PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ଧୋନୀଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ – ଭାରତୀୟ କ୍ରିକେଟ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ  ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ କଲେ ଅବସର ଘୋଷଣା । ଏବେ ଭାରତୀୟ କ୍ରିକେଟ୍‌‌ ଦଳ ପାଇଁ ଧୋନୀ ଖେଳିବାର ନଜର ଆସିବେ ନାହିଁ । ହେଲେ ଏମ୍‌ଏସ୍‌ ଧୋନୀ ଆଇପିଏଲ୍‌ ଖେଳିବେ ।  ତାଙ୍କର ପ୍ରଶଂସକ କିନ୍ତୁ ଧୋନୀଙ୍କୁ ଆଇପିଏଲ୍‌ରେ ଖେଳିବାର ଦେଖି ପାରିବେ ।

MS Dhoni announces retirement from international cricket with 'consider me  retired' Instagram post

ଧୋନୀ ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେବାର ସୂଚନା ଦେଇଛନ୍ତି । ସେଥିରେ ଲେଖିଛନ୍ତି –  ଆପଣ ସମସ୍ତଙ୍କର ଭଲ ପାଇବା  ଓ ସମର୍ଥନ ପାଇଁ ବହୁତ ବହୁତ ଧନ୍ୟବାଦ ।  ଆଜି  ସନ୍ଧ୍ୟା ୭.୨୯ ପରେ ମୋତେ ଅବସର ବୋଲି ଭାବିନେବେ । ନିଜର ଏହି ପୋଷ୍ଟ ସହ ଧୋନୀ ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି ।

MS Dhoni Retires From International Cricket | Cricket News

୩୯ ବର୍ଷିୟ ଏମଏସ୍‌ ଧୋନୀ ପୂର୍ବରୁ ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିସାରିଥିଲେ । ହେଲେ ୱାନଡେ ଓ ଟି-୨୦ରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଂଶ ହୋଇ ରହିଥିଲେ। କିନ୍ତୁ ଏବେ ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଦେଇଛନ୍ତି।

ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଦିନରେ ଧୋନୀ ସନ୍ନ୍ୟାସ ଘୋଷଣା ନେଇ ଚିଠି ଲେଖି ଜଣାଇଥିଲେ ।  ଧୋନୀ କ୍ରିକେଟ୍‌ର ୩ ଫର୍ମାଟ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ରହି ସାରିଛନ୍ତି ।  ଏହାସହ ଧୋନୀଙ୍କ ନାମରେ ଅନେକ ବଡ଼ ବଡ଼ ରେକର୍ଡ ମଧ୍ୟ ରହିଛି ।  ଧୋନୀଙ୍କ ରିଟାୟର୍ଡମେଣ୍ଟ ପରେ  ସଚିନ୍‌ ଟ୍ୱିଟ୍‌  ଜରିଆରେ ନିଜର ଭାବନା ବ୍ୟକ୍ତ କରିଛନ୍ତି ।

ଉଲ୍ଲେଖନୀୟ ଯେ, ଏମ୍‌ଏସ୍‌ ଧୋନୀ  ୨୦୦୪ରେ ବାଂଲାଦେଶ ବିପକ୍ଷରେ  ନିଜର ଟେଷ୍ଟ କ୍ରିକେଟ୍‌ କ୍ୟାରିୟର ଆରମ୍ଭ କରିଥିଲେ । ଧୋନୀ ଏବେ ସୁଦ୍ଧା  ୯୦ଟି ଟେଷ୍ଟ ମ୍ୟାଚ୍‌  ଖେଳିଛନ୍ତି । ଏହା ବ୍ୟତୀତ  ୩୫୦ଟି ଏକ ଦିବସୀୟ  ଓ ୯୮ଟି ଟି-୨୦ ମ୍ୟାଚ୍‌ରେ ସେ ଭାରତର ନେତୃତ୍ୱ  ନେଇଥିଲେ । ଟେଷ୍ଟ ମ୍ୟାଚ୍‌ରେ ଧୋନୀ  ୬ଟି ଶତକ ମାରିଛନ୍ତି ଏବଂ ୱାନଡେରେ୧୦ଟି ଶତକ ତାଙ୍କ ନାମରେ ରହିଛି ।

ସମ୍ବନ୍ଧିତ ଖବର