ନିର୍ମାଣ ହେବ ଭାରତ ରତ୍ନ ‘ମଦର ଟେରେସା’ଙ୍କ ବାୟୋପିକ୍, ଫିଲ୍ମର ନାଁ ହେଲା…

ମୁମ୍ବାଇ ୧୧/୩: ଏବେ ବଲିଉଡରେ ବାୟୋପିକର ଯୁଗ ଚାଲିଛି କହିଲେ ଅତ୍ୟୁକ୍ତି ହେବନି । ବଡ ପରଦାରେ ରିଲିଜ ହେଉଥିବା ବାୟୋପିକ୍ ଦର୍ଶକଙ୍କୁ ଭାରି ପସନ୍ଦ ଆସୁଛି । ବକ୍ସ ଅଫିସରେ ଏହି ବାୟୋପିକ୍ ଭଲ ଆୟ ମଧ୍ଯ କରୁଛି । ଏବେ ଏହି ଲିଷ୍ଟରେ ଆଉ ଏକ ନାଁ ଯୋଡି ହୋଇଯାଇଛି । ଆଜ୍ଞା ହଁ । ମଦର ଟେରେସାଙ୍କ ଉପରେ ଖୁବ୍ ଶୀଘ୍ର ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ନିର୍ମାତାଙ୍କ ତରଫରୁ ଅଫିସିଆଲି ଏହାର ଘୋଷଣା ମଧ୍ଯ ହୋଇସାରିଲାଣି । ଫିଲ୍ମର ନାଁ ହେଉଛି ‘ମଦର ଟେରେସା: ଦ ସଣ୍ଟ୍’ । ଏହାର ନୂଆ ପୋଷ୍ଟର ରିଲିଜ କରାଯାଇ ଏହି ଘୋଷଣା କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସୀମା ଉପାଧ୍ଯାୟ ଫିଲ୍ମର ଷ୍ଟୋରୀ ଲେଖିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ ସମ୍ଭାଳିବେ ସୀମା ।
Official biopic on nobel laureate #MotherTeresa launched, produced by Pradeep Sharma, Nitin Manmohan, Girish Johar & Prachi Manmohan. Written-Directed by Seema Upadhyay. Cast-Crew comprises top talent pools of Bollywood & Hollywood.@OneUpEntertain @girishjohar @prachinm @seems_u pic.twitter.com/6OdmZVb49s
— tavishi dogra (@tavishi) March 11, 2019
ଭାରତ ରତ୍ନ ମଦର ଟେରେସାଙ୍କ ଭୂମିକାରେ କେଉଁ ଅଭିନେତ୍ରୀ ଅଭିନୟ କରିବେ ତାହା ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । କିନ୍ତୁ ସୂଚନା ଅନୁସାରେ ଫିଲ୍ମ ପାଇଁ ହଲିଉଡ ଓ ବଲିଉଡର ଟପ୍ କଳାକାରଙ୍କ ସହିତ ଆଲୋଚନା କରାଯାଉଛି । ତେବେ ଏହା ପ୍ରଥମ ପାଇଁ ନୁହେଁ ଯେ ମଦର ଟେରେସାଙ୍କ ବାୟୋପିକ୍ ପାଇଁ ଆଲୋଚନା ଚାଲିଛି । ପୂର୍ବରୁ ଅନେକ ଥର ମଦର ଟେରେସାଙ୍କ ବାୟୋପିକ୍ ପାଇଁ ଆଗ୍ରହ ଦେଖିବାକୁ ମିଳିଛି । ପୂର୍ବରୁ ତାଙ୍କ ଜୀବନ ଉପରେ ଅନେକ ଡକ୍ଯୁମେଣ୍ଟ୍ରୀ ଓ ଫିଲ୍ମ ନିର୍ମାଣ କରାଯାଇସାରିଛି । ତେବେ ଏହି ଫିଲ୍ମଟି ୨୦୨୦ରେ ରିଲିଜ କରାଯିବ ।