PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

କାଶ୍ମୀରରେ ନିଜେ ଖାଇଥିଲେ ଗୁଳି, ଏବେ ସାଥୀ ଯବାନଙ୍କ ପାଇଁ ପ୍ରସ୍ତୁତ କଲେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍

ଶ୍ରୀନଗର, ୨୪|୧୨:  ଜମ୍ମୁ-କାଶ୍ମୀରରେ ଲଗାତାର ଭାରତୀୟ ସେନା ଉପରେ ପାକିସ୍ତାନୀ ବାଟ୍ ଫୋର୍ସ ଗୁଳିଗୋଳା ମାଡ କରିଥାଏ। ଏପରିକି ଅସ୍ତ୍ର ବିରତି ମଧ୍ୟ ଉଲଙ୍ଘନ କରିଥାଏ। ପାକିସ୍ତାନର ଏହି ଅପଚେଷ୍ଟାରେ ଗୁଳି ଖାଇଥିବା ଜଣେ ମେଜର ନିଜେ ସ୍ୱଦେଶୀ ଜ୍ଞାନ କୌଶଳରେ ସ୍ୱତନ୍ତ୍ର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତୁତ କରିଛନ୍ତି। ଯାହା ସ୍ନାଇପର୍ ରାଇଫଲର ଗୁଳିରୁ ମଧ୍ୟ ସୁରକ୍ଷା ଯୋଗାଇବ। ନିୟନ୍ତ୍ରଣ ରେଖା ଓ କାଶ୍ମୀର ଘାଟିରେ ସ୍ନାଇପର୍ ଘଟଣା ଘଟିବା ପରେ ଏହି ପରିଯୋଜନା କାର୍ଯ୍ୟ ଆରମ୍ଭ ହୋଇଥିଲା।

ଏହି ଜ୍ୟାକେଟ୍ ବିକଶିତ କରିଥିବା ମେଜର୍ ଅନୁପ ମିଶ୍ରା କହିଛନ୍ତି ଯେ, ସେ ଲେବଲ୍ ୪ ବୁଲେଟ୍ ପ୍ରୁଫ୍ ଜ୍ୟାକେଟକୁ ବିକଶିତ କରିଛନ୍ତି। ଏହାକୁ ପୁଣେର ମିଲଟାରୀ ଇଞ୍ଜିନିୟରିଂ କଲେଜରେ ବିକଶିତ କରାଯାଇଛି। ଏହା ସ୍ନାଇପର ରାଇଫଲର ଗୁଳିକୁ ମଧ୍ୟ ରୋକିଦେବ। ଏହା ସମ୍ପୂର୍ଣ୍ଣ ଶରୀରକୁ ସୁରକ୍ଷା ପ୍ରଦାନ କରିବ। ଏହି କ୍ଷମତା ରଖୁଥିବା ଭାରତ ହେଉଛି ବିଶ୍ୱର ତୃତୀୟ ଦେଶ।

ଗତକାଲି  ଆର୍ମୀ ପ୍ରଯୁକ୍ତିବିଦ୍ୟା ସେମିନାରରରେ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ୱତ ମେଜର ମିଶ୍ରଙ୍କୁ ଆର୍ମୀ ଡିଜାଇନ୍ ବ୍ୟୁରୋ ଏକ୍ସଲେନ୍ସି ପୁରସ୍କାରରେ ସମ୍ମାନିତ କରିଥିଲେ।

ଅତିଶୀଘ୍ର ସୀମାରେ ମୁତୟନ ହୋଇଥିବା ଯବାନଙ୍କୁ ମିଳିବ ଏହି କବଚ

ଏହା ସେନାର ଯବାନଙ୍କ ପାଇଁ ଅତି ଜରୁରୀ ଅଟେ। ଏହାକୁ ନେଇ ମେଜର ମିଶ୍ର କହିଛନ୍ତି, ନିୟନ୍ତ୍ରଣ ରେଖା ଓ କାଶ୍ମୀର ଘାଟିରେ ସ୍ନାଇପର ଆକ୍ରମଣ ବୃଦ୍ଧି ପାଇଛି। ଏହି ଜ୍ୟାକେଟ୍ ସମ୍ପୂର୍ଣ୍ଣ ଶରୀରକୁ ରକ୍ଷା କରିବ। ଏହାକୁ ଟେଷ୍ଟିଂ ମଧ୍ୟ କରାଯାଇ ସାରିଛି। ଭାରତୀୟ ସେନା ଏଥି ପାଇଁ ଟେଣ୍ଡର ଜାରି କରିବ। ଏହାକୁ ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗ ସହ ଜଡିତ କୌଣସୀ ସହଯୋଗୀ ପ୍ରସ୍ତୁତ କରିବେ।

ସେ ଆହୁରି କହିଛନ୍ତି ଯେ, ଜାମ୍ମୁ-କାଶ୍ମୀରରେ ମୁତୟନ ହୋଇଥିବା ବେଳେ ଏକ ଅପରେଶନ ସମୟରେ ତାଙ୍କୁ ଗୁଳି ଲାଗିଥିଲା। ସେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିଥିଲେ। ଫଳରେ ଗୁଳିଟି ଶରୀରକୁ ଭେଦ କରିପାରି ନଥିଲା। କିନ୍ତୁ ଏହା ତାହାର ପ୍ରଭାବ ଦେଖାଇଥିଲା। ତେଣୁ ସେ ନିଜେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।