ମାଲକାନଗିରିର ପ୍ରଥମ ଆଦିବାସୀ ମହିଳା ପାଇଲଟ୍‌

ମାଲକାନଗିରି ୮/୯: ମାଲକାନଗିରି ଜିଲ୍ଲାର ଜଣେ ଆଦିବାସୀ ଝିଅ ଏକ ଘରୋଇ ଏୟାର ଲାଇନ୍ସରେ କୋ-ପାଇଲଟ ନିଯୁକ୍ତି ପାଇଛନ୍ତି । ତାଙ୍କ ନାଁ ଅନୁପ୍ରିୟା ଲାକ୍ରା । ତାଙ୍କ ବାପା ମାରିନିୟସ୍‌ ଲାକ୍ରା ଓଡ଼ିଶା ପୁଲିସରେ ହାବିଲଦାର । ମାଆଙ୍କ ନାଁ ଜାମାଜ୍‌ ୟାସମିନ୍‌ ଲାକ୍ରା । ଅନୁପ୍ରିୟା ମାଲକାନଗିରିର ଦୀପ୍ତି କନ୍‌ଭେଣ୍ଟରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ପରେ ସେମିଳିଗୁଡ଼ା ଜୀବନ ଜ୍ୟୋତି ବିଦ୍ୟାଳୟରେ ଯୁକ୍ତ ୨ ପର୍ଯ୍ୟନ୍ତ ପଢ଼ିଥିଲେ । ପରେ ଭୁବନେଶ୍ୱରରେ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିଥିଲେ । ହେଲେ ପାଇଲଟ ହେବା ନିଶାରେ ସେ ଇଞ୍ଜିନିୟରିଂ ପାଠ ଅଧାରୁ ଛାଡ଼ିଥିଲେ ।

ଭୁବନେଶ୍ୱରର ଗତି ଇନଷ୍ଟିଚ୍ୟୁଟରେ ପାଇଲଟ ତାଲିମ ପାଇଁ ଆବେଦନ କରିଥିଲେ । ଏ ନେଇ ସେ ଦିଲ୍ଲୀ, ବାଙ୍ଗାଲୁରୁ ଓ ମୁମ୍ବାଇରେ ପ୍ରବେଶିକା ପରୀକ୍ଷା ଦେଇ ଶେଷରେ କୃତକାର୍ଯ୍ୟ ହୋଇଥିଲେ । ୨୦୧୨ରