ମେଜର ଗୋଗୋଇଙ୍କ କୋର୍ଟ ମାର୍ଶଲ ପକ୍ରିୟା ଶେଷ, ହ୍ରାସ ହୋଇପାରେ ବରିଷ୍ଠତା

ନୂଆଦିଲ୍ଲୀ,୧।୪: ଜମ୍ମୁ ଓ କଶ୍ମୀରରେ ପଥର ଫିଙ୍ଗାଳିଙ୍କୁ ଶିକ୍ଷା ଦେବା ପାଇଁ ‘ମାନବ ଢାଲ’ କରି ଚର୍ଚ୍ଚାକୁ ଆସିଥିବା ମେଜର ଲିତୁଲ ଗୋଗୋଇଙ୍କ ବିରୋଧରେ କୋର୍ଟ ମାର୍ସଲ ପକ୍ରିୟା ଶେଷ ହୋଇଯାଇଛି। ଏ ସମ୍ପର୍କରେ ଗତକାଲି ସେନା ପକ୍ଷରୁ ସୂଚନା ଦିଆଯାଇଛି।  ଗତ ବର୍ଷ ଶ୍ରୀନଗରରେ ଜଣେ ସ୍ଥାନୀୟ ମହିଳାଙ୍କ ସହ ବନ୍ଧୁତ୍ବ କରିବା ପାଇଁ ଦଣ୍ଡ ଭାବରେ ତାଙ୍କର ବରିଷ୍ଠତା ହ୍ରାସ କରାଯାଇପାରେ। ସ୍ଥାନୀୟ ମହିଳାଙ୍କ ସହ ବନ୍ଧୁତ୍ବ କରିବା ମାମଲାରେ ଗୋଗାଇଙ୍କୁ ସାହର୍ଯ୍ୟ କରିଥିବା ତାଙ୍କ ଡ୍ରାଇଭର ସମୀର ମାଲାଙ୍କୁ ମଧ୍ୟ କୋର୍ଟ ମାର୍ଶଲ ପକ୍ରିୟାର ସାମନା କରିବାକୁ ପଡିବ।

ଗତ ଫେବଆରୀରେ ମେଜର ଗୋଗୋଇଙ୍କ ଡ୍ରାଇଭରଙ୍କ ଠାରୁ ସାକ୍ଷ୍ୟ ସଂଗ୍ରହ କରାଯାଇଥିବା ବେଳେ ଏବେ କୋର୍ଟ ମାର୍ଶଲ ପକ୍ରିୟା ଆରମ୍ଭ ହୋଇଯାଇଛି। ଦୁହିଁଙ୍କୁ ଦୁଇଟି ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଛି। ତାଙ୍କୁ ସେନା ନିର୍ଦେଶର ବିପରୀତ ଯାଇ ଜଣେ ସ୍ଥାନୀୟ ମହିଳାଙ୍କ ସହ ବନ୍ଧୁତ୍ବ କରିବା ଓ ସେନା ଅଭିଯାନ ଅଞ୍ଚଳରେ କାର୍ଯ୍ୟସ୍ଥଳ ଠାରୁ ଦୂରରେ ରହିବା କାରଣ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି।

ମେଜର ଗୋଗୋଇଙ୍କୁ ଜମ୍ମୁ-କଶ୍ମୀରରେ ବିଦ୍ରୋହର ସାମନା କରିବା ପାଇଁ ରାଷ୍ଟ୍ରୀୟ ରାଇଫଲସ୍ ବାଟାଲିୟନରେ ମୁତୟନ କରାଯାଇଥିଲା। ପୋଲିସ ମେଜରଙ୍କ ସହିତ ତାଙ୍କ ଡ୍ରାଇଭର ଓ ଜଣେ ସ୍ଥାନୀୟ ମହିଳାଙ୍କୁ ୨୦୧୮ରେ ସେତେବେଳେ ଅଟକ ରଖିଥିଲେ ଯେତେବେଳେ ଦୁହେଁ ଏକ ସ୍ଥାନୀୟ ହୋଟେଲକୁ ଯାଇଥିଲେ। ସେଠାର ହୋଟେଲ ମ୍ୟାନେଜର ତାଙ୍କୁ ରାତ୍ରୀ ବିଶ୍ରାମ ପାଇଁ ରୁମ୍ ଦେବାକୁ ମନା କରିଦେଇଥିଲେ।ଉଲ୍ଲେଖନୀୟ ଯେ, ମେଜର ଗୋଗୋଇ ୨୦୧୭ରେ ବିବାଦରେ ଆସିଥିଲେ ଯେତେବେଳେ ସେ ଜମ୍ମୁ-କଶ୍ମୀରର ବଡଗାଓଁରେ ନିଜର ଡ୍ୟୁଟି ସମୟରେ ପଥର ଫିଙ୍ଗାଳିଙ୍କ ଠାରୁ ନିଜକୁ ରକ୍ଷା କରିବା ପାଇଁ ଜଣେ କଶ୍ମୀରର ଯୁବକକୁ ଜିପ୍ ଆଗରେ ବାନ୍ଧି ମାବନ ଢାଲ ପ୍ରସ୍ତୁତ କରିଥିଲେ।

   ସମ୍ବନ୍ଧିତ ଖବର


ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ଦିନିକିଆ କ୍ରିକେଟରେ ଟିମ୍‌ ଇଣ୍ଡିଆ ନାମରେ ଅଲୋଡା ରେକର୍ଡ, ୯୭୮ଟି ମ୍ୟାଚ୍‌ ପୂର୍ବରୁ କେବେ ହୋଇ ନଥିଲା ଏମିତି..

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ

୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