ମକର ସଂକ୍ରାନ୍ତିରେ ବିଶ୍ବ ରେକର୍ଡ,ଗୋଟିଏ ବାସନରେ ତିଆରି ହେଲା ୧୯୯୫ କେଜି ଖେଚୁଡି

ମଣ୍ଡି,୧୪।୧: ମକର ସଂକ୍ରାନ୍ତି ଅବସରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗୋଟିଏ ବଡ ବାସନରେ ୧୯୯୫ କେଜିର ଖେଚୁଡି ତିଆରି କରି ସୃଷ୍ଟି ହୋଇଛି ବିଶ୍ବ ରେକର୍ଡ। ଏହା ପୂର୍ବରୁ ଗୋଟିଏ ବାସନରେ ୯୧୮ କିଲୋଗ୍ରାମ ଖେଚୁଡି ତିଆରି କରି ବିଶ୍ବ ରେକର୍ଡ କରାଯାଇଥିଲା, ଯାହାକି ଏବେ ଭାରତ ନାଁରେ ରହିଛି। ଗିନିଜ୍ ବୁକ ଅଫ୍ ଓ୍ବାର୍ଲ୍ଡ ରେକର୍ଡର ପ୍ରତିନିଧି ଋଷି ନାଥଙ୍କ ଆଗରେ ଏହି ଖେଚୁଡି ପ୍ରସ୍ତୁତ କରାଯାଇଥିଲା। ଏହାର ଘୋଷଣା ପରେ  ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି ସାର୍ଟିଫିକେଟ୍ ଦେଇଛନ୍ତି।

ତପ୍ତପାଣୀରେ ୨୫ ଜଣ ରୋଷେୟା ୫ ଘଣ୍ଟା ସମୟ ନେଇ ଖେଚୁଡି ତିଆରି କରିଛନ୍ତି। ଏହି ଖେଚୁଡି ତିଆରି କରିବାରେ ୪୦୫ କେଜି ଚାଉଳ, ୧୯୦ କେଜି ଡାଲି, ୯୦ କେଜି ଘିଅ, ୫୫ କେଜି ମସଲା ଓ ୧୧୦୦ ଲିଟର ପାଣି ବ୍ୟବହାର କରାଯାଇଥିଲା।

ଏହି ଖେଚୁଡି ପ୍ରସ୍ତୁତ କରିବା ପାଇଁ ୮ ଫୁଟ୍ ଉଚ୍ଚା ଓ ୯ ଫୁଟ ଚଉଡା ବାସନର ବ୍ୟବହାର କରାଯାଇଥିଲ। ତିଆରି କରିବା ପରେ ଏହାକୁ ହଜାର ହଜାର ଲୋକଙ୍କୁ ଖାଇବାକୁ ଦିଆଯାଇଥିଲା।

ମୁଖ୍ୟ ରୋଷେୟା ଏନଏଲ୍ ଶର୍ମା କହିଛନ୍ତି, ପର୍ଯ୍ୟଟନ ବିଭାଗ ପକ୍ଷରୁ ତପ୍ତପାଣୀରେ ଖେଚୁଡିର ମୁଖ୍ୟ ଆକର୍ଷଣ ରହିଥିଲା। ଗିନିଜ ବୁକ୍ ଅଫ୍ ଓ୍ବାର୍ଲ୍ଡ ରେକର୍ଡର ପ୍ରତିନିଧି ଋଷି ନାଥ କହିଛନ୍ତି, ଏବେ ସେ ଖେଚୁଡିର ନୂଆ ଓ୍ବାର୍ଲ୍ଡ ରେକର୍ଡ କରିଛନ୍ତି।

   ସମ୍ବନ୍ଧିତ ଖବର


ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି କରୋନା ପଜିଟିଭ୍

ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ଇଏ ସେହି ମହିଳା, ଯିଏ ପୁରା ବିଶ୍ୱ ପାଇଁ ତିଆରି କରନ୍ତି Indian Flag

କରୋନା କାଳରେ ଚାଲିଛି ଅରବପତିଙ୍କ ବିଳାସପୂର୍ଣ୍ଣ ପାର୍ଟି, ଅତିଥିଙ୍କର ପ୍ରତି ୧୫ ମିନିଟରେ ହେଉଛି କୋଭିଡ୍ ଟେଷ୍ଟ

କୋଭିଡ୍‌ ପାଇଁ ରୁଷ୍‌ରେ ପ୍ରଥମ ବ୍ୟାଚ ଟିକା ଉତ୍ପାଦନ ଆରମ୍ଭ

ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ନଥିଲା ଡେଥ୍ ଟାଇମ୍, ପ୍ରଶ୍ନ ଉଠାଇଲେ ଓକିଲ