PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ୱାର୍ଲଡ ସ୍କିଲ୍‌ ସେଣ୍ଟରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ରେ ନିଆଁ ଲାଗି ଜଳିଗଲା ୫ଏକର ଜଙ୍ଗଲ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ଫୁଲବାଣୀ: ନାବାଳିକା ବଳାତ୍କାରୀକୁ ୧୦ ବର୍ଷ ଜେଲଦଣ୍ଡ
  • ||
  • ଫୁଲବାଣୀ: ସରକାରୀ ଅନୁଦାନ ହଡ଼ପ ଅଭିଯୋଗରେ ଦୁଇ ଶିକ୍ଷକଙ୍କୁ ୪ ବର୍ଷ ଲେଖାଏଁ ଜେଲ
  • ||
  • ଆଣ୍ଟିଲିଆ ବାହାରୁ ମିଳିଲା ସ୍କର୍ପିଓ ମାଲିକଙ୍କ ମୃତଦେହ, କଲାବା ଡ୍ୟାମ୍‌କୁ ଡେଇଁ ମନସୁଖ ହିରନଙ୍କ ଆତ୍ମହତ୍ୟା ସନ୍ଦେହ , ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ୱାନୀଙ୍କ ଘର ଆଣ୍ଟିଲିଆ
  • ||
  • ମୋହନା ବିଡ଼ିଓ ବଂଶୀଧର ଖୋସଲା ନିଲମ୍ୱିତ, କାଜୁ ନିଲାମ ପ୍ରକ୍ରିୟାରେ ହେରଫେର ଅଭିଯୋଗରେ ନିଲମ୍ୱନ କଲା ପଞ୍ଚାୟତିରାଜ ବିଭାଗ
  • ||
  • ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲା , ୨ ଦିନିଆ ରିମାଣ୍ଡ ଶେଷ ପରେ ଝାରପଡ଼ା ଜେଲକୁ ଫେରିଲା ଅଭିଯୁକ୍ତ ବିବନ
  • ||
  • ବାଲେଶ୍ୱର: ଏସଏଫଡ଼ିଆର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
  • ||
  • ଶ୍ରୀମନ୍ଦିରର ବିକାଶ ପାଇଁ ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନନ୍ଦପୁର: ଭୁସୁଡ଼ିଲା ସିଡ଼ାପୁଟ ପୋଲ, ୮ ଗ୍ରାମବାସୀ ଯୋଗାଯୋଗରୁ ବିଛିନ୍ନ
  • ||
  • ସ୍କାଏ ଲାଇଟ୍ ଭାଙ୍ଗି ଚନ୍ଦ୍ରଶେଖରପୁର ଥାନାରୁ ଅଭିଯୁକ୍ତ ଚମ୍ପଟ, ଚୋରି ମାମଲାରେ ବୁଧବାର ରାତିରେ ପୁଲିସ ଉଠାଇ ଆଣିଥିଲା
  • ||
  • କଟକ: ପିଲଗ୍ରିମ ରୋଡ ଦାସ ସାହି ବସ୍ତି ଉଚ୍ଛେଦ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • କଟକ: ମହାନଦୀ ପଠାର ୨୪ ଏକର ଜମି ଏସସିବିକୁ ଦିଆଯିବା ମାମଲା। କେନ୍ଦ୍ରୀୟ ଜଳ ଆୟୋଗ ରାଜ୍ୟ ଜଳସମ୍ପଦ ବିଭାଗକୁ ତଥ୍ୟ ମାଗିଲେ ମହାନଦୀ ପଠାର ୨୪ ଏକର ଜମି ଏସସିବିକୁ ଦିଆଯିବା ମାମଲା। କେନ୍ଦ୍ରୀୟ ଜଳ ଆୟୋଗ ରାଜ୍ୟ ଜଳସମ୍ପଦ ବିଭାଗକୁ ତଥ୍ୟ ମାଗିଲେ ହାଇକୋର୍ଟ
