ଦବିଲା କାଠଯୋଡ଼ି ବ୍ରିଜ୍: ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ବର ୨୮।୮: କଟକ-ଭୁବନେଶ୍ୱର ରାସ୍ତାରେ ଥିବା କଟକ କାଠଯୋଡ଼ି ବ୍ରିଜ୍ ବୁଧବାର ସାମାନ୍ୟ ଦବି ଯାଇଥିବା ଦେଖିବାକୁ ମିଳିଛି। ଗୋପାଳପୁର-ଲିଙ୍କରୋଡ୍ ରାସ୍ତାର ଆରମ୍ଭରୁ ବ୍ରିଜ୍‌ଟି ଦବି ଯାଇଥିବାର ଦେଖିବାକୁ ମିଳିଥିଲା।

ଏହି ଫାଟକୁ ଦେଖି ପୋଲ ଉପର ଦେଇ ଯାତାୟାତ କରୁଥିବା ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା। ଫଳରେ କଟକ ପଟରୁ ଏହି ପୋଲଟି ଦବି ଥିବା ସୂଚନା ମିଳିଛି। ଦବି ଥିବା ସ୍ଥାନକୁ ଏନ୍‌ଏଚଆଇ ଓ ପୁଲିସ ପକ୍ଷରୁ କର୍ଡନ କରାଯାଇଛି। ପୋଲ ଉପରେ ଫାଟ ସୃଷ୍ଟି ହେବା ପରେ ଯାତାୟାତକୁ ବନ୍ଦ କରି ଦିଆଯାଇଛି।

ଘଟଣାସ୍ଥଳରେ କଂଗ୍ରେସର କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ପୁଲିସ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି। ଏହାସହିତ ଦବିଥିବା ସ୍ଥାନକୁ ଏନ୍ଏଚ୍ଆଇ ଓ ପୁଲିସ୍ ପକ୍ଷରୁ କର୍ଡନ କରାଯାଇଛି। ବ୍ରିଜ୍ ଦବିବା ପରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

   ସମ୍ବନ୍ଧିତ ଖବର


ରାଜଧାନୀରେ ନକଲି ମୋବିଲ କାରଖାନା ଠାବ, ୪ ଗିରଫ

ରାସ୍ତାରେ ପଡୁଛି ପିପିଇ କିଟ୍‌! ସିଏମ୍‌ସି ଅବହେଳାରୁ ବ୍ୟାପୁଛି ସଂକ୍ରମଣ

ମିଠା ଏକ୍ସପାଏରୀ ତାରିଖ ପ୍ରଦର୍ଶନ ପ୍ରସଙ୍ଗ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମାକୁ ମିଠା ବ୍ୟବସାୟୀଙ୍କ ବିରୋଧ

ଟ୍ରେନ୍‌ ଓ ବିମାନରେ ଓଡ଼ିଆ ଖାଦ୍ୟ ଦିଆଯିବାକୁ ଦାବି

ଦେବାଳୟରେ ପ୍ରସାଦ ସେବନ ବ୍ୟବସ୍ଥା ଠପ୍‌, ହଜାର ହଜାର ଲୋକ ପ୍ରଭାବିତ

ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର ଓ ଫ୍ରାଞ୍ଚାଇଜ୍‌ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଅ: ଯୁବ କଂଗ୍ରେସ