ବାଘ ଦେଖିବା ପାଇଁ ମଧ୍ୟପ୍ରଦେଶରେ ପହଞ୍ଚିଲେ ଧୋନୀ, ସେୟାର କଲେ ଏହି ଫଟୋ

ମୁମ୍ବାଇ ୧୫।୨ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଇଂଷ୍ଟାଗ୍ରାମରେ ବାଘର ଏକ ଫଟୋ ପୋଷ୍ଟ କରିଛନ୍ତି। ଧୋନିଙ୍କ କହିବାନୁସାରେ, ମଧ୍ୟପ୍ରଦେଶର କାହ୍ନା ଟାଇଗର ରିଜର୍ଭ ଏହି ବାଘକୁ ସେ ଦେଖିଛନ୍ତି। ପରିବାର ସମେତ ଦୀର୍ଘ ୬ଘଣ୍ଟା ଧରି ସେ ଏହି ପାର୍କରେ ବୁଲିଥିଲେ। କହିବାକୁ ଗଲେ ଧୋନି ସୋସିଆଲ ମିଡ଼ିଆ ପ୍ରତି ସେତେଟା ସକ୍ରିୟ ନୁହନ୍ତି। କେବେ କେମିତି ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରନ୍ତି ଧୋନି। କିନ୍ତୁ ଯେବେ ଫଟୋ ପୋଷ୍ଟ କରନ୍ତି ତାହା ଅତି ସହଜରେ ଭାଇରାଲ୍  ହୋଇଥାଏ। ଏଥର ମଧ୍ୟ ସେଇଆ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ପୋଷ୍ଟକୁ ଲକ୍ଷେ ଲୋକ ଦେଖିସାରିଲେଣି।

ଧୋନି ପୋଷ୍ଟ କରିବା ସହିତ ଲେଖିଛନ୍ତି ଯେ, ‘When you search for a tiger by yourself and it gives you time to take a photo’। ତେବେ ମୁଖ୍ୟ କଥା ହେଲା କି, ଧୋନୀ ଏବେ ଟେଷ୍ଟ କ୍ରିକେଟରୁ ତ ସନ୍ୟାସ ନେଇସାରିଛନ୍ତି। କିନ୍ତୁ ସୀମିତର ପ୍ରାରୂପରେ ଏହି ୩୮ ବର୍ଷର ଓ୍ବିକେଟକିପର ବ୍ୟାଟ୍ସମ୍ୟାନଙ୍କ ଭବିଷ୍ୟକୁ ନେଇ ଅଟକଳ ଏକ ଜାରି ରହିଛି।

   ସମ୍ବନ୍ଧିତ ଖବର


ଜିମ୍‌ରେ ଧୋନୀଙ୍କ ଷ୍ଟଣ୍ଟ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ ; ଭିଡ଼ିଓ ଭାଇରାଲ

ପୃଥ୍ୱୀଙ୍କ ଉପରେ ଭରସା କରନ୍ତି ବିରାଟ, କୋହଲି କହିଲେ…

ଅଣ୍ଡର-୧୯ ମହିଳା କ୍ରିକେଟ୍‌ରେ ଇତିହାସ ରଚିଲେ କାଶଭି: ଦିନିକିଆ ମ୍ୟାଚ୍‌ରେ ନେଲେ ୧୦ ୱିକେଟ୍‌

ଆଇପିଏଲ୍‌-୧୩: ଅଭ୍ୟାସ୍‌ ପାଇଁ ହୋମ୍ ଗ୍ରାଉଣ୍ଡକୁ ଫୋରିଲେ ମାହୀ, ୨ତାରିଖରୁ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ ଦଳ ସହ ଆରମ୍ଭ କରିବେ ଅଭ୍ୟାସ