PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଡ୍ରେସିଂ ଷ୍ଟାଇଲକୁ ନେଇ ଟ୍ରୋଲ୍ ହେବାରୁ ଖପ୍ପା ହେଲେ ମଲାଇକା, ଦେଲେ ଏମିତି ଜବାବ

ମୁମ୍ବାଇ ୨୩/୧: ମଲାଇକା ଅରୋରାଙ୍କ ଫ୍ୟାସନ୍ସ ସେନ୍ସକୁ ସମସ୍ତେ ବହୁତ ପସନ୍ଦ କରନ୍ତି । ସେ ସବୁବେଳେ ନୂଆ ନୂଆ ଲୁକ୍ସ ଟ୍ରାଏ କରନ୍ତି । କିନ୍ତୁ ଏମିତି କିଛି ୟୁଜର୍ସ ଅଛନ୍ତି ଯେଉଁମାନେ ତାଙ୍କ ଆଉଟଫିଟକୁ ନେଇ ସମାଲୋଚନା କରନ୍ତି ଏବଂ ତାଙ୍କୁ ଟ୍ରୋଲ କରନ୍ତି । ଏବେ ଏହି ମାମଲାରେ ସେ ନିଜ ନୀରବତା ଭାଙ୍ଗିଛନ୍ତି । ସେ କହିଛନ୍ତି ଯେ ମହିଳାମାନଙ୍କୁ ନିଜ ଇଛାନୁସାରେ ଡ୍ରେସ୍ ପିନ୍ଧିବାର ଅଧିକାର ରହିଛି ।  

ମଲାଇକା ବଲିଉଡ ବବଲ ସହିତ ଇଣ୍ଟରଭ୍ୟୁ ସମୟରେ କହିଛନ୍ତି ଯେ ସେ ବୋକା ନୁହଁନ୍ତି ଏବଂ ସେ ଭଲ ରୂପେ ଜାଣିଛନ୍ତି ଯେ ତାଙ୍କୁ କେଉଁ ଡ୍ରେସ୍ ଭଲ ଲାଗିବ । ସେ କହିଛନ୍ତି ଯେ ସବୁବେଳେ ତାଙ୍କ ଡ୍ରେସକୁ ନେଇ ପ୍ରଶ୍ନ ଉଠାଯାଏ ଯାହା କି ସମ୍ପୂର୍ଣ୍ଣ ଭୁଲ୍ । ସେ କହିଛନ୍ତି ଯେ ମହିଳାମାନଙ୍କ ସ୍କର୍ଟର ଲମ୍ବ ଏବଂ ନେକଲାଇନକୁ ନେଇ ଜଜ୍ କରାଯାଏ । ମୁଁ ଲୋକଙ୍କ ଅନୁସାରେ ନିଜ ଲାଇଫ୍ ବଞ୍ଚିବାକୁ ଚାହୁଁନି । ଡ୍ରେସିଂ ଏକ ପର୍ସନାଲ୍ ଚଏସ୍ ଯାହା ଉପରେ ସମସ୍ତଙ୍କ ଅଧିକାର ରହିଛି । ସେ ଆଗକୁ କହିଛନ୍ତି ଯେ ଆପଣ କୌଣସି ନିଶ୍ଚିତ ଚିନ୍ତାଧାରା ରଖନ୍ତି କିନ୍ତୁ ଏହା ମୋ ପାଇଁ ନୁହେଁ । ମୋ ଡ୍ରେସ୍ ପାଇଁ କାହାକୁ ନା କହିପାରିବିନି  କିମ୍ବା ମୋତେ ବି କେହି କହିପାରିବେନି । ଯାହା ମୋତେ ଭଲ ଲାଗିବ ମୁଁ ପିନ୍ଧିବି । ଏହା ମୋ ଚଏସ୍ । ସମସ୍ତଙ୍କୁ ମଧ୍ୟ ନିଜ ପରିସର ମଧ୍ୟରେ ରହିବା ଉଚିତ୍ ବୋଲି ସେ କହିଛନ୍ତି ।

କହିରଖୁଛୁ ମଲାଇକା ଅରୋରା ‘ଛଇୟା ଛଇୟା’, ‘ମାହି ୱେ’, ’କାଲ ଧମାଲ’ ଓ ’ମୁନ୍ନି ବଦନାମ’ ଭଳି ଗୀତରେ ଦମଦାର୍ ଡ୍ୟାନ୍ସ ପାଇଁ ଜଣାଯାଆନ୍ତି । ଏବେ ସେ ରିୟଲିଟି ଶୋ ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସରକୁ ଜଜ୍ କରୁଛନ୍ତି ।