ରାନୁ ମଣ୍ଡଳଙ୍କ ଉପରେ ଭଡ଼କିଲେ ଅଭିନେତ୍ରୀ ମହିକା ଶର୍ମା ! କହିଲେ- ଆମ ଭଳି ସୁନ୍ଦରୀ ଝିଅମାନଙ୍କୁ…

‘ଏକ୍ ପ୍ୟାର୍ କା ନଗମା ହେ…’ ଗୀତ ଗାଇ ସୋସିଆଲ ମିଡ଼ିଆରେ ରାତାରାତି ଷ୍ଟାର ହୋଇଥିବା ପଶ୍ଚିମ ବଙ୍ଗର ରାନୁ ମଣ୍ଡଳଙ୍କ ଭାଗ୍ୟ ଏବେ ବଦଳିବାରେ ଲାଗିଛି। କିଏ ତାଙ୍କୁ ନେଇ ଗର୍ବ ଅନୁଭବ କରୁଛି ତ କିଏ ପୁଣି ସମାଲୋଚନା କରୁଛି। ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥରେ ଅଭିନେତ୍ରୀ ମହିକା ଶର୍ମା ରାନୁ ମଣ୍ଡଳଙ୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି।

ମହିକା ଶର୍ମା କହିଛନ୍ତି ଯେ, ସମସ୍ତଙ୍କ ଭାଗ୍ୟ ଏମିତି ହୋଇନଥାଏ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟିଏ ସ୍ଥାନ ତଥା ପରିଚୟ ପାଇବାକୁ ହେଲା ସବୁଠୁ ଅଧିକ ସଂଘର୍ଷ କରିବାକୁ ପଡ଼ିଥାଏ। ରାନୁ ମଣ୍ଡଳଙ୍କ ବିଷୟରେ କହିବାକୁ ଯାଇ ମହିକା ଶର୍ମା ଆହୁରି ବି କହିଛନ୍ତି ଯେ, ରାନୁ ମଣ୍ଡଳ ଭାଗ୍ୟବାନ୍ ମହିଳାଙ୍କ ମଧ୍ୟରୁ ଜଣେ। ତାଙ୍କୁ ବଲିଉଡରେ କିଛି ଲୋକ ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି।

କିନ୍ତୁ ମନୋରଞ୍ଜନର ଦୁନିଆଁ ପ୍ରକୃତରେ ଏତେ ଭଲ ନୁହେଁ। ଏମିତି ଲଟେରି ଲୋକଙ୍କ ପାଖକୁ ଦଶନ୍ଧିରେ ଆସେ। ନହେଲେ ଆମ ଭଳି ସୁନ୍ଦର ଝିଅମାନଙ୍କୁ କେବଳ ଗରିବମାନେ ନିଜର ଫାଇଦା ପାଇଁ ବ୍ୟବହାର କରିଥାନ୍ତି। ପୁଣି ‘ମି ଟୁ’ ଭଳି ମାମଲା ସାମ୍ନାକୁ ଆସେ।

ଆଗକୁ ପୁଣି ମହିକା ଶର୍ମା କହିଛନ୍ତି ଯେ, ମନୋରଞ୍ଜନ ଦୁନିଆଁରେ ପ୍ଲାର୍ଟଫର୍ମ ହାସଲ କରିବା ସବୁଠୁ ବଡ଼ ସଂଘର୍ଷ।ଏଠାରେ ଲୋକ ନିଜ ମିଟିଂ ବାହାନାରେ ୧୦ଥର ଡ଼ାକିବେ ଯେଉଁଥିରେ ୯ଥର ଆପଣଙ୍କର ବହୁତ ପ୍ରଶଂସା କରିବେ ଆଉ ପୁଣି ୧୦ଥରକୁ କିଛି ଫେବର ପାଇଁ ଆପଣଙ୍କୁ କହିବେ। ମୁଖ୍ୟ କଥା ହେଲା କି ସେମାନେ ସିଧା ସିଧା କହିବେ ନାହିଁ ବରଂ ଆପଣଙ୍କୁ ଅନୁଭବ କରାଇବେ ବୋଲି ମହିକା ଶର୍ମା କହିଛନ୍ତି।

   ସମ୍ବନ୍ଧିତ ଖବର


ନଭେମ୍ବରରୁ ଆରମ୍ଭ ହେବ ‘ପଠାନ୍‌’ର ସୁଟିଂ

ମନର ମଣିଷ ଖୋଜୁଛନ୍ତି କିଆରା, ଏମିତି ହୋଇଥିବା ଦରକାର ଜୀବନସାଥୀ…

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଓଡ଼ିଆଙ୍କ ବାଜିମାତ; ଅନୁଷ୍କା, ହିତେଶ ହାତେଇଲେ ୧୩ ପୁରସ୍କାର…

ଷ୍ଟୁଡିଓ ବାହାରେ ବିନା ଫେସ୍‌ ମାସ୍କରେ ନଜର ଆସିଲେ ରଣବୀର ସିଂହ, ଫଟୋ ଭାଇରାଲ

ଷ୍ଟାଇଲିଶ୍‌ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ‘ସର୍କସ’ ଫିଲ୍ମରେ କାମ କରିବେ ରଣବୀର

ଲଣ୍ଡନରେ ରହିବେ ଶାହାରୁଖ-କାଜୋଲ : ଜାଣନ୍ତୁ ଏହାର ମୁଖ୍ୟ କାରଣ