PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ- କାଳବୈଶାଖୀର ତାଣ୍ଡଵ। ସେରଗଡ ବ୍ରାହ୍ମଣଛାଇ ଗାଁରେ ଗଛ ପଡି ଦୁଇ ମୃତ
  • ||
  • ବରିଷ୍ଠ ବିଜେଡି ନେତ୍ରୀ ଭି. ସୁଜ୍ଞାନୀ କୁମାରୀ ଦେଓଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ବିଧାୟକା
  • ||
  • ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସିର ଆକ୍ରମଣର ପ୍ରତିବାଦରେ କେନ୍ଦ୍ରମନ୍ତ୍ରୀଙ୍କ ଉପବାସ
  • ||
  • ପଶ୍ଚିମବଙ୍ଗ: ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜି
  • ||
  • କୋଭିଡ୍ ମୁକାବିଲା ପାଇଁ ୫୦ ହଜାର କୋଟି ଦେବ ଆର୍‌ବିଆଇ
  • ||
  • ବଲାଙ୍ଗୀର: ଡେଲିମାର୍କେଟରେ ସଂଘବଦ୍ଧ ଭାବେ ପରିବା ବିକ୍ରି କରିବାକୁ ପ୍ରଶାସନ ବିରୋଧ କରିବାରୁ ଉତ୍ତ୍ୟକ୍ତ ହୋଇ ରାସ୍ତାରେ ପରିବା ଫିଙ୍ଗିଲେ ବେପାରୀ, ପୁଲିସ ଏବଂ ମ୍ୟୁନିସିପାଳିଟି ପକ୍ଷରୁ ବୁଝାମଣା ଜାରି
  • ||
  • ଗୁଡ଼ଭେଲା: ବିଦ୍ୟୁତ ଖୁଣ୍ଟକୁ ପଟିଲା ଟ୍ରକ ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ହାଇଦ୍ରାବଦରୁ ଫେରୁଥିଲେ ପ୍ରବାସୀ ଶ୍ରମିକଙ୍କ ୧୨ ବର୍ଷର ଝିଅ, ସୀମାନ୍ତ ମୋଟୁରେ ଚାଲିଗଲା ଜୀବନ
  • ||
  • ଉପକୂଳରେ ତାତି ଉଭାନ୍‌, ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ
  • ||
  • ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଫେରିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ
  • ||
  • ଓଡ଼ିଶାରେ ଚିହ୍ନଟ ହେଲେ ୯୮୮୯ ଜଣ କରୋନା ପଜିଟିଭ ଚିହ୍ନଟ, ଆଖିବୁଜିଲେ ୧୬ ଜଣ ସଂକ୍ରମିତ
  • ||
  • ଓଡ଼ିଶା: ଆଜିଠୁ ରାଜ୍ୟବ୍ୟାପୀ ୧୪ ଦିନିଆ ‘ଲକଡାଉନ୍‌,’୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ
  • ||

