PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ସରକାରୀ ହଷ୍ଟେଲରେ ମହିଳାଙ୍କୁ କପଡା ଖୋଲିବାକୁ ବାଧ୍ୟ କରାଯାଉଥିଲା: ଆଉ ପୋଲିସ କର୍ମଚାରୀ ଦେଖୁଥିଲେ ନ୍ୟୁଡ୍ ଡ୍ୟାନ୍‌ସ, ବିଧାନସଭାରେ ହେଲା ବିଦ୍ରୋହ…

ମୁମ୍ୱାଇ: ମହାରାଷ୍ଟ୍ରର ଜାଲଗାଓଁରେ ଥିବା ସରକାରୀ ମହିଳା ହଷ୍ଟେଲରେ ଯୁବତୀ ମାନଙ୍କୁ ଜବରଦସ୍ତି କପଡା ବାହାର କରି ଏବଂ ଉଲଗ୍ନ ନୃତ୍ୟ କରିବା ମାମଲା ଏବେ ସାମ୍ନାକୁ ଆସିଛି । ଅଭିଯୋଗ ଅନୁଯାୟୀ, ହଷ୍ଟେଲର ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀମାନେ ଯୁବତୀ ମାନଙ୍କୁ ନଗ୍ନ ନୃତ୍ୟ ପରିବେଷଣ କରିବାକୁ ବାଧ୍ୟ କରୁଥିଲେ । ବୁଧବାର ଦିନ ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନରେ ବିଜେପି ଗୃହରେ ଏହି ପ୍ରସଙ୍ଗ ଉଠାଇଛି । ଏହା ପରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏହି ମାମଲାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ବିରୋଧୀ ଦଳରେ ବସିଥିବା ବିଜେପି ମହାଭିକାଶ ଆଗାଡି ସରକାର ଉପରେ କଡ଼ା ଆକ୍ରମଣ କରିଥିଲା । ବିଜେପି ବିଧାୟକ ଶ୍ୱେତା ମହାଲେ କହିଛନ୍ତି ଯେ ବର୍ତ୍ତମାନ ମହାରାଷ୍ଟ୍ରରେ ଅପରାଧୀଙ୍କ ଆଡା ବଢିବାରେ ଲାଗିଛି । ଏଥିରୁ ଜଣାପଡୁଛି ଯେ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାର ସମୟ ଆସିଛି ।

ବିଧାନସଭାରେ ଏହି ପ୍ରସଙ୍ଗ ଉଠିବା ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏହି ପ୍ରସଙ୍ଗରେ କଡା ତଥା ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ । ସେ କହିଛନ୍ତି ଯେ ଏହି ମାମଲା ସହ ଜଡିତ ସମସ୍ତ ଭିଡିଓ କ୍ଲିପ୍ ମିଳିଛି । ମହିଳାଙ୍କ ବିବୃତ୍ତି ନିଆଯାଉଛି । ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏଠାରେ ସୂଚନା ଥାଉକି ଜାଲଗାଓଁର ଆଶାଦୀପ ମହିଳା ହଷ୍ଟେଲରେ ଗରିବ ମହିଳାଙ୍କ ପାଇଁ ରହିବା ଏବଂ ଖାଦ୍ୟ ଯୋଗାଇବାର ବ୍ୟବସ୍ଥା ରହିଛି । କିନ୍ତୁ ଯେଉଁଭଳି ଭାବରେ ମହିଳାମାନଙ୍କୁ ନିର୍ଯାତନା ଦିଆଯାଉଥିଲା, ଏହାକୁ ନେଇ ସମସ୍ତେ ଆହତ ହୋଇଛନ୍ତି । ଏଠାରେ ରହୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି ଯେ ମାର୍ଚ୍ଚ ୨ ରେ କିଛି ପୋଲିସ କର୍ମଚାରୀ ଏବଂ ବାହାର ଲୋକ ସେମାନଙ୍କୁ ଜବରଦସ୍ତି କପଡା ବାହାର କରିବାକୁ ଏବଂ ଡ୍ୟାନ୍ସ କରିବାକୁ ବାଧ୍ୟ କରିଥିଲେ ।

ମହିଳାମାନଙ୍କୁ ନ୍ୟାୟ ଯୋଗାଇବା ପାଇଁ ଇନ୍ଦୁବାଇ ସାମାଜିକ ସଂଗଠନ ଆଗକୁ ଆସିଛି । ଇନ୍ଦୁବାଇ ସଂସ୍ଥାର ସଭାପତି ମାଙ୍ଗୁଲା ସୋନାୱାନ କହିଛନ୍ତି ଯେ ହଷ୍ଟେଲରେ ଝିଅମାନଙ୍କ ସହ ଅତ୍ୟାଚାର ହୋଇଛି । ସେମାନେ ସେମାନଙ୍କର ପୋଷାକ କାଢି ନାଚିବାକୁ ବାଧ୍ୟ ହୋଇଥିଲେ । ସେ କହିଛନ୍ତି ଯେ ଆମେ ଏ ବିଷୟରେ କଲେକ୍ଟରଙ୍କୁ ଏକ ଅଭିଯୋଗ ଦେଇଛୁ । ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହୁଏ , ତେବେ ଆମେ ଆନ୍ଦୋଳନ କରିବୁ ।