ପ୍ରମୁଖ ଖବର
  • ଠାକୁରଡ଼ିହି ଛକରେ କଳ୍ପନା ପରିବହନ ସଂସ୍ଥାର କର୍ମଚାରୀଙ୍କୁ ବନ୍ଦୁକ ମୁନରେ ଲୁଟ୍, ୧୩ ଲକ୍ଷରୁ ଅଧିକ ଟଙ୍କା ନେଇ ଗଲେ ଦୁର୍ବୃତ୍ତ
  • ||
  • ବାହାରିଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ, ୱେବ୍‌ସାଇଟ୍‌ରେ ମାର୍କ ଉପଲବ୍ଧ
  • ||
  • ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଇଡିର ରେଡ୍, ସହାୟକଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା
  • ||
  • ବ୍ରହ୍ମପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କନିଷି ପଡ଼ିଆରେ କରିବେ ପ୍ରଚାର
  • ||
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ “ପଇତାଲାଗି ନୀତି”, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ସୋମବାରଠୁ OJEE ପ୍ରବେଶିକା: ପରୀକ୍ଷା ଦେବେ ୬୫, ୭୪୨ ଶିକ୍ଷାର୍ଥୀ, ମେ’ ୧୦ ଯାଏ ଏକ୍‌ଜାମ୍
  • ||
  • କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଭବାନୀପାଟଣା ଓ ଖଡିଆଳରେ ଜନସଭାରେ କରିବେ ପ୍ରଚାର
  • ||
  • ଖମ୍ବେଶ୍ୱରୀପାଲି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇ- ହାଇଦ୍ରାବାଦ ଲଢ଼େଇ, ଇଣ୍ଡିଆନ୍ସ ପାଇଁ ‘କର ବା ମର’
  • ||
  • ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ପାୱାର ସୋ’: ଆଜି ବ୍ରହ୍ମପୁର, ନବରଙ୍ଗପୁରରେ କମ୍ପିବ ପ୍ରଚାର ମଇଦାନ୍
  • ||
  • ୨୧ ଦିନ ହେବ ଜଳୁଛି ଓଡ଼ିଶା, ଆଜି ବି କମିବନି ପ୍ରକୋପ; ୭ରୁ ବର୍ଷା ଆଶା, କମିବ ଯନ୍ତ୍ରଣା
  • ||

ଇରାନ ସହ ପାକିସ୍ତାନର ବନ୍ଧୁତା ନେଇ ଆମେରିକା ଦେଲା ଚେତାବନୀ , ରୁଷ୍ ବି ସ୍ପଷ୍ଟ ଭାବେ କହି ଦେଲା ...

ନୂଆଦିଲ୍ଲୀ – ଆମେରିକାର ଶତ୍ରୁ ଦେଶ ଇରାନ ସହ ବନ୍ଧୁତା ଦେଖାଇବା ପାକିସ୍ତାନ ପାଇଁ ପଡିଛି ମହଙ୍ଗା। ଇରାନ ପ୍ରତି ବେଶୀ ଭାବ ବଢାଇବା ଯୋଗୁଁ ପାକିସ୍ତାନ ଉପରେ ନିଆଁବାଣ ହୋଇଛି ଆମେରିକା। ସ୍ଥିତି ଏମିତି କି, ପୂର୍ବରୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଏକ ନୂଆ ବିପଦର ସାମନା କରିବାକୁ ପଡ଼ିଛି।

କହି ରଖୁଛୁ କି , ଇରାନର ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି ତିନି ଦିବସୀୟ ଗସ୍ତରେ ପାକିସ୍ତାନ ଆସିଥିଲେ। ଏହି ଯାତ୍ରା ବେଳେ ସେ ପାକିସ୍ତାନ ସହ ୮ଟି ଚୁକ୍ତି ( ଏମଓୟୁ)ରେ ସ୍ୱାକ୍ଷର କରିଛନ୍ତି। ଉଭୟ ଦେଶ ମଧ୍ୟରେ କୌଣସି ଚୁକ୍ତି ହୋଇଛି ନା ନାହିଁ, ଏହା ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ, କିନ୍ତୁ ଅନେକ ଭିତିରି ଚର୍ଚ୍ଚା ଚାଲୁଛି କି, ଇରାନର ଏହି ଗସ୍ତ ପାକିସ୍ତାନରେ ଗ୍ୟାସ୍‌ ପାଇପ୍‌ଲାଇନ୍‌ ବିଛାଇବା ପାଇଁ ହୋଇଛି। ଆଉ ମଧ୍ୟ କୁହାଯାଉଛି କି, ଉଭୟ ଦେଶ ମଧ୍ୟରେ ଗୋପନ ଭାବେ ବାଲିଷ୍ଟିକ ମିସାଇଲକୁ ନେଇ ଚୁକ୍ତି ହୋଇ ଥାଇ ପାରେ।