ଏମିତି ଡ୍ରେସ୍ ପିନ୍ଧି ଟ୍ରୋଲ୍ ହେଲେ ମଲାଇକା, ୟୁଜର୍ସ କହିଲେ…

ମୁମ୍ବାଇ ୧୩/୩: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରୁହନ୍ତି । ସେ ପ୍ରାୟତଃ ନିଜ ଫିଟନେସ୍ ଏବଂ ମଡେଲିଂ ସମ୍ପର୍କିତ ଭିଡିଓ ଓ ଫଟୋ ସେୟାର କରିଥାନ୍ତି । କିନ୍ତୁ ଏବେ ମଲାଇକାଙ୍କ କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ସେ ନିଜେ ସେୟାର କରିନାହାଁନ୍ତି । କିନ୍ତୁ ଏନେଇ ସେ ଚର୍ଚ୍ଚା ଘେରକୁ ଚାଲିଆସିଛନ୍ତି । ଏହି ଫଟୋରେ ସେ  ଜିମ୍ ଲୁକରେ ଅଛନ୍ତି । ସେ ଏକ ସ୍କିନ କଲର ବଡିସୁଟ୍ ପିନ୍ଧିଛନ୍ତି। ମଲାଇକା ଏକ ଭିଡିଓ ଇନଷ୍ଟାରେ ମଧ୍ୟ ସେୟାର କରାଯାଇଛି। ଏହି ଭିଡିଓରେ, ମଲାଇକା ତାଙ୍କ କାରରୁ ବାହାରି ଜିମ୍ ଆଡକୁ ଯାଉଛନ୍ତି । ଯେତେବେଳେ ଫଟୋଗ୍ରାଫରମାନେ ତାଙ୍କୁ ଫଟୋ ମାଗିଲେ ସେ ପଛକୁ ଫେରି ପୋଜ୍ ମଧ୍ୟ ଦେଲେ । କହିରଖୁଛୁ ମଲାଇକାଙ୍କ ପରି କ୍ୟାଟ୍ରିନା ମଧ୍ୟ ସ୍କିନଟାଇଟ୍ ଆଉଟଫିଟରେ  ପୂର୍ବରୁ ନଜର ଆସିସାରିଛନ୍ତି ।

ମଲାଇକାଙ୍କ ଏହି ଫଟୋ ଓ ଭିଡିଓ ଉପରେ ୟୁଜର୍ସ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ ଏହା ଆଜିପର୍ଯ୍ୟନ୍ତର ସବୁଠାରୁ ଖରାପ ପୋଷାକ । ଆଉ ଜଣେ ୟୁଜର ଲେଖିଛନ୍ତି – ଲଜ୍ଜାଜନକ, ଅନ୍ତତଃ ବୟସକୁ ବିଚାର କରନ୍ତୁ । ତେବେ କିଛି ଲୋକ ମଲାଇକାଙ୍କ ଫିଟନେସକୁ ପ୍ରଶଂସା ମଧ୍ୟ କରିଛନ୍ତି  । ତେବେ ୪୬ ବର୍ଷୀୟା ମଲାଇକା ନିଜ ଫିଟନେସକୁ ନେଇ ବହୁତ ସଜାଗ ରୁହନ୍ତି । ସେ ଜିମ୍ ସହିତ ଯୋଗ ମଧ୍ୟ କରନ୍ତି । ନିଜ ଏକ୍ସରସାଇଜକୁ ନେଇ ସେ ବହୁତ ରେଗୁଲର । ମଲାଇକା ଯୋଗ ଷ୍ଟୁଡିଓ ମଧ୍ୟ ଖୋଲିଛନ୍ତି ।

ପର୍ସନାଲ୍ ଲାଇଫ୍ କଥା କହିବା ତ ମଲାଇକା ଅରବାଜ ଖାନଙ୍କଠୁ ଡିଭୋର୍ସ ନେଇସାରିଛନ୍ତି । ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି-ଅରହାନ୍ ଖାନ୍ । ଏବେ ସେ ଅର୍ଜୁନ୍ କପୁରଙ୍କୁ ଡେଟ୍ କରୁଛନ୍ତି । ଅର୍ଜୁନ୍ ଓ ମଲାଇକା ଉଭୟ ସୋସିଆଲ ମିଡିଆରେ ନିଜ ସମ୍ପର୍କକୁ ଅଫିସିଆଲ୍ କରିସାରିଛନ୍ତି । ଉଭୟଙ୍କ ବିବାହକୁ ନେଇ ବିଭିନ୍ନ ଅଟକଳ ମଧ୍ୟ ଲଗାଯାଉଛି । କିନ୍ତୁ ଏହାର କୌଣସି ଔପଚାରିକ ଘୋଷଣା ଏପର୍ଯ୍ୟନ୍ତ ହୋଇନି ।

ସମ୍ବନ୍ଧିତ ଖବର