ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

ମୁମ୍ୱାଇ – ଅଭିନେତ୍ରୀ ଲୁବିଏନା ଲୋଧ ନିକଟରେ  ଇନଷ୍ଟାଗ୍ରାମ ଭିଡ଼ିଓରେ ଫିଲ୍ମ ମେକର ମହେଶ ଭଟ୍ଟ ଓ ତାଙ୍କ ଭାଇ ମୁକେଶ ଭଟ୍ଟଙ୍କ ଉପରେ ଗୁରୁତର ଅଭିଯୋଗ ଲଗେଇଥିଲେ । କହିଥିଲେ ଏହି ଦୁଇ ଜଣ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସବୁଠୁ ବଡ଼ ଡନ୍‌ । ତାଙ୍କ ଉପରେ ଅସଦାଚରଣର ଅଭିଯୋଗ କରି ଏକ ଭିଡ଼ିଓ ସେୟାର କରିଥିଲେ । କହିଥିଲେ ଏମାନଙ୍କ ଯୋଗୁଁ ବହୁତ କଳାକାରଙ୍କର  ଜୀବନ ନଷ୍ଟ ହୋଇଯାଇଛି । ବହୁତ ଅଭିନେତା , ନିର୍ଦ୍ଦେଶକ , କମ୍ପୋଜରଙ୍କ କାମ ଚାଲି ଯାଇଛି । ତାଙ୍କର ଗୋଟିଏ ଫୋନରେ କାମ ମିଳିବା ବନ୍ଦ ହୋଇଯାଏ ।

ସେ ନିଜର ଭିଡ଼ିଓରେ କହିଥିଲେ କି  ମହେଶ କୌଣସି କଳାକାରଙ୍କ ଉପରେ ବିଗିଡ଼ି ଗଲେ ପଛରେ ଫୋନ୍‌ କରନ୍ତି ଏବଂ ତାଙ୍କୁ ଇଣ୍ଡଷ୍ଟ୍ରୀରୁ ମିଳିବାକୁ ଥିବା କାମ ପାଇଁ ଅଡ଼ୁଆ ସୃଷ୍ଟି କରନ୍ତି । ସେହି କାମ ଆଉ ମିଳେନାହିଁ । ଏବେ ଲୁବିଏନାଙ୍କ ଅଭିଯୋଗ ଉପରେ ମହେଶ ଭଟ୍ଟ ଆକ୍ସନ ନେବାକୁ ନିଷ୍ପତ୍ତି ନେଇଛନ୍ତି ।

ମହେଶ ଭଟ୍ଟ , ଲୁବିଏନାଙ୍କ ବିରୋଧରେ ମୁମ୍ୱାଇ ହାଇକୋର୍ଟରେ ପହଞ୍ଚିଥିଲେ ଏବଂ ସେ ଏହି ଅଭିନେତ୍ରୀଙ୍କ ନାଁରେ ୧କୋଟିର ମାମଲା ରୁଜୁ କରିଥିଲେ । ଏହା ସହ ସେ କୋର୍ଟରେ ଅଭିନେତ୍ରୀଙ୍କ ବିରୋଧରେ ଏକ ରେଷ୍ଟ୍ରିକ୍ସନ ଅର୍ଡରର ମଧ୍ୟ ଦାବି କରିଛନ୍ତି । ଏଇଥି ପାଇଁ କି ସେ ମିଛ , ଅପମାନଜନକ ଓ ନିନ୍ଦନୀୟ ଅଭିଯୋଗ ନିର୍ଦ୍ଦେଶକଙ୍କ ଉପରେ ଲଗାଇ ପାରିବେ ନାହିଁ। ଏହି କେସ୍‌ର ଶୁଣାଣି ୧୬ ନଭେମ୍ୱରରେ ହେବ ।

   ସମ୍ବନ୍ଧିତ ଖବର


ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍

ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ ଧୀବର: ଜାଲରେ ଲାଗିଲା ଏମିତି ଜିନିଷ, ରାତାରାତି ହୋଇଗଲେ ୨୫ କୋଟିର ମାଲିକ…

ମୁକେଶ ଅମ୍ବାନୀଙ୍କ ଗ୍ୟାରେଜରେ ଠିଆ ହୋଇଛି ସବୁଠାରୁ ମହଙ୍ଗା ଗାଡି, ଦେଖନ୍ତୁ କାର୍ କଲେକ୍ସନ

ଶିବସେନାରେ ଯୋଗଦେଲେ ଉର୍ମିଲା ମାତୋଣ୍ଡକର

ଗର୍ଭାବସ୍ଥାରେ ଅନୁଷ୍କାଙ୍କ ଶୀର୍ଷାସନ : ଫଟୋ ସେୟାର କରି ଲେଖିଲେ, ‘ଡାକ୍ତର କହିଥିଲେ…’

ଅନାଥ ଯୁବକ JEEରେ ପାଇଥିଲେ ୨୭୦ ରାଙ୍କ୍‌ – ଭୁଲ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ହରେଇଲେ ଆଇଆଇଟି ସିଟ୍‌ !