ଝାରପଡା ଜେଲ୍ ଗଲେ ମହାରଥୀ, ଆସନ୍ତା ୨୪ରେ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ୱର ୨୨/୪: ଝାରପଡା ଜେଲ୍ ଗଲେ ମହାରଥୀ । ଫ୍ଲାଇଁ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ମାମଲାରେ ବିଧାୟକ ପ୍ରଦୀପ ମହାରଥୀଙ୍କୁ ଝାରପଡା ଜେଲ୍ ପଠାଗଲା । ଆସନ୍ତା ୨୪ ତାରିଖରେ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ହେବ । ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ଏହି ଶୁଣାଇଛନ୍ତି । ଅସୁସ୍ଥ ଥିବାରୁ ଜେଲ୍ ୱାର୍ଡରେ ରହି ଚିକିତ୍ସିତ ହେବେ ମହାରଥୀ ।

ବିଧାୟକ ପ୍ରଦୀପ ମହାରଥୀଙ୍କୁ ଝାରପଡା ପଠାଯାଇଛି । ପିପିଲି ଜେଏମ୍ଏଫସି କୋର୍ଟରେ ହାଜର କରାଯିବାବେଳେ କୋର୍ଟ ପରିସରରେ ପ୍ରଦୀପ ମହାରଥୀ ଅସୁସ୍ଥ ହୋଇପଡିଥିଲେ ।  ତାଙ୍କୁ ଚିକିତ୍ସା ପରେ ଭୁବନେଶ୍ୱର ସ୍ପେଶାଲ କୋର୍ଟରେ ହାଜର କରାଗଲା । ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ମାମଲାର ଶୁଣାଣି ହୋଇଛି । ସ୍ୱତନ୍ତ୍ର କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ତାଙ୍କୁ ଝାରପଡା ଜେଲ୍ ପଠାଯାଇଛି । ସେ ଅସୁସ୍ଥ ଥିବାରୁ ଜେଲ୍ ୱାର୍ଡରେ ରହି ଚିକିତ୍ସିତ ହେବେ । ଆବଶ୍ଯକ ପଡିଲେ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ମେଡିକାଲ ସ୍ଥାନାସ୍ତର କରିପାରନ୍ତି ବୋଲି ନିଷ୍ପତ୍ତି ଶୁଣାଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ।

ଆସନ୍ତା ୨୪ ତାରିଖରେ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ହେବ । କହିରଖୁଛୁ କିଛି ଘଣ୍ଟା ପୂର୍ବରୁ ସିଇଓ ସୂଚନା ଦେଇଥିଲେ ଯେ ମହାରଥୀଙ୍କ ଗିରଫ ଘଟଣା ପିପିଲି ନିର୍ବାଚନରେ ପ୍ରଭାବ ପକାଇପାରିବନି । ନିର୍ବାଚନ ଯଥାରୀତି ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ ।

ଅଧିକ ପଢନ୍ତୁ ମହାରଥୀଙ୍କ ଭଳି ଜଣେ ଗୁଣ୍ଡାଙ୍କୁ ପ୍ରାର୍ଥୀ କରିଥିବାରୁ ବିଜେଡି କ୍ଷମା ମାଗିବା ଉଚିତ୍: ଧର୍ମେନ୍ଦ୍ର

ଅଧିକ ପଢନ୍ତୁ ଫ୍ଲାଇଂ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପ ଗିରଫ, ସଙ୍ଗୀନ ଦଫା ଲଗାଇଲା ପୋଲିସ