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରା ଉପରେ କଟକଣା, ୧୦ ତାରିଖ ସକାଳ ୭ଟାରୁ ୧୨ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ପୀଠରେ ଲାଗୁ ହେବ ୧୪୪ ଧାରା
  • ||
  • ଭୁବନେଶ୍ଵର : ଦିଲ୍ଲୀରେ ନୁହେଁ କଟକରେ ଶୁଣାଣି ହେବ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା, ପଟିଆଲା ହାଉସ କୋର୍ଟ ବଦଳରେ କଟକ ଫ୍ୟାମିଲି କୋର୍ଟରେ ଚାଲିବ ମାମଲା
  • ||
  • ଗୁଣପୁର: ପୁଟାସିଂ ଥାନାର ମହିଳା ଆଇଆଇସି ଗଞ୍ଜେଇ ଜବତ ପାଇଁ ଯାଇଥିବା ବେଳେ ଘଟିଲା ଘଟଣା, ବିଳମ୍ବିତ ରାତିରେ ମହିଳା ଅଧିକାରୀକୁ ଆକ୍ରମଣ କଲେ ଶତାଧିକ ଲୋକ, ପୋଡ଼ିଲେ ଜବତ ଗଞ୍ଜେଇ
  • ||
  • ଘଟଗାଁ: ମହିଳା ତାରିଣୀ ଭକ୍ତ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରକ, ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି
  • ||
  • ଭୁବନେଶ୍ବର: ପଞ୍ଚାୟତିରାଜ ଦିବସ ପାଇଁ ଆଜି ରାଜ୍ୟର ସମସ୍ତ ସ୍କୁଲ , କଲେଜ୍ ଓ ବିଶ୍ଵବିଦ୍ୟାଳୟ ଛୁଟି
  • ||
  • ସମ୍ବଲପୁର: ସମଲେଶ୍ବରୀ ମନ୍ଦିର ପୂଜକଙ୍କ ରାସ୍ତାରୋକ, ମନ୍ଦିରର ମୁଖ୍ୟ ଦ୍ବାର ଖୋଲିବା ସହିତ ମନ୍ଦିରକୁ ପୂଜା ସାମଗ୍ରୀ ଅନୁମତି ଦାବି
  • ||
  • ବଲାଙ୍ଗିର : ଧୋବା ପଡା ଡ୍ରେନରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ମହାରାଷ୍ଟ୍ରରେ ବିଗିଡିଛି ଶିବସେନା ସହ କଂଗ୍ରେସ ଏବଂ ଏନ୍‌ସିପିର ସମ୍ପର୍କ- ଉଦ୍ଧବ ଠାକରେ କେତେ ଦିନ ମୁଖ୍ୟମନ୍ତ୍ରୀ ରହିବେ ସେ ନେଇ ଅନିଶ୍ଚିତତା

ମୁମ୍ବାଇ- ଶିବସେନାର ପ୍ରତିଷ୍ଠା ଏବଂ ରାଜନୀତିରେ ପ୍ରବେଶ ଅନ୍ୟ ପ୍ରକାରର ଥିଲା । ମହାରାଷ୍ଟ୍ରରେ ବିଜେପି ସହ ମିଶି ଶିବସେନା କ୍ଷମତାକୁ ଆସିଥିଲା । ହେଲେ ସେହି କ୍ଷମତା ଲୋଭରେ ଭାଙ୍ଗିଥିବା ଶଇବସେନା ଏବଂ ବିଜେପିର ସମ୍ପର୍କ । ଏହାପରେ କଂଗ୍ରେସ ଏବଂ ଏନ୍‌ସିପିର ସହାୟତାରେ ସରକାର ଗଠନ କରିଥିଲା ଶିବସେନା । ଉଦ୍ଧବ ଠାକରେ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଶିବସେନା , କଂଗ୍ରେସ ଏବଂ ଏନ୍‌ସିପି ମଧ୍ୟରେ ହୋଇଥିବା ମେଣ୍ଟରେ ବାରମ୍ବାର ଦେଖାଯାଉଛି ଫାଟ । ନୀତି ଏବଂ ଆଦର୍ଶର ତାଳମେଳ ରହୁ ନାହିଁ । ବିଜେପି ସହ ମିଶିକରି ଶିବସେନା ନିର୍ବାଚନ ଲଢିଥିଲା । ହେଲେ ପରେ ଦୁଇ ଜଣଙ୍କ ମଧ୍ୟରେ ମତାନ୍ତର ଦେଖାଯାଇଥିଲା । ପରେ କ୍ଷମତା ପାଇଁ କଂଗ୍ରେସ ଏବଂ ଏନ୍‌ସିପି ସହ ହାତ ମିଳାଇଥିଲା ଶିବସେନା । ପ୍ରଥମେ ତ ବେଶ୍‌ ଭଲ ବୁଝାମଣା । ହେଲେ ପରେ ଆରମ୍ଭ ହୋଇଥିଲା ମତାନ୍ତର ।

ଏହି ସରକାର ଏକ ବର୍ଷ ପୂରଣ କରିଛି । ହେଲେ ଦୁଇ ଦଳର ନେତା ପରସ୍ପର ପ୍ରତି ରାଜନୈତିକ ବୟାନବାଜି କରୁଛନ୍ତି । ଶିବସେନା ଏବଂ ଏନ୍‌ସିପି ମଧ୍ୟରେ ଖୋଲାଖୋଲି କଥା କଟାକଟି ଚାଲିଛି । କଂଗ୍ରେସ ସହ ଅନେକ ଥର ମତାନ୍ତର ହେଲାଣି ।

ଏବେ ଏନ୍‌ସିପିର ନେତାମାନେ ରାଜ୍ୟରେ ସଡକର ଅବସ୍ଥାକୁ ନେଇ ଶିବସେନା ଉପରେ ନକରାତ୍ମକ ବୟାନବାଜୀ କରୁଛନ୍ତି । ଥାନେ ଜିଲ୍ଲା ଏବଂ କଲ୍ୟାଣ ଅଞ୍ଚଳରେ ଏବେ ଶିବସେନାର ନେତା ମୁହାଁ ମୁହିଁ । ମୁମ୍ବାଇ ପାଖ ହୋଇଥିବାରୁ ନେତାମାନେ ମୁହାଁ ମୁହିଁ ହୋଇଛନ୍ତି। ଶିବସେନା ଔରାଙ୍ଗାବାଦ ସହରର ନାମ ବଦଳାଇବା ପାଇଁ କହୁଥିବା ବେଳେ କଂଗ୍ରେସ ଏହାର ଜୋରଦାର ବିରୋଧ କରୁଛି । ଔରଙ୍ଗଜେବଙ୍କ ନାମରେ ଏହାକୁ ନାମିତ କରାଯାଇଥିଲା । କଂଗ୍ରେସ ଏବେ ବିଜେପି ଏବଂ ଶିବସେନା ଉପରେ ନାମ ପରିବର୍ତ୍ତନକୁ ନେଇ ଦୋଷ ଲଦିଛି । ହେଲେ ଏବେ ଶିବସେନା ଏବଂ କଂଗ୍ରେସ ସହ ଏନ୍‌ସିପି ମୁହାଁ ମୁହିଁ ପରିସ୍ଥିତିରେ । ତେବେ ଦେଖିବା କଥା ପ୍ରତି କଥାରେ ପରସ୍ପରକୁ ବିରୋଧ କରୁଥିବା ଏହି ତିନ ଦଳ କେତେଦିନ ମେଣ୍ଟ ସରକାର ଚଳାଉଛନ୍ତି ।

ସମ୍ବନ୍ଧିତ ଖବର