ମହାରାଷ୍ଟ୍ରରେ କ୍ଷମତାକୁ ନେଇ ଜାରି ରହିଛି ମହାଡ୍ରାମା, ରାଜ୍ୟପାଳ ଅଧିକ ସମୟ ନଦେବା କାରଣରୁ ସୁପ୍ରିମକୋର୍ଟ ଯିବ ଶିବସେନା

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ବିରୋଧରେ ଶିବସେନା ସୁପ୍ରିମକୋର୍ଟ ଯିବ ବୋଲି କହିଛି। ସୋମବାର ଶିବସେନା ମହାରାଷ୍ଟ୍ରରେ ସରକାର ଗଠନ କରିବା ନେଇ ୨ ଦିନ ସମୟ ମାଗିଥିଲା, ତେବେ ରାଜ୍ୟପାଳ ଆଉ ସମୟ ଦେବାକୁ ମନା କରିବା ସହ ୨୪ ଘଣ୍ଟାର ମହଲତ ଦେଇଥିଲେ, ଯାହାକି ଆଜି ରାତିରେ ସରୁଛି। ଶିବସେନା ନେତାଙ୍କର କହିବା ଅନୁସାରେ, ବିଜେପିକୁ ରାଜ୍ୟପାଳ ୩ ଦିନ ସମୟ ଦେଇଥିଲେ, କିନ୍ତୁ ଆମ ବେଳକୁ ଏହାର ସମ୍ପୂର୍ଣ୍ଣ ଓଲଟା କରାଯାଉଛି। ଅନ୍ୟପକ୍ଷେ ଶୁଣିବାକୁ ମିଳୁଛି ଯେ, କଂଗ୍ରେସର ପୂର୍ବତନ ମନ୍ତ୍ରୀ   ତଥା ଆଇନଜୀବି କପିଲ ସିବଲ ସୁପ୍ରିମକୋର୍ଟରେ ଶିବସେନା ପାଇଁ ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି।

ସେଭଳି ମହାରାଷ୍ଟ୍ରର ରାଜନୈତିକ ଘଟଣାକ୍ରମକୁ ନେଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଶରଦ ପାଓ୍ବାରଙ୍କ ସହିତ କଥା ହୋଇଛନ୍ତି।  କଂଗ୍ରେସର ବରିଷ୍ଠ ନେତା  ମହାରାଷ୍ଟ୍ର ସରକାର ଗଠନ ଉପରେ ଆଗକୁ ଆଲୋଚନା କରିବା ନେଇ ଏନସିପି ମୁଖ୍ୟଙ୍କୁ ସାକ୍ଷାତ କରିବାକୁ ସିକୃତୀ ଦେଇଛନ୍ତି ସୋନିଆ। ଉଲ୍ଲେଖନୀୟ ଯେ, ମହାରାଷ୍ଟ୍ରର ୨୮୮ ସଦସ୍ୟ ବିଶି​ଷ୍ଟ  ବିଧାନସଭାରେ ବିଜେପି ପାଖରେ ୧୦୫ଟି, ଶିବସେନା ପାଖରେ ୫୬ଟି ଆସନ ରହିଛି, ସେଭଳି ଏନସିପି ଓ କଂଗ୍ରେସ ପାଖରେ କ୍ରମଶ ୫୪ ଓ ୪୪ଟି ଆସନ ରହିଛି। ରାଜ୍ୟରେ ସରକାର ଗଠନ କରିବା ନେଇ ଇଛୁକ କୌଣସି ଦଳ କିମ୍ବା ମେଣ୍ଟକୁ ବିଧାନସଭାରେ ବହୁମତ ପ୍ରମାଣିତ କରିବା ପାଇଁ ଅତି କମରେ ୧୪୫ ଜଣ ବିଧାୟକଙ୍କ ସମର୍ଥନ କରିବାର ଦରକାର ପଡିବ।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…