PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଫିଲ୍ମ ଷ୍ଟାଇଲ୍‌ରେ ସିଙ୍ଘମ୍ ଭଳି ହାତରେ ବନ୍ଧୁକ ଘୁରାଉ ଥିଲେ କନେଷ୍ଟବଲ୍, ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରୁ ହେଲେ ସସ୍‌ପେଣ୍ଡ…

ଅମରାବତୀ: ମହାରାଷ୍ଟ୍ର ଅମରାବତୀ ଜିଲ୍ଲାରେ ନିୟୋଜିତ ଥିବା ଜଣେ କନେଷ୍ଟବଳକୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । କାରଣ ତାଙ୍କର ସିଙ୍ଘମ୍ ଭଳି ଅଭିନୟ କରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖା ଯାଉଛି କି କନେଷ୍ଟବଲ୍ ଜଣକ ପୋଲିସ୍ ପୋଷାକ ପିନ୍ଧିଛନ୍ତି ଏବଂ ହାତରେ ଏକ ବନ୍ଧୁକ ଧରିଛନ୍ତି ।

ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ କନେଷ୍ଟବଲ ମହେଶଙ୍କ ଏପରି କାର୍ଯ୍ୟକଳାପ ପାଇଁ ପୁରା ପୋଲିସ୍ ବିଭାଗର ଛବି ମଳିନ ହୋଇଛି । ଭାଇରାଲ୍ ଭିଡିଓରେ କନେଷ୍ଟବଲ୍ ଜଣକ ବନ୍ଧୁକ ଦେଖାଉଥିବା ଦେଖିବାକୁ ମିଳିଛି । ଭିଡିଓରେ କନେଷ୍ଟବଲ କହୁଛନ୍ତି କି ଯେଉଁ ଲୋକମାନେ କାନୁନ୍‌ର ପାଳନ କରିବେ, ସେମାନଙ୍କୁ ଫାଇଦା ହେବ ।

କୁହାଯାଉଛି କି ଭିଡିଓ ଭାଇରାଲ୍ ହେବା ପରେ କନେଷ୍ଟବଲ୍ ମହେଶ ମୁରଲିଶର କାଲେଙ୍କୁ ନିଲମ୍ବିତ କରାଯାଇଛି । ସେ ଅମରାବତୀ ଜିଲ୍ଲାର ଚନ୍ଦୁର ବଜାର ପୋଲିସ୍ ଷ୍ଟେସନରେ ନିଯୁକ୍ତ ଥିଲେ । ଏନେଇ ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ କହିଛନ୍ତି କି କନେଷ୍ଟବଲ୍ ମହେଶ ଫିଲ୍ମ ଷ୍ଟାଇଲ୍‌ରେ ବନ୍ଧୁକକୁ ହାତରେ ଘୁରାଉ ଥିଲେ । ଭିଡିଓରେ ସେ ଅସ୍ତ୍ରଶସ୍ତ୍ରର ପ୍ରଚାର କରୁଛନ୍ତି, ସେଥିପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି ।