ରେଳ ସଦନ କ୍ୟାମ୍ପସରେ ଅଗ୍ନିକାଣ୍ଡ

ଭୁବନେଶ୍ୱର ୦୧ /୫ : ଭୁବନେଶ୍ୱର ରେଳ କ୍ୟାମ୍ପସରେ ନିଆଁ ।  ଇଷ୍ଟକୋଷ୍ଟ ରେଲୱେରେ ଥିବା ରେଲ କୁଞ୍ଜରେ ଅଫିସରଙ୍କ ରେଷ୍ଟ ହାଉସର ଲାଇଫ୍ ଏରିଆରେ ନିଆଁ ଲାଗିଯାଇଛି ।

ସୂଚନା ମୁତାବକ , ସନ୍ଧ୍ୟା ପ୍ରାୟ ୬ଟା୫୦ରେ ରେଳ ସଦନର ଲିଫ୍ଟ ଏରିଆ ଅଫ୍ ଅଫିସର୍ ରେଷ୍ଟ ହାଉସ୍ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲା । ଏହି ଅଗ୍ନିକାଣ୍ଡରେ ଗୋଟିଏ ଷ୍ଟୋର ରୁମ୍ ଏବଂ ଗୋଟିଏ ସାଧାରଣ ବାଥରୁମ୍ କ୍ଷତିଗ୍ରସ୍ତ ହୋଇଛି ।

 ଇଷ୍ଟକୋଷ୍ଟ ରେଳବାଇ ଏହି ଘଟଣାର ଅନୁସନ୍ଧାନ କରୁଛି । ଲିଫ୍ଟରୁ ନିଆଁ ଲାଗି ଥିବାର ଅନୁମାନ କରାଯାଉଛି ।

   ସମ୍ବନ୍ଧିତ ଖବର


ଅଭିନେତ୍ରୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ, ଓକିଲଙ୍କ ନାଁରେ ଏତଲା

ରାଜ୍ୟର ଶିଳ୍ପାନୁଷ୍ଠାନ ସମ୍ପର୍କିତ ଡିରେକ୍ଟୋରୀ ‘ଆମ ସମୟର ଶିଳ୍ପ’ ଉନ୍ମୋଚିତ

ଲାଇନ୍‌ଚ୍ୟୁତ ହେଲା ରେଳ ଇଞ୍ଜିନ-୪୦ ମିଟର୍‌ ଘୁଷୁଡ଼ିଲା, ୪ ଘଣ୍ଟା ନୟାନ୍ତ ବର୍ତ୍ତିଗଲେ ୨ ଡ୍ରାଇଭର୍‌ ଓ ଜଣେ ଗାର୍ଡ

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଫୁଙ୍ଗୁଳା – ମାଳ ମାଳ ପୁଲିସ ଦ୍ୱାର ମୁହଁରେ ଜଗି ବସିଛନ୍ତି, କିନ୍ତୁ ଉଲ୍ଲଙ୍ଘନକାରୀ ସରକାରୀ କଟକଣାକୁ ବେଖାତିର କରି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି

ପ୍ରେମ କରି ଫସିଗଲେ ବିବାହିତା ମହିଳା, ସୁନା ଟଙ୍କା ଲୁଟି ନେଲା ଲମ୍ପଟ ପ୍ରେମିକ, ଥାନାରେ ଏତଲା

ବେସାହାରା ତୁଳସୀକୁ ମିଳିଗଲେ ବାପା- ମା’, ଔପଚାରିକତା ପୂରଣ କରି ସିଡବ୍ଲ୍ୟସି ଠାରୁ ଶିଶୁକୁ କୋଳେଇ ନେଲେ ବେଙ୍ଗାଲୁରୁ ଦମ୍ପତି