ମହାରାଷ୍ଟ୍ର-ହରିୟାଣାରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା,ଏହି ତାରିଖରେ ଭୋଟିଂ ଓ ୨୪ରେ ଫଳାଫଳ

ନୂଆଦିଳ୍ଳୀ,୨୧।୯: ମହାରାଷ୍ଟ୍ର ଓ ହରିୟାଣାରେ ଆଜି ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଦୁଇଟି ରାଜ୍ୟରେ ୨୧ ଅକ୍ଟୋବରରେ ଭୋଟିଂ ଓ ୨୪ ଅକ୍ଟୋବରରେ ମତଗଣନା କରାଯିବ। ଝାଡଖଣ୍ଡର ଉପନିର୍ବାଚନ ପରେ କରାଯିବ ବୋଲି ଆଜି ମୁଖ୍ୟ ନିର୍ବାଚନ କମିଶନ୍ ସୁନିଲ ଆରୋରା ଘୋଷଣା କରିଛନ୍ତି। ୨୦୧୪ରେ ମହାରାଷ୍ଟ୍ର ଓ ହରିୟାଣାରେ ନିର୍ବାଚନ ତାରିଖର ଘୋଷଣା ୨୦ ସେପ୍ଟେମ୍ବରରେ ହୋଇଥିଲା ଓ ୧୫ ଅକ୍ଟୋବରରେ ଭୋଟିଂ ହୋଇଥିଲା। ସେଭଳି ନିର୍ବାଚନ ଫଳାଫଳ ୧୯ ଅକ୍ଟୋବରରେ ଘୋଷିତ କରାଯାଇଥିଲା।  ୨୦୧୪ରେ ଝାଡଖଣ୍ଡରେ ୨୫ ନଭେମ୍ବରରୁ ୨୦ ଡିସେମ୍ବର ଭିତରେ ବିଧାନସଭା ନିର୍ବାଚନ ହୋଇଥିଲା। ଏହାର ଫଳାଫଳ ୨୩ ଡିସେମ୍ବରରେ ଆସିଥିଲା।

ଉଲ୍ଲେଖନୀୟ ଯେ, ଗୁରୁବାର ନିର୍ବାଚନ କମିଶନଙ୍କ ୩ ଜଣ ଆୟୁକ୍ତ ମହାରାଷ୍ଟ୍ର ଗସ୍ତରେ ଯାଇଥିଲେ ଓ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ମହାରାଷ୍ଟ୍ର-ହରିୟାଣା ଓ ଝାଡଖଣ୍ଡ ଭଳି ୩ ଟି ରାଜ୍ୟରେ ବିଜେପି ସରକାର ଅଛି। ବିଜେପି ପାଇଁ ଏହି ୩ ଟି ରାଜ୍ୟରେ ଫେରିବା ଏକ ଚ୍ୟାଲେଞ୍ଜ ରହିବ। ସେଭଳି ମହାରାଷ୍ଟ୍ରରେ କଂଗ୍ରେସ-ଏନସିପି, ଝାଡଖଣ୍ଡରେ ଜେଏମଏମ ଓ ହରିୟାଣାରେ କଂଗ୍ରେହସ କ୍ଷମତାରେ ଫେରିବାକୁ ଯୋରଦାର ଚେଷ୍ଟା କରୁଛି। ମହାରାଷ୍ଟ୍ର ବିଧାନସଭାରେ ୨୮୮ଟି ଆସନ ରହିଛି, ସେଭଳି ହରିୟାଣାରେ ୯୦ଟି ଆସନ ରହିଛି। ଝାଡଖଣ୍ଡ ବିଧାନସଭାରେ ୮୧ଟି ଆସନ ରହିଛି। ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ମେଣ୍ଟ କରିବା ନେଇ ଘୋଷଣା କରିଛି। ସେଭଳି ବିଜେପି ଓ ଶିବସେନା ମଧ୍ୟରେ ମେଣ୍ଟ ହେବା ନୋଇ ଆଲୋଚନା ଚାଲିଛି।

ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ସ୍ପଷ୍ଟ ଭାବରେ ଗତ ଶୁକ୍ରବାର କହିଥିଲେ ଯେ, ସେ ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ସହିତ ମେଣ୍ଟ ଜାରି ରଖିବେ ଓ ଦୁଇ ଦଳର ୧୩୫-୧୩୫ଟି ନିର୍ବାଚନ ଲଢିବେ।  ଏହି ଫର୍ମୁଲା ଉପରେ ପୂର୍ବରୁ ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ନେଇସାରିଛନ୍ତି। ଆମେ ସେହି ଫର୍ମୁଲାକୁ କାୟମ ରଖିବୁ, ମେଣ୍ଟର ଘୋଷଣା ଖୁବ୍ ଶୀଘ୍ର କରାଯିବ।

   ସମ୍ବନ୍ଧିତ ଖବର


ମହିଳାଙ୍କ ଉପରେ ମୁକେଶ ଖାନ୍ନାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ-‘ଶକ୍ତିମାନ’ ନୁହେଁ ‘କିଲଭିସ୍’

ପୁଣି ସୀମାରେ ପାକିସ୍ତାନୀ ଡ୍ରୋନ୍, ବିଏସ୍‌ଏଫ୍‌ର ଫାୟରିଂ ପରେ ଫେରିଗଲା

‘ମୋ ପରିବାର ଲୋକ ମୋତେ ଗ୍ରହଣ କରୁ ନାହାନ୍ତି’: ଦୂତି

ଲୁଚା ଛପା ଭାବରେ ନିଜ ଦେଶର ଲୋକଙ୍କୁ ଚୀନ୍ ଦେଉଛି ଟୀକା, ଅନ୍ୟ କାହାକୁ ଜଣାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଧମକ

ବିବାହ ପାଇଁ ଧର୍ମପରିବର୍ତ୍ତନ ବୈଧ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

କୁମାର ପୁନେଇଁ ଜହ୍ନ ଗୋ… ଫୁଲ ବଉଳ ବେଣୀ: ଆଜି ସନ୍ଧ୍ୟାରେ କୁମାରୀ ପାଳିବେ କୁମାର ପୂର୍ଣ୍ଣମା