PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ମହାରାଷ୍ଟ୍ର ଝଟକା ପରେ ପୁଣି ବିଜେପି ହାତରୁ ଚାଲିଗଲା ଝାଡ଼ଖଣ୍ଡ

ନୂଆଦିଲ୍ଲୀ ୨୪/୧୨: ଝାଡଖଣ୍ଡରେ ବିଜେପିର ପରାଜୟ ପରେ ଏହି ରାଜ୍ୟ ମଧ୍ୟ ଦଳ ହାତରୁ ଖସିଯାଇଛି । ଏଭଳି ଭାବେ ଗୋଟିଏ ପରେ ଗୋଟିଏ ରାଜ୍ୟ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ହାତରୁ ଖସିବାରେ ଲାଗିଛି । ଗତ ଦୁଇବର୍ଷ ଭିତରେ ବିଜେପି ହାତରୁ ଖସିବାରେ ଝାଡଖଣ୍ଡ ହେଉଛି ସପ୍ତମ ରାଜ୍ୟ ।

୨୦୧୭ ଡିସେମ୍ବର ସୁଦ୍ଧା ବିଜେପି ଓ ତାର ମେଣ୍ଟ ସହଯୋଗୀ ଦଳ ଶୀର୍ଷରେ ରହିଥିଲେ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ସମେତ ମଧ୍ୟଭାରତର ଅନେକ ରାଜ୍ୟରେ ବିଜେପି ଶାସନ ଥିଲା । ବିହାରରେ ନୀତୀଶ କୁମାର ଆରଜେଡି ସହ ସମ୍ପର୍କ ତୁଟାଇ ଏନ୍‌ଡିଏକୁ ଫେରିଥିଲେ । ସେହିଭଳି ଉତ୍ତରପ୍ରଦେଶରେ ବିଜେପି ବିପୁଳ ଭୋଟରେ ବିଜୟୀ ହୋଇ ସରକାର ଗଠନ କରିଥିଲା । ଦେଶର ୭୫ ପ୍ରତିଶତ ଭୂଖଣ୍ଡ ଏବଂ ୭୨ ପ୍ରତିଶତ ଜନସଂଖ୍ୟା ଅଞ୍ଚଳ ଥିବା ୧୯ଟି ରାଜ୍ୟରେ ବିଜେପି କିମ୍ବା ଏହାର ମେଣ୍ଟ ଦଳ କ୍ଷମତାରେ ରହିଥିଲେ ।

୨୦୧୭ ଡିସେମ୍ବରରେ ଏନ୍‌ଡିଏ ପାଖରେ ୧୯ ରାଜ୍ୟ ରହିଥିଲା । କିନ୍ତୁ ବର୍ଷକ ପରେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ଦଳ କ୍ଷମତାଚ୍ୟୁତ ହେଲା । ସେଠାରେ କଂଗ୍ରେସ ସରକାର ଗଠନ ହେଲା । ଚତୁର୍ଥ ରାଜ୍ୟ ଭାବେ ଆନ୍ଧ୍ରପ୍ରଦେଶରେ ବିଜେପି-ଟିଡିପି ସରକାର ରହିଥିଲା । କିନ୍ତୁ ୨୦୧୮ ମାର୍ଚ୍ଚରେ ବିଜେପି ସହିତ ମେଣ୍ଟରୁ ଟିଡିପି ଓହରିଗଲା । କିନ୍ତୁ ୨୦୧୯ରେ ଅନୁଷ୍ଠିତ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ୱାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ୱାଇଏସ୍‌ଆର କଂଗ୍ରେସ ପାର୍ଟି ବିଜୟୀ ହେଲା ।

ସେହିଭଳି ପଞ୍ଚମ ରାଜ୍ୟ ଭାବେ ମହାରାଷ୍ଟ୍ର ବିଜେପି ହାତରୁ ଖସିଗଲା। ସେଠାରେ ଚଳିତବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପରେ ସରକାର ଗଠନକୁ ନେଇ ଦୁଇ ମେଣ୍ଟ ସହଯୋଗୀ ବିଜେପି ଓ ଶିବସେନା ମଧ୍ୟରେ ମତାନ୍ତର ଘଟିଲା । ଶେଷରେ ଶିବସେନା ଏନ୍‌ଡିଏରୁ ଓହରିଲା । ସେଠାରେ ଶିବସେନା ଏବେ କଂଗ୍ରେସ ଓ ଏନ୍‌ସିପି ସମର୍ଥନରେ ସରକାର ଗଠନ କରିଛି । ଷଷ୍ଠ ରାଜ୍ୟ ହେଉଛି ଜମ୍ମୁ-କାଶ୍ମୀର । ୨୦୧୮ ଜୁନ୍‌ରେ ସେଠାରେ ପିଡିପି ସହିତ ବିଜେପି ସମ୍ପର୍କ ତୁଟାଇଥିଲା । ସେଠାରେ ପ୍ରଥମେ ରାଜ୍ୟପାଳ ଓ ପରେ ରାଷ୍ଟ୍ରପତି ଶାସନ ଲାଗୁ ହେଲା।

ବର୍ତ୍ତମାନ ତାହା ଜମ୍ମୁ-କାଶ୍ମୀର ଓ ଲଦାଖ ଭାବେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି । ଲଦାଖ ବିନା ବିଧାନସଭାରେ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିଲା ବେଳେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ବାକି ରହିଛି। ସପ୍ତମ ରାଜ୍ୟ ହେଉଛି ଝାଡଖଣ୍ଡ । ଏଠାରେ ୫ ବର୍ଷ ହେଲା ବିଜେପି ସରକାର ଥିଲା । କିନ୍ତୁ ବର୍ତ୍ତମାନ ତାହା ବିଜେପି ହାତରୁ ଖସିଯାଇଛି ।