ଅଯୋଧ୍ୟା ନିଷ୍ପତ୍ତି ପୂର୍ବରୁ ଏହି ଯୁବକଙ୍କ ନାଁରେ ମାମଲା ରୁଜୁ କଲା ପୁଲିସ, ସୋସିଆଲ ମିଡ଼ିଆରେ ଲେଖିଥିଲେ ଏଭଳି…

ନୂଆଦିଲ୍ଲୀ ୯।୧୧: ସୁପ୍ରିମ କୋର୍ଟଙ୍କ ଐତିହାସିକ ନିଷ୍ପତ୍ତି ପୂର୍ବରୁ ଦେଶ ତମାମ୍ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ପୁଲିସ ସବୁ ପ୍ରକାର ଉଦ୍ୟମ ପ୍ରସ୍ତୁତ କରିଥିଲା। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଦେଶର ନାମୀଦାମୀ ନେତା ଲଗାତାର ଭାବେ ଦେଶବାସୀଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଆବେଦନ କରିଥିଲେ। ଇତି ମଧ୍ୟରେ ଏବେ ଏକ ଖବର ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ଏକ ଯୁବକ ଉପରେ ଅଯୋଧ୍ୟା ମାମଲାରେ ଉତ୍ତେଜକ ଟିପ୍ପଣୀ ଦେଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନାନୁସାରେ, ସୋସିଆଲ ମିଡ଼ିଆରେ ଉତ୍ତେଜକ ଟିପ୍ପଣୀ କରିଥିବା ମାମଲାରେ ମହାରାଷ୍ଟ୍ରର ଧୁଲିଆରେ ସଞ୍ଜୟ ଶର୍ମା ନାମକ ଜଣେ ଯୁବକଙ୍କ ନାଁରେ ପ୍ରଥମ ମାମଲା ରୁଜୁ ହୋଇଛି। ସଞ୍ଜୟ ଶର୍ମା ନାମକ ଏହି ବ୍ୟକ୍ତି ସୋସିଆଲ ମିଡ଼ିଆରେ ଲେଖିଛନ୍ତି କି, ‘ରାମ ମନ୍ଦିରର ନିଷ୍ପତ୍ତି ପରେ ଦୀପାବଳି ପାଳନ କରିବି।’ ଯାହାପରେ ଯୁବକଙ୍କ ନାଁରେ ଧୁଲିଆର ଆଜାଦନଗର ପୁଲିସ ମାମଲା ରୁଜୁ କରିଛି।

ମୁମ୍ବାଇ ପୁଲିସ କମିସନର ସଞ୍ଜୟ ବର୍ବେ ଶୁକ୍ରବାର ଦକ୍ଷିଣ ମୁମ୍ବାଇରେ ଅନୁଷ୍ଠିତ ଏକ  କାର୍ଯ୍ୟକ୍ରମ ଅବସରରେ ରାମ ମନ୍ଦିରର ନିଷ୍ପତ୍ତି ଉପରେ କହିଛନ୍ତି କି, ରାମ ମନ୍ଦିର ଉପରେ କୋର୍ଟ ଯାହା ବି ନିଷ୍ପତ୍ତି ନେଉ ସାମଜର ଲୋକ ଶାନ୍ତି ବଜାୟ ରଖନ୍ତ। ଅଯୋଧ୍ୟାରେ କଣ ହେଉଛି ସେଥିରେ ମୁମ୍ବାଇବାଲାଙ୍କର କୌଣସି ଯାଏ ଆସେ ନାହିଁ। କାରଣ ମୁମ୍ବାଇ ବ୍ୟାଣିଜିକ ସହର ଅଟେ। ଲୋକ ଏଠାରେ ପ୍ରତିଦିନ ରୋଜଗାର କରନ୍ତି।

   ସମ୍ବନ୍ଧିତ ଖବର


ପଛକୁ ହଟିଲା ଚୀନ୍‌ ସେନା … ଭାରତର ବିଚକ୍ଷଣ ରଣନୀତିରେ ଡ଼ରିଗଲା

ଡାର୍କ ନେଟ୍‌ରେ ଏକ ଲକ୍ଷରୁ ଅଧିକ ଭାରତୀୟଙ୍କୁ ପରିଚୟ ଓ ତଥ୍ୟ ଲିକ୍‌

ଏତେ ଶସ୍ତା ହେଲା ସୁନା ! ବିବାହ ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର

ଏସେନ୍ସିଆଲ କମୋଡିଟି ଆକ୍ଟରେ ବଡ ପରିବର୍ତ୍ତନ, ମିଳିବ ଏହି ଫାଇଦା

କରୋନାରେ ସେକ୍ସକୁ ନେଇ ନୂଆ ନିୟମ ! ନିଜ ଘରେ ବାହାର ବ୍ୟକ୍ତିଙ୍କ ସହ ରଖିପାରିବନି ଶାରୀରିକ ସଂପର୍କ

କରୋନାକୁ ହରାଇଲା ଅଢ଼େଇ ମାସର ଶିଶୁ !