ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ଚିକିତ୍ସାରେ ଅବହେଳା ଅଭିଯୋଗ- ପ୍ରାଇଭେଟ୍‌ କ୍ଲିନିକ୍‌ରେ ପ୍ରସବ ପରେ ମହିଳା ମୃତ

ଜଳେଶ୍ବର(ସ୍ୱ.ପ୍ର)-ଜଳେଶ୍ୱରରେ ମାଆ ନାମକ ଏକ ଘରୋଇ କ୍ଲିନିକରେ ପୁଣି ପ୍ରସବ ପରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜଳେଶ୍ୱର ଚମାର ଗାଁର ଗୀତାଞ୍ଜଳି ମହାନ୍ତି ଗର୍ଭବତୀ ଥିବା ବେଳେ ହାତୀଗଡ ହସ୍ପିଟାଲର ଡାକ୍ତର ଅଜୟ କୁମାର ସାହୁ ଙ୍କ ପାଖରେ ଚିକିତ୍ସା କରୁଥିଲେ । ତେବେ ଡାକ୍ତର ଅଜୟ କୁମାର ସାହୁଙ୍କ ଉପଦେଶ କ୍ରମେ ଜଳେଶ୍ବର ବଡ ବଜାର ସ୍ଥିତ ମା କ୍ଲିନିକରେ ପ୍ରସବ ପାଇଁ ପରିବାର ଲୋକ ଭର୍ତ୍ତି କରିଥିଲେ । ଫଳରେ ପ୍ରସବ ସମୟରେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅସ୍ତ୍ରୋପଚାର କରି ପ୍ରସବ କରାଯିବ ବୋଲି କ୍ଲିନିକ ପକ୍ଷରୁ କୁହା ଯାଇଥିଲା ।

ତେବେ ଅପରେସନ ପରେ ମହିଳାଙ୍କ ସ୍ୱାସ୍ଥ୍ୟ ଠିକ ଥିବା କହିଥିଲେ କ୍ଲିନିକ କର୍ତ୍ତୃପକ୍ଷ । ଅପରେସନ କୁ ୪୮ ଘଣ୍ଟା ନପୁରୁଣୁ ମହିଳା ଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା କଥା କ୍ଲିନିକ କର୍ତ୍ତୃପକ୍ଷ କହିଥିଲେ । ମହିଳାଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ କୁ ସ୍ଥାନାନ୍ତରିତ କରିବା ପାଇଁ କହିଥିଲେ । କିନ୍ତୁ ଜିକେ ଭଟ୍ଟର ହସ୍ପିଟାଲକୁ ନେବା ପୂର୍ବରୁ ମହିଳାଙ୍କ ମୃତ୍ୟ ହୋଇଛି । ଏନେଇ ପରିବାର ପକ୍ଷରୁ ଚିକିତ୍ସା ଅବହେଳା ରୁ ମୃତ୍ୟୁ ହୋଇଛି ବୋଲି ଥାନାରେ ଅଭିଯୋଗ କରିବା ସହ କ୍ଲିନିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୂଚନା ଥାଉକି ଗତ ଜାନୁଆରୀ ୨୭ତାରିଖରେ ଠିକ ଏହି ଭଳି ଆଉ ଜଣେ ମହିଳାଙ୍କ ପ୍ରସବ ପରେ ମୃତ୍ୟ ଏହି ମା କ୍ଲିନିକ ରେ ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.