ଏବେ ପାକିସ୍ତାନର ଆଶାରେ ପାଣି ପକାଇ ଦେଇଛି ଆମେରିକା। ସ୍ପଷ୍ଟ ଭାବେ ପାକିସ୍ତାନକୁ କହିଛି, ଯଦି ସେ ଇରାନ ସହ ବ୍ୟବସାୟିକ ଚୁକ୍ତି ଦିଗରେ ଆଗକୁ ବଢେ ତ ତାକୁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଏହି ମଧ୍ୟରେ ଆମେରିକା ଏହା ବି କହିଛି କି, ପାକିସ୍ତାନ ଦକ୍ଷିଣ ପୂର୍ବ ଏସିଆରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ସୁରକ୍ଷା ପାର୍ଟନରସିପ୍‌ ଭାବେ ରହିଛି। ଏଥିପାଇଁ କୁହାଯାଉଛି କି,ଜୋ ବାଇଡେନଙ୍କର ଦେଶ ପାକିସ୍ତାନ ସହ ସିଧାସଳଖ ମତଭେଦ ସୃଷ୍ଟି କରିବାକୁ ଚାହୁଁନି, ଯଦିଓ ତାକୁ ଚେତାବନୀ ଦିଆଯାଇଛି। କିନ୍ତୁ ରଇସିଙ୍କର ଯାତ୍ରାକୁ ନେଇ ପାକିସ୍ତାନର ଆରମ୍ଭରେ ଯେଉଁ ଉତ୍ସାହ ଦେଖିବାକୁ ମିଳିଥିଲା , ତାହା ଆମେରିକାର ଚେତାବନୀ ପରେ ଶେଷ ହୋଇ ଯାଇଛି। କହି ରଖୁଛୁ କି ପାକିସ୍ତାନରେ ନୂଆ ସରକାରର ଗଠନ ପରେ ରଇସି ପାକିସ୍ତାନୀ ମାଟିରେ ପାଦ ରଖିବାର ହେଉଛନ୍ତି ପ୍ରଥମ ରାଷ୍ଟ୍ରାଧ୍ୟକ୍ଷ।

ଗତ କିଛି ମାସରେ ଭୌଗୋଳିକ ରାଜନୀତିକ ସ୍ଥିତି ମଧ୍ୟ ବଦଳିଛି। ଇରାନ ସିଧାସଳଖ ଭାବେ ଇସ୍ରାଏଲ ବିପକ୍ଷରେ ସଂଘର୍ଷରେ ସାମିଲ ହୋଇଛି  ଏବଂ ଆମେରିକା ସହ ପାଶ୍ଚାତ ଦେଶ ପୁଣି ଥରେ ବିଭାଜିତ ହୋଇ ଯାଇଛନ୍ତି। ଅନ୍ୟପଟେ ପାକିସ୍ତାନ ମଧ୍ୟ ଅଶାନ୍ତ ରାଜନୀତିକ ସ୍ଥିତି ଓ ଆର୍ଥିକ ସଙ୍କଟରେ ଘେରରେ । ହେଲେ ପାକିସ୍ତାନ ପଶ୍ଚିମ ଏସିଆରେ ସଂଘର୍ଷ ଓ ସଙ୍କଟ ଠାରୁ ବ୍ୟବଧ୍ୟାନ ରଖିବାର ସଙ୍କେତ ଦେଇ କହିଛି , ରଇସିଙ୍କ ଯାତ୍ରାରେ ତାର କୌଣସି ନେଣ-ଦେଣ ନାହିଁ।

ଏପଟେ ବିଶ୍ୱର ଆଉ ଏକ ବଡ଼ ଶକ୍ତିଶାଳୀ ରୁଷ ମଧ୍ୟ ପାକିସ୍ତାନ ଉପରେ ଦୃଢ ଆଭିମୁଖ୍ୟ ରଖିଛି। ପାକିସ୍ତାନରୁ ଚାଉଳର ଗୁଣବତ୍ତା ନେଇ ରପ୍ତାନୀକୁ ରୋକିବାର ଚେତାବନୀ ଦେଇଛି। ଯଦି ମସ୍କୋ ନିଜ ନିଷ୍ପତ୍ତି ଉପରେ ସ୍ଥିର ରହେ ତ ଇସଲାମାବାଦକୁ ଆର୍ଥିକ ଦୃଷ୍ଟିରୁ ବଡ଼ ଝଟକା ଲାଗିପାରେ। ରୁଷ୍‌ ୨୦୧୯ରେ ଥରେ ପାକିସ୍ତାନ ଠାରୁ ଚାଉଳ କିଣିବା ବନ୍ଦ କରି ଦେଇ ଥିଲା। ସବୁକୁ ମିଶାଇ ପାକିସ୍ତାନର ନେତା ଏବେ ଏହି ହିସାବ କରିବାକୁ ବସିଛନ୍ତି କି ରଇସଙ୍କ ଗସ୍ତରେ ଲାଭରୁ ଅଧିକ କ୍ଷତି ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.