ମହାଶିବରାତ୍ରି ପାଇଁ ‘ଶିବ ଶଙ୍କର’ ଗୀତ ରିଲିଜ କଲେ ସୋନୁ ନିଗମ, ଦେଖନ୍ତୁ ଭକ୍ତି ଭରା ଭିଡିଓ

ମୁମ୍ବାଇ ୩/୩: ବଲିଉଡର ଫେମସ ସିଙ୍ଗର ସୋନୁ ନିଗମ, ମହାଶିବରାତ୍ରି ଉତ୍ସବରେ ଏକ ନୂଆ ଭକ୍ତି ସଙ୍ଗୀତ ରିଲିଜ କରିଛନ୍ତି । ଏହି ଭିଡିଓ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଛନ୍ତି । ‘ଶିବ ଶଙ୍କର’ ଗୀତକୁ ଆରମ୍ବ କରିବା ପୂର୍ବରୁ ମହମୃତ୍ଯୁଞ୍ଜୟ ମନ୍ତ୍ରରୁ ଜପରୁ ଆରମ୍ଭ କରିଛନ୍ତି ସୋନୁ ନିଗମ ।
ସୋନୁ ନିଗମ ‘ଶିବ ଶଙ୍କର’ ଗୀତର ଏକ ଛୋଟ କ୍ଲିକ୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ଯ ସେୟାର କରିଛନ୍ତି । ସେ କହିଛନ୍ତି ଯେ ଏହି ଗୀତକୁ ସୁଟ୍ କରିବା ପାଇଁ ନେପାଳର ଅନେକ ସ୍ଥାନ ଚୁଜ୍ କରାଯାଇଥିଲା ଏବଂ ବହୁତ ପରିଶ୍ରମ କରି ଏହାକୁ ପ୍ରସ୍ତୁତ କରାଯାଇଛି ।
ଭିଡିଓକୁ ଇନଷ୍ଟାରେ ସେୟାର କରି ସେ କ୍ଯାପସନ୍ ଲେଖିଛନ୍ତି ଯେ ମହାଶିବରାତ୍ରିରର ପୂଣ୍ଯ ଅବସରରେ ଶିବ ଶଙ୍କର ଗୀତ ପ୍ରସ୍ତୁତ କରୁଛି । ଏହା ଗୀତ ଧର୍ମର ଏକ ଅବଧାରଣା ଏବଂ ଆମେ ଯେଉଁ ପର୍ଯ୍ଯନ୍ତ ଜୀବିତ ଅଛେ ସେ ପର୍ଯ୍ୟନ୍ତ ଏହି ଯାତ୍ରାରେ ଗତି କରିବାକୁ ପଡିବ । ବହୁତ ସୁନ୍ଦର ଉପାୟରେ ଏହାକୁ ପ୍ରସ୍ତୁତ କରାଯାଇଛି । ତେବେ ବସନ୍ତ ଚୌଧୁରୀ ଲେଖିଛନ୍ତି ଯେ ଏହି ସିନ୍ ନେପାଳର ପୋଖରାର,ଯାହାକି ପ୍ରସିଦ୍ଧ ମଚପୁଚରେ ଶିଖରରେ ସ୍ଥିତ । ଗୀତକୁ ସେଠାରେ ସୁଟ୍ କରାଯାଇଛି ।