PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ମେଜର ବିଭୂତିଙ୍କୁ ଲେଫ୍ଟିନାଣ୍ଟ ନିକିତା ଫ୍ଲାଇଂ କିସ୍‌ରେ ଦେଇଥିଲେ ଅନ୍ତିମ ବିଦାୟ : ଶହିଦ ପତିଙ୍କୁ ଦେଇଥିବା କଥା ରଖିଲେ ପତ୍ନୀ

New Indian Express

ନୂଆଦିଲ୍ଲୀ : ଘଟଣାଟି ଅଢ଼େଇ ବର୍ଷ ପୂର୍ବେ ୧୮ ଫେବ୍ରୁଆରୀର । ଶହିଦ ମେଜର ବିଭୂତି ଢୌଣ୍ଡିଆଲଙ୍କର ପତ୍ନୀ ଡେରାଡୁନ୍‌ରୁ ଦିଲ୍ଲୀ ଅଭିମୂଖେ ଟ୍ରେନ୍‌ରେ ଆସୁଥିଲେ। ସେ ଦିଲ୍ଲୀରେ ହିଁ ଏକ ପ୍ରାଇଭେଟ୍‌ ଫାର୍ମରେ ଚାକିରୀ କରୁଥିଲେ ଏବଂ ସପ୍ତାହ ଶେଷରେ ଅନେକ ସମୟରେ ଡେରାଡୁନ୍‌ ନିଜର ଶ୍ୱଶୂର ଘରକୁ ଆସୁଥାନ୍ତି । ଟ୍ରେନ୍‌ ମୁଜଫରନଗର ହିଁ ପହଞ୍ଚୁ ଥିଲା , ଏତିକି ବେଳେ ଆର୍ମି ହେଡ୍‌କ୍ୱାଟରରୁ ତାଙ୍କୁ ଫୋନ୍‌ ଗଲା। ଫୋନ୍‌ ଶୁଣି ତାଙ୍କର ଯେମିତିକି ହୋସ୍‌ ଉଡ଼ିଗଲା ।

Pulwama encounter: Late Major Vibhuti Shankar Dhoundiyal's wife salutes the  brave martyr for one last time | India News

ସ୍ୱାମୀଙ୍କର ପୁଲୱାମାରେ ଶହିଦ ହେବା ଖବର ତାଙ୍କ ଉପରେ ଯେମିତି ଦୁଃଖର ପାହାଡ଼ ଖସି ପଡ଼ିଲା । ସେହି ଅଧା ରାସ୍ତାରୁ ସେ ଡେରାଡୁନ୍‌ ଫେରି ଆସିଲେ । ଡଙ୍ଗୱାଲାରୋଡ୍‌ରେ ରହୁଥିବା ମେଜର ବିଭୂତି ଢ଼ୌଣ୍ଡିଆଲ ପୁଲୱାମାରେ ରବିବାର ରାତିରେ ହୋଇଥିବା ସଂଘର୍ଷରେ  ଶହିଦ ହୋଇଯାଇ ଥିଲେ । ଘର ବାହାରେ ଲୋକଙ୍କର ଭିଡ଼ ଜମିଥିଲା । ତାଙ୍କର ପାର୍ଥିବ ଶରୀର ସୋମବାର ସନ୍ଧ୍ୟାରେ ଡେରାଜୁନ୍‌ ସ୍ଥିତ ତାଙ୍କର ଘରେ ପହଞ୍ଚିଥିଲା । ସେନାର ଯବାନଙ୍କ କାନ୍ଧରେ ତ୍ରିରଙ୍ଗାରେ ଆବୃତ୍ତ ହୋଇ ଘରେ ପହଞ୍ଚୁଥିବା ପୁଅକୁ ଦେଖି ପରିଜନ ଦୁଃଖରେ ଭାଙ୍ଗି ପଡ଼ିଲେ । ସକାଳେ ଯେଉଁଠି ନିରବତା ଥିଲା , ସେଠାରେ କୋଳାହଳ ମୟ ହୋଇଗଲା ।

ହରିଦ୍ୱାରର ଶ୍ମଶାନ ଘାଟକୁ ନେବା ପୂର୍ବରୁ ପତ୍ନୀ ନିକିତା ଭିଡ଼ରୁ ବାହାରି ନିଜର ପତିଙ୍କୁ ଫ୍ଲାଇଂ କିସ୍ ଦେଇଥିଲେ ଏବଂ କହିଥିଲେ ଆଇ ଲଭ୍‌ ୟୁ ବିଭୂତି, ମୁଁ ବି ତୁମ ପରି ଆର୍ମିରେ ଯୋଗ ଦେବି , ଏହା ମୋର ଶପଥ । ଏହି ଠାରୁ ନିକିତାଙ୍କର ସେନାରେ ଅଫିସର ହେବାର ଯାତ୍ରା ଆରମ୍ଭ ହୋଇଥିଲା ।  ବହୁତ ପରିଶ୍ରମ ଓ ନିଷ୍ଠା  ସହ ସେ ଗତ ବର୍ଷ ଆହ୍ଲାବାଦରେ ୱୁମେନ୍‌ ଏଣ୍ଟ୍ରି ସ୍କିମ୍‌ର ପରୀକ୍ଷା ପାସ୍‌ କରିଥିଲେ । ଏହାପରେ ଚେନ୍ନାଇ ସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମୀରୁ ପ୍ରଶିକ୍ଷଣ ନେବା ପରେ ସେ ଶନିବାର ଲେଫ୍ଟେନେଣ୍ଟ ହୋଇଥିଲେ ।

ଲେଫ୍ଟିନେଣ୍ଟ ନିକିତାଙ୍କର ପ୍ରଥମ ପୋଷ୍ଟି ଜମ୍ମୁ-କଶ୍ମୀରର ଉଧମପୁରରେ ହୋଇଛି।

ସମ୍ବନ୍ଧିତ ଖବର