ଡେରାଡୁନରେ ପହଁଞ୍ଚିଲା ମେଜର ବିଷ୍ଟଙ୍କ ପାର୍ଥିବ ଶରୀର, ଆସନ୍ତାକାଲି ଅନ୍ତିମ ସଂସ୍କାର

ଡେରାହୁନ୍,୧୭।୨(ଏଜେନ୍ସି): ରାଜୈରିର ନୌସେରା ସେକ୍ଟରରେ ଏଲଓସି ଠାରୁ ପ୍ରାୟ ଦେଢ କିଲୋମିଟର ପରିସରରେ ଏକ ଆଇଆଇଡି ବିସ୍ଫୋରଣରେ ଭାରତୀୟ ସେନାର ମେଜର ଚିତ୍ରେଶ ସିଂହ ବିଷ୍ଟ ଶହୀଦ ହୋଇଯାଇଥିଲେ। ରବିବାର ଶହୀଦଙ୍କ ପାର୍ଥିବ ଶରୀର ବାୟୁସେନାର ବିମାନରେ ଜଳିଗ୍ରାଣ୍ଟ ବିମାନବନ୍ଦର ଅଣାଯାଇଛି। ଏହି ସମୟରେ ସେଠାର ସେନା ଅଧିକାରୀ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର ହେବ।

ସୂଚନା ଅନୁସାରେ , ଶହୀଦଙ୍କ ଅନ୍ତିମ ସଂସ୍କାର ସୋମବାର କରାଯିବ। ତେଣୁ ଶହୀଦଙ୍କ ପାର୍ଥିବ ଶରୀରକୁ ବିମାନବନ୍ଦରରୁ ସିଧା ସେନା ହସ୍ପିଟାଲ ଅଣାଯିବ। ଏଠାରେ ଉଲ୍ଲେଖନୀୟ ଯେ ଶହୀଦ ଚିତ୍ରେଶଙ୍କୁ ତାଙ୍କର ନେହରୁ କଲୋନୀ ସ୍ଥିତ ବାସଭବନରେ ସୋମବାର ଅଣାଯିବ। ଯେଉଁଠାରେ ରାଜକୀୟ ସମ୍ମାନର ସହିତ ଶହୀଦଙ୍କୁ ଅନ୍ତିମ ବିବାୟ ଦିଆଯିବ। ଜମ୍ମୁ –କଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଲାଗି ରହିଥିବା ରାଜୌରି ଜିଲ୍ଲାର ନୌସେରାରେ ମେଜର ଚିତ୍ରେଶ ବିଷ୍ଟ ଆଇଆଇଡି ବିସ୍ଫୋରଣରେ ଶହୀଦ ହୋଇଛନ୍ତି। ବିସ୍ଫୋରଣ ସେତେବେଳେ ହୋଇଥିଲା ଯେଉଁ ସମୟରେ ସେ ଆଇଆଇଡିକୁ ନିଷ୍କ୍ରିୟ କରିବାକୁ ଚେଷ୍ଟା କରୁଥିଲେ। ବିସ୍ଫୋରଣରେ ଦୁଇ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ମେଜର ଚିତ୍ରେଶ ଭାରତୀୟ ସୈନ୍ୟ ,ଏକାଡେମୀ ଡେରାହୁନରୁ ୨୦୧୦ରେ ପାସଆଉଟ୍ ହୋଇଥିଲେ। ସେନାରେ ଇଜିଂନିୟର ଭାବରେ କାମ କରୁଥିଲେ। ଆସନ୍ତା ୭ ମାର୍ଚରେ ସେ ବିବାହ କରିଥାନ୍ତେ।