PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ୱର: ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ
  • ||
  • ନୟାଗଡ଼: କଟକ ଅବକାରୀ ଗୋଇନ୍ଦା ବିଭାଗ ଦ୍ବାରା ୨କିଲୋ ୩୦୦ଗ୍ରାମ ଅଫିମ ଜବତ, ଜଣେ ଗିରଫ
  • ||
  • ପୁରୀ: ଶ୍ରୀମନ୍ଦିର ସହ ଜଡ଼ିତ ୨୩ଜଣ କରୋନା ପଜିଟିଭ୍ ଚିହ୍ନଟ : ସେବାୟତଙ୍କ ସମେତ ଏକାଧିକ କର୍ମଚାରୀ ସଂକ୍ରମିତ
  • ||
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||
  • ଆଇପିଏଲ୍‌ର-୧୪: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ
  • ||
  • କରଞ୍ଜିଆର ଥାନା ବୁଢୀଗାଁରର ଘଟଣା- ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ କଟୁରିରେ ହାଣିଲା ସ୍ୱାମୀ , ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ବାଲେଶ୍ୱରରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • ରାଜ୍ୟ: ପୁଣି ୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୩୦କୁ ଛୁଇଁଲା
  • ||
  • ଓଡ଼ିଶାରେ ଆଜି ୧୭୮୪ କରୋନା ପଜିଟିଭ୍‌ ଚିହ୍ନଟ, କ୍ୱାରାଣ୍ଟାଇନ୍‌ରୁ ୧୦୩୫ , ଲୋକାଲ କଣ୍ଟାକ୍ଟରୁ ୭୪୯ ଚିହ୍ନଟ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||

ମହିଳା IPSଙ୍କୁ କାର ଭିତରକୁ ଡାକି ଅଶ୍ଳୀଳ ବ୍ୟବହାର କରିଥିଲେ ଡିଜିପି, ଯାଞ୍ଚ୍ ପାଇଁ ଗଠନ ହେଲା ସ୍ଵତନ୍ତ୍ର କମିଟି

ଚେନ୍ନାଇ, ୨୫/୨ : ତାମିଲନାଡୁର ଡିଜିପି ରାଜେଶ ଦାସଙ୍କ ବିରୋଧରେ ହୋଇଥିବା ଯୌନ ଉତ୍ପୀଡନ ଅଭିଯୋଗର ଯାଞ୍ଚ୍ କରିବା ପାଇଁ ଏକ ୬ ସଦସ୍ୟ ବିଶିଷ୍ଟ ଯାଞ୍ଚ୍ କମିଟି ଗଠନ କରିଛି ଗୃହ ବିଭାଗ। ଅତିରିକ୍ତ ମୁଖ୍ୟ ସଚିବ ଜୟଶ୍ରୀ ରଘୁନନ୍ଦନ ଏହି କମିଟିର ଅଧ୍ୟକ୍ଷତା କରିବେ। ଡିଜିପି ରାଜେଶ ଦାସ ଜଣେ ମହିଳା ଆଇପିଏସ୍ ଅଧିକାରୀଙ୍କୁ ଯୌନ ଉତ୍ପୀଡନା ଦେଇଥିବା ଭଳି ସାଙ୍ଗୀନ ଅଭିଯୋଗ ହୋଇଛି। ମହିଳା ଆଇପିଏସ୍ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଡିଜିପି ତାଙ୍କ କାରରେ ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଛନ୍ତି।

ତାମିଲନାଡୁରେ କୌଣସି ଆଇପିଏସ୍ ଅଧିକାରୀଙ୍କୁ ଯୌନ ଉତ୍ପୀଡନ ଦେବା ଭଳି ଏହା ପ୍ରଥମ ଅଭିଯୋଗ। ତେବେ ପୀଡିତା ମହିଳା ଆଇପିଏସ୍ ଅଧିକାରୀଙ୍କ ଏଭଳି ସାହାସକୁ ଅନ୍ୟ ମହିଳା ଅଧିକାରୀମାନେ ପ୍ରଶଂସା କରିଛନ୍ତି। ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, ପୀଡିତା ଏନେଇ ଅଭିଯୋଗ ନକରିବା ପାଇଁ ଚେଷ୍ଟା କରାଯାଇଥିଲା କିନ୍ତୁ ମହିଳା ଆଇପିଏସ୍ ଏସମ୍ପର୍କରେ ଗୃହ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ, ତାମିଲନାଡୁର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ମହିଳା ଆଇପିଏସ୍ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଥିଲେ। ଏହି ସମୟରେ ଡିଜିପି ତାଙ୍କୁ କାରରେ ବସିବାକୁ କହିଥିଲେ। ଏହାପରେ ତାଙ୍କ ସହ କାର ଭିତରେ ଦୁର୍ବ୍ୟବହାର କରିଥିଲେ।