର ସରକାର ଲକଡାଉନ୍-୪ର ଘୋଷଣା କରିଛନ୍ତି। ଆଜି ଲକଡାଉନ୍ ୩ ଶେଷ ହେଉଛି। କେନ୍ଦ୍ର ସରକାର ଲକଡାଉନ୍-୪ର ନିମୟ ଘୋଷଣା କରିବାକୁ ଥିବା ବେଳେ ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ଲକଡାଉନ୍ ୩୧ ମଇ ପର୍ଯ୍ୟନ୍ତ ବଢାଇ ଦେଇଛି। ମହାରାଷ୍ଟ୍ରର ରିଲିଫ୍ ଏବଂ ପୁନର୍ବାସ ବିଭାଗ , ସମ୍ପର୍କରେ ପତ୍ର ଜାରି କରିଛି।

ଉଲ୍ଲେଖନୀୟ ଯେ, କରୋନା ଭାଇରସରେ ଦେଶରେ ସବୁଠାରୁ ପ୍ରଭାବିତ ରାଜ୍ୟ ହେଲା ମହାରାଷ୍ଟ୍ର। ଏଠାରେ କରୋନା ରୋଗୀଙ୍କ ସଂଖ୍ୟା ଲଗାତାର ଭାବରେ ବଢିବାରେ ଲାଗିଛି। ଗତ କିଛି ଦିନ ହେବ ଏଠାରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ ରୁ ଅଧିକ ରହିଛି। ମହାରାଷ୍ଟ୍ରରେ ଏବେ କରୋନା ଭାଇରସର ମୋଟ ମାମଲା ୩୦୭୦୬ ରେକର୍ଡ କରାଯାଇଛି। ଏଥିରେ ୭୦୮୮ ଲୋକ ଚିକିତ୍ସାର ହୋଇ ଠିକ୍ ହୋଇସାରିଛନ୍ତି, ସେଭଳି ଚିକିତ୍ସା ସମୟରେ ୧୧୩୫ ଲୋକଙ୍କ ମୃତ୍ୟୁ ହୋଇସାରିଛି।

ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଜାରି ଚିଠିରେ କୁହାଯାଇଛି ଯେ, ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ସ୍ଥିତିକୁ ଦେଖି ଲକଡାଉନକୁ ବଢାଇବା ଜରୁରୀ। ତେଣୁ ରାଜ୍ୟ ସରକାର ୩୧ ମଇର ଅଧାରାତି ପର୍ଯ୍ୟନ୍ତ ଲକଡାଉନକୁ ବଢାଇବାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ କହିବା ଅନୁସାରେ, ମହାରାଷ୍ଟ୍ର ସରକାରଙ୍କ ସମସ୍ତ ବିଭାଗ ଲକଡାଉନକୁ ପ୍ରଭାବୀ ଓ କଡାକଡି ଭାବରେ ଲାଗୁ କରିବା ପାଇଁ ଜାରି ସମସ୍ତ ଗାଇଡଲାଇନ୍ ପାଳନ କରିବେ।

   ସମ୍ବନ୍ଧିତ ଖବର


ଗ୍ରାମୀଣ ଅର୍ଥନୀତିକୁ ଆତ୍ମନିର୍ଭର କରିବାକୁ ଧର୍ମେନ୍ଦ୍ରଙ୍କ ଗୁରୁତ୍ବ, ଗ୍ରାମାଞ୍ଚଳରେ ବଢିବ ଇସ୍ପାତ ଚାହିଦା…

ନଭେମ୍ବର ୧୧ ଓ ୧୨ରେ ଯୁକ୍ତ ଦୁଇ ଇନଷ୍ଟାଣ୍ଟ୍‌ ପରୀକ୍ଷା, ୧୯୦ କେନ୍ଦ୍ରରେ ୧୪ ଶହ ପରୀକ୍ଷାର୍ଥୀ ଦେବେ ପରୀକ୍ଷା…

ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା! ସିନ୍ଧ ପୋଲିସ ମୁଖ୍ୟଙ୍କୁ ସେନା ଅପହରଣ କରିଥିବା ଅଭିଯୋଗ

ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ

ପତ୍ନୀ ଓ ୬ ସନ୍ତାନଙ୍କୁ ନେଇ ଚିନ୍ତାରେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଦରମା ଅଣ୍ଟୁନଥିବାରୁ ଛାଡିବେ ଚାକିରି…

ଘରେ ରହି ମା’ଙ୍କ ପୂଜା କରିବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ,କହିଲେ ପରିବାର ସହ ପାଳନ କରନ୍ତୁ ପୂଜା…