PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ମହିଳାଙ୍କୁ ଟିକେଟ ନମିଳିବାରୁ କଂଗ୍ରେସ ଭବନରେ ତାଲା ପକାଇଲା ମହିଳା କଂଗ୍ରେସ

ଭୁବନେଶ୍ୱର ୩୧/୩: ଟିକେଟ ନମିଳିବାରୁ ମହିଳା କଂଗ୍ରେସରେ ଅସନ୍ତୋଷ ଦେଖାଦେଇଛି । କଂଗ୍ରେସ ଭବନର ମୁଖ୍ଯ ଫାଟକରେ ତାଲା ପକାଇଛି ମହିଳା କଂଗ୍ରେସ । କଂଗ୍ରେସ ଭବନ ଆଗରେ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ସହିତ ଅନେକ ନାରୀନେତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ପୂର୍ବରୁ ରାହୁଲ ଗାନ୍ଧୀ ଅଧିକ ମହିଳା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେବାପାଇଁ ପିସିସିକୁ ପରାମର୍ଶ ଦେଇଥିଲେ । ତେବେ ଏପର୍ଯ୍ଯନ୍ତ ମାତ୍ର ୧୦ ଜଣ ମହିଳାଙ୍କୁ ବିଧାନସଭା ପ୍ରାର୍ଥୀ ରୂପେ ଟିକେଟ ଦିଆଯାଇଛି । ଏପରିକି ଦଳର ସଭାନେତ୍ରୀଙ୍କୁ ମଧ୍ଯ ମିଳିନି ଟିକେଟ । ସଭାନେତ୍ରୀ ସୁମିତ୍ରା ଜେନା ଭଦ୍ରକରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଟିକେଟ ନମିଳିବାରୁ ସମସ୍ତେ ଖପ୍ପା ହୋଇ ଆଜି ଭବନରେ ତାଲା ପକାଇ ଦେଇଛନ୍ତି ଏବଂ ପିସିସି ସଭାପତି ଆସିଲେ ଧାରଣାରୁ ଉଠିବେ ବୋଲି କହିଛନ୍ତି । ପୂର୍ବରୁ କଂଗ୍ରେସ ଅଧ୍ଯକ୍ଷ ରାହୁଲ ଗାନ୍ଧୀ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବାନେଇ କହିଥିଲେ ମାତ୍ର ସେହି ଅନୁସାରେ ଟିକେଟ ନମିଳିବାରୁ ନିରାଶ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛି ମହିଳା କଂଗ୍ରେସ । ଏନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆନଗଲେ ପରିସ୍ଥିତି ଖରାପ ହେବ ବୋଲି ମହିଳା କଂଗ୍ରେସ ଚେତାବନୀ ଦେଇଛି  ।

ସମ୍ବନ୍ଧିତ ଖବର