ଭଦ୍ରକରେ ଜଣେ ମହାରାଷ୍ଟ୍ର ଫେରନ୍ତା, ନିୟମାନୁସାରେ ହେଲା କୋଭିଡ଼ ଟେଷ୍ଟ, ନୂଆ ଷ୍ଟ୍ରେନ୍ ନେଇ ବର୍ତ୍ତମାନ ସୁଦ୍ଧା ମିଳିନି ସୂଚନା

ଭୁବନେଶ୍ବର ୨୨।୨ : ମହାରାଷ୍ଟ୍ରରେ କରୋନା ଭାଇରସ୍ର ନୂଆ ଷ୍ଟ୍ରେନ୍ ଠାବ କରାଯାଇଛି। ଏହାକୁ ନେଇ ଚିନ୍ତା ବଢ଼ିଥିବାବେଳେ ଆଜି ଭଦ୍ରକ ଜିଲ୍ଲାରୁ ଜଣେ ବ୍ୟକ୍ତି ମହାରାଷ୍ଟ୍ରରୁ ଫେରିଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି କି, ଭଦ୍ରକରୁ ଜଣେ ବ୍ୟକ୍ତି ମହାରାଷ୍ଟ୍ରରୁ ଫେରିଛନ୍ତି। ନିୟମାନୁସାରେ କୋଭିଡ଼ ଟେଷ୍ଟ ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ର ଫେରନ୍ତାଙ୍କ ଜେନମ୍ ସିକ୍ୟୁଏନ୍ସ ହେବା ପରେ ଜଣାପଡ଼ିବ କେଉଁ ଷ୍ଟେନ୍। ବର୍ତ୍ତମାନ ମହାରାଷ୍ଟ୍ର ଫେରାନ୍ତଙ୍କ ଉପରେ ନଜର ରଖାଯାଇଛି।
ଅନ୍ୟପଟେ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସଚିବ ରାଜେଶ ଭୂଷଣ ରାଜ୍ୟଗୁଡିକର ମୁଖ୍ୟ ସଚିବଙ୍କୁ ଚିଠି ଲେଖି କହିଛନ୍ତି, ସେ ସମସ୍ତ ପ୍ରକାର ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟାପକ ପରିମାଣରେ ଟୀକାକରଣ ପ୍ରସ୍ତୁତି କରନ୍ତୁ, କାରଣ ମାର୍ଚ୍ଚରେ ୫୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ ଆରମ୍ଭ କରାଯିବ। ସପ୍ତାହରେ ଅତିକମରେ ୪ ଦିନ କରୋନା ଟୀକାକରଣ କାର୍ଯ୍ୟକ୍ରମ ଚାଲିବ ଓ ମାର୍ଚ୍ଚରୁ ବିସ୍ତାରିତ ଭାବରେ ହେଉ। ଏହି ପତ୍ରରେ ସ୍ୱାସ୍ଥ୍ୟ ସଚିବ ରାଜ୍ୟମାନଙ୍କୁ ମାର୍ଚ୍ଚ ତାରିଖରୁ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛନ୍ତି। ଡାକ୍ତରଖାନା, ମେଡିକାଲ କଲେଜ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ଉପ-କେନ୍ଦ୍ରରେ ବ୍ୟବସ୍ଥା କରିବାକୁ କୁହାଯାଇଛି।