ପୂର୍ବରୁ ଲିକ୍ ହୋଇଥିଲା ରିୟା ଚକ୍ରବର୍ତ୍ତୀଙ୍କ ଚାଟ୍, ଏବେ ଭାଇରାଲ ହେଲା ମହେଶ ଭଟ୍ଟ ଓ ଜିଆ ଖାନଙ୍କ ଏହି ଭିଡିଓ

ନୂଆଦିଲ୍ଲୀ ୨୩/୮: ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଅଡୁଆ ହେବାରେ ଲାଗିଛି । ଏଥିରେ କେଉଁଠି ନା କେଉଁଠି ରିୟା ଚକ୍ରବର୍ତ୍ତୀଙ୍କ ଭୂମିକା ଥିବା ମଧ୍ୟ ସାମ୍ନାକୁ ଆସୁଛି । ତେବେ ସୁଶାନ୍ତଙ୍କ ମୃତ୍ୟୁର ୬ ଦିନ ପୂର୍ବରୁ ରିୟା ଚକ୍ରବର୍ତ୍ତୀ ତାଙ୍କ ଘର ଛାଡିଦେଇଥିଲେ । ଏପର୍ଯ୍ୟନ୍ତ କୁହାଯାଉଥିଲା କି ସୁଶାନ୍ତଙ୍କ କହିବାନୁସାରେ ରିୟା ଏମିତି କରିଥିଲେ ଏବଂ ସେ ଏହି ସମ୍ପର୍କ ପାଇଁ ବେଶି ଖୁସି ନଥିଲେ । କିନ୍ତୁ ରିୟା ଚକ୍ରବର୍ତ୍ତୀ ଓ ମହେଶ ଭଟ୍ଟଙ୍କ ହ୍ୱାଟ୍ସଆପ୍ ଚାଟ୍ ଭାଇରାଲ ହେବା ପରେ ଏହା ଅନୁମାନ ଲଗାଯାଉଛି କି ରିୟା ନିଜେ ସୁଶାନ୍ତଙ୍କଠୁ ଅଲଗା ହୋଇଯାଇଥିଲେ ।

ଏବେ ମହେଶ ଭଟ୍ଟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେ ଜିଆ ଖାନଙ୍କ ସହିତ ନଜର ଆସୁଛନ୍ତି । କହିରଖୁଛୁ ବଲିଉଡ ଅଭିନେତ୍ରୀ ଜିଆ ଖାନ୍ ୩ ଜୁନ୍ ୨୦୧୩ରେ ମୁମ୍ବାଇରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ମହେଶ ଭଟ୍ଟଙ୍କ ଏହି ଭାଇରାଲ ଭିଡିଓରେ ଜିଆ ଖାନ ନଜର ଆସୁଛନ୍ତି । ଏହି ସମୟରେ ମହେଶ ଭଟ୍ଟ ଜିଆ ଖାନଙ୍କୁ କେତେବେଳେ ଆଲିଙ୍ଗନ କରୁଛନ୍ତି ତ ଆଉ କେତେବେଳେ ତାଙ୍କ ହାତ ଧରୁଥିବା ନଜର ଆସୁଛନ୍ତି । ଏହି ଭିଡିଓ ଭାଇରାଲ ହେବାପରେ ୟୁଜର୍ସ ମହେଶ ଭଟ୍ଟଙ୍କୁ ଟ୍ରୋଲ୍ କରିବାରେ ଲାଗିଛନ୍ତି ।

କହିରଖୁଛୁ ସୁଶାନ୍ତ ସୁଇସାଇଡ୍ ମାମଲା ସିବିଆଇ ପାଖକୁ ଯିବାର କିଛି ଦିନ ପୂର୍ବରୁ ଜିଆ ଖାନଙ୍କ ମା ରାବିୟା ନିଜର ଏକ ପୋଷ୍ଟରେ ଲେଖିଥିଲେ, ‘ଜିଆ ଖାନ୍ ଓ ସୁଶାନ୍ତଙ୍କ ନର୍ସିଷ୍ଟିକ୍ କ୍ରିମିନାଲ୍ ପାର୍ଟନର୍ସ ଶକ୍ତିଶାଳୀ ବଲିଉଡ ମାଫିଆ ଓ ନେତା ଜଡିତ ଅଛନ୍ତି । ରାଜନୈତିକ ଚାପ ଯୋଗୁଁ ପୋଲିସ ସାମ୍ନାକୁ ସତ ଆଣିପାରୁନି । ସେ ନିଜ ପୂରା ସମୟ ପ୍ରମାଣ ନଷ୍ଟ କରିବା ଓ ମୃତ୍ୟୁକୁ ଆତ୍ମହତ୍ୟା ରୂପ ଦେବାପାଇଁ ଲାଗିଛି । ନିଜ ମନଗଢା କାହାଣୀର ସମର୍ଥନ ପାଇଁ ସେମାନେ ବଲିଉଡ ମାଫିଆଙ୍କ ସାହାରା ନେଉଛନ୍ତି । ଡିପ୍ରେସନ୍ କାହାଣୀର ପ୍ରଚାର ପାଇଁ ଏମାନେ ମହେଶ ଭଟ୍ଟଙ୍କ ଆଙ୍କର ଭଳି ବ୍ୟବହାର କରୁଛନ୍ତି ।‘

   ସମ୍ବନ୍ଧିତ ଖବର


ଡ୍ରଗ୍ସ ମାମଲାରେ ଫସିଥିବା ଭାରତୀ ସିଂଙ୍କୁ ଡ୍ରାମା କୁଇନ୍ ରାକ୍ଷୀ କହିଲେ- ‘ଏହା ଏକ ଷଡ଼ଯନ୍ତ୍ର, ତାଙ୍କ ଘରେ କେହି ଜଣେ ଗଞ୍ଜେଇ ରଖି ଏନ୍‌ସିବିକୁ ଫୋନ୍‌ କରିଛି…’

ଓଡିଆ ଗୀତରେ ରାପ୍‌ ପରେ ଆଲ୍‌ବମ୍‌ ଭିଡିଓ ସୁଟିଂରେ ବ୍ୟସ୍ତ ସୁର ଭାଇନା: କୁଆଖିଆ ନଦୀ ପଠାରେ ଚାଲିଛି ମ୍ୟୁଜିକ୍‌ ଭିଡିଓ ସୁଟିଂ

ପପ୍‌ ମ୍ୟୁଜିକ୍‌ ମହାରଥୀ ବାପି ଲେହେରୀ କାହିଁକି ପିନ୍ଧନ୍ତି ଏତେ ସୁନା ? ଜାଣନ୍ତୁ ଏହି ଖାସ୍‌ କାରଣ…

ଭାରତୀ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ଧରାପଡ଼ିଲା ! ଡେଲିଭରୀ ବୟ ସାଜି କରୁଥିବା ସପ୍ଲାଇ

ସୋନୁଙ୍କୁ ଭେଟିବାକୁ ସାଇକେଲ୍‌ରେ ଗଲେ ପ୍ରଶଂସକ : ଅଭିନେତା ବୁକ୍‌ କରିଦେଲେ ଫ୍ଲାଇଟ୍‌ ଟିକେଟ୍‌

ରାଜ କୁନ୍ଦ୍ରାଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆଣିଲେ ଅଭିନେତ୍ରୀ ପୁଣମ୍ ପାଣ୍ଡେ, ବମ୍ବେ ହାଇକୋର୍ଟରେ ପହଞ୍ଚିଲା ମାମଲା