PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ମହାରାଷ୍ଟ୍ରର ‘ଲେଡି ସିଙ୍ଘମ୍‌’ : ମୃତଦେହ ନିକଟରୁ ଠାବ ହେଲା ୪ ପୃଷ୍ଠାର ସୁଇସାଇଡ୍‌ ନୋଟ, ରହିଛି ଦୋଷୀଙ୍କ ନାଁ…

zeenews.india.com

ମୁମ୍ବାଇ,୨୭/୦୩: ଉପରିସ୍ଥ ଅଧିକାରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ମହାରାଷ୍ଟ୍ରର ଜଣେ ମହିଳା ଜଙ୍ଗଲ ଅଧିକାରୀ ଦୀପାଳି ଚୌହାନ ମୋହିତେ (୨୮) ଆତ୍ମହତ୍ୟା କରିଛନ୍ତି । ନିଜର ରୁକ୍ଷ ଓ କଠୋର ବ୍ୟବହାର ପାଇଁ ସେ ଜଙ୍ଗଲ ମାଫିଆଙ୍କ ନିକଟରେ ‘ଲେଡି ସିଙ୍ଘମ୍‌’ ଭାବେ ପରିଚିତ ଥିଲେ । ଅମରାବତୀର ମେଲଘାଟ ବ୍ୟାଘ୍ର ଅଭୟାରଣ୍ୟରେ ସେ ଆରଏଫଓ (ରେଞ୍ଜ ଫରେଷ୍ଟ ଅଫିସର) ଭାବେ କାର୍ଯ୍ୟରତ ଥିଲେ । ଏହି ଅଭୟାରଣ୍ୟ ନିକଟ ହରିଶାଳ ଗ୍ରାମରେ ଥିବା ସରକାରୀ କ୍ୱାର୍ଟସରେ ଗୁରୁବାର ରାତିରେ ସେ ନିଜ ସର୍ଭିସ ରିଭଲଭରରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି ।

ଦୀପାଳିଙ୍କ ସ୍ୱାମୀ ରାଜେଶ ମୋହିତେ ଚିଖଲଧାରା ଠାରେ ଟ୍ରେଜେରି ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି । ସେଠାରେ ସେ ରହୁଥିଲା ବେଳେ ଦୀପାଳିଙ୍କ ମା’ ସତାରା ଚାଲିଯାଇଥିଲେ । ଘରେ କେହି ନଥିବା ବେଳେ ସେ ଏଭଳି ପଦକ୍ଷେପ ନେଇଛନ୍ତି । ଦୀପାଳିଙ୍କ ମୃତଦେହ ନିକଟରୁ ଏକ ୪ ପୃଷ୍ଠାର ସୁଇସାଇଡ୍‌ ନୋଟ ମିଳିଛି । ସେଥିରେ ଉପ ଜଙ୍ଗଲ ସଂରକ୍ଷକ (ଡିସିଏଫ) ବିନୋଦ ଶିବକୁମାର ତାଙ୍କୁ କିଭଳି ଶାରୀରିକ, ମାନସିକ ଓ ଯୌନ ନିର୍ଯାର୍ତନା ଦେଉଥିଲେ ତାହା ଉଲ୍ଲେଖ କରିଛନ୍ତି ।

ଦୀପାଳି ଲେଖିଛନ୍ତି ଯେ ଶିବକୁମାର ଅନେକ ସମୟରେ ମଦ୍ୟପାନ କରି ଅଫିସକୁ ଆସନ୍ତି । ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରନ୍ତି । ସେ ମନା କରିବାରୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଅନ୍ତି । ଏପରିକି ତାଙ୍କର ଗୋଟିଏ ମାସର ଦରମା ମଧ୍ୟ ବନ୍ଦ କରିଦେଇଥିଲେ । ଏଥିସହ ସେ ଗର୍ଭବତୀ ଥିବା ଜାଣିଥିଲେ ମଧ୍ୟ ଶିବକୁମାର ତାଙ୍କୁ ୩ ଦିନ ଧରି ଜଙ୍ଗଲରେ ବୁଲାଇବା, ଚାଲିବା ଓ ଗାଡି ଚଳାଇବାରେ ଲଗାଇଥିଲେ । ଯାହାଫଳରେ ତାଙ୍କର ଗର୍ଭ ନଷ୍ଟ ହୋଇଯାଇଥିଲା । ଫଳରେ ସେ ଗଭୀର ମାନସିକ ଆଘାତ ପାଇଥିଲେ । ଏପରିକି ସେ ଏସବୁ ବିଷୟରେ କ୍ଷେତ୍ର ନିର୍ଦ୍ଦେଶକ ଏମ୍‌.ଏସ୍‌. ରେଡ୍ଡୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା । ତେଣୁ ନିର୍ଯାତନା ଅସହ୍ୟ ହେବାରୁ ସେ ବାଧ୍ୟହୋଇ ଏଭଳି ପଦକ୍ଷେପ ନେଇଛନ୍ତି । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦୀପାଳି ଉକ୍ତ ସୁଇସାଇଡ ନୋଟ୍‌ରେ ଉଲ୍ଲେଖ କରିଛନ୍ତି । ଏହି ଘଟଣା ପରେ ଅମରାବତୀ ପୁଲିସ ଶିବକୁମାରଙ୍କୁ ନାଗପୁର ରେଳ ଷ୍ଟେସନରୁ ଗିରଫ କରିଛି । ସେ ବେଙ୍ଗାଲୁରୁ ଯିବାକୁ ଟ୍ରେନକୁ ଅପେକ୍ଷା କରିଥିଲା ବେଳେ ପୁଲିସ ସେଠାରେ ତାଙ୍କୁ ଗିରଫ କରିବା ସହ ଅମରାବତୀକୁ ଆଣିଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର