PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

ଘରେ ମେକ୍ଅପ ନେଉଛନ୍ତି କି? ବିନା ବ୍ରଶରେ କରନ୍ତୁ ନାହିଁ ମେକ୍ଅପ

ମେକ୍ଅପ ତ ସବୁ ମହିଳା କରିଦିଅନ୍ତି । ମାତ୍ର ମେକ୍ଅପ୍ କରିବା ସମୟରେ ଅନେକ ମହିଳା ଅଛନ୍ତି ଅଜାଣତରେ ହେଉ ଅବା ଜାଣିକି ହେଉ ବହୁତ କିଛି ଭୁଲ୍ କରିଦିଅନ୍ତି । ଫଳରେ ଚେହେରା ସୁନ୍ଦର ଦେଖାଯିବା ପରିବର୍ତେ ବହୁତ ଅଜବ ଦେଖାଯାଇଥାଏ । ମେକ୍ଅପ୍ ନେବାବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ମେକ୍ଅପ୍ ବ୍ରଶ୍ର । କାରଣ ବ୍ରଶ୍ ବିନା ମେକଅପ୍ ନେବା ଅସମ୍ଭବ ହୋଇଥାଏ । ଆଜି ଆମେ ଜାଣିବା ଅଧିକାଂଶ ବ୍ୟବହାର ହେଉଥିବା କିଛିଟା ମେକଅପ୍ ବ୍ରଶ୍ ବିଷୟରେ ।

ଫାଉଣ୍ଡେସନ୍ ବ୍ରଶ: ମେକ୍ଅପ ନେବା ସମୟରେ ତ୍ୱଚାରେ ଫାଉଣ୍ଡେସନ୍ ବା ବ୍ରଶ ଲଗାଇବା ସମୟରେ ଏହି ବ୍ରଶର ବ୍ୟବହାର ହୁଏ । ଫାଉଣ୍ଡେସନ୍ ବ୍ରଶ ସାହାଯ୍ୟରେ ଏହା ଲଗାଇବା ଦ୍ୱାରା ଏହା ତ୍ୱଚାକୁ ଏକ ନାଚୁରାଲ ଲୁକ୍ ଦେଇଥାଏ ।

କନ୍ସିଲର ବ୍ରଶ: କନ୍ସିଲର ସାହାଯ୍ୟରେ ତ୍ୱଚାରେ ଥିବା ଯେକୋଣସି ଦାଗ ଲୁଚା ଯାଇପାରିବ । ଆଙ୍ଗୁଳି ସାହାଯ୍ୟରେ ହାଲୁକା ଏହାର ବ୍ୟବହାର କରିପାରିବେ । କିନ୍ତୁ ଯଦି ଆପଣ କନ୍ସିଲର ବ୍ରଶ ସାହାଯ୍ୟରେ ଏହାକୁ ଲଗାଇବେ ଏହାଦ୍ୱାରା ଆପଣଙ୍କ ସମୟ ବଂଚିବା ସହିତ ଏହା ଭଲ ଭାବରେ ତ୍ୱଚାରେ ମିଶିଯିବ ଓ ଶୁଷ୍କ ହେବ ନାହିଁ ।

ବ୍ଲସର ବ୍ରଶ: ବ୍ଲସରକୁ ବ୍ଲେଣ୍ଡ୍ କରିବା ନିମନ୍ତେ ଏହି ବ୍ରଶର ବ୍ୟବହାର କରାଯାଏ । ଯାହା ବ୍ଲଶରକୁ ଅତି ସହଯରେ ତ୍ୱଚାରେ ବ୍ଲେଣ୍ଡ କରିଥାଏ । ଯାହା ଆପଣଙ୍କୁ ପରଫେକ୍ଟ ବ୍ଲେଣ୍ଡିଙ୍ଗ୍ ଲୁକ୍ ଦେଇଥାଏ ।

ଲିପ୍ ବ୍ରଶ୍: ଲିପ୍ ବ୍ରଶ ସାହାଯ୍ୟରେ ଲିପଷ୍ଟିକ୍ ଲଗାଇବା ଆବଶ୍ୟକ । କାରଣ ଏହାଦ୍ୱାରା ଓଠରେ
ଲିପଷ୍ଟିକ୍ ଭଲଭାବରେ ଲାଗିବା ସହ ବାହାରକୁ ବାହାରି ଆସିନଥାଏ । ଏହି ବ୍ରଶର ତୂଳୀ ସମାନ ଓ ଆଗଆଡ଼କୁ ବାହାରିଲା ପରି ହୋଇଥାଏ । ଯାହାଦ୍ୱାରା ଓଠରେ ଭଲରେ ଲିପଷ୍ଟିକ୍ ଲାଗିଥାଏ ।

ଆଇଲାଇନର ବ୍ରଶ: ଏହି ବ୍ରଶର ତୂଳୀ ଅଧିକ ପତଳା ଓ ଏହାର ହ୍ୟାଣ୍ଡେଲ ଲମ୍ବା ହୋଇଥିବାରୁ ଏହା ସାହାଯ୍ୟରେ ଆଇଲାଇନର ଲଗାଇବାକୁ ସହଜ ହୋଇଥାଏ । ଏହା ସାହାଯ୍ୟରେ ସୁନ୍ଦର ଲାଇନ୍ ହୋଇପାରିବ ।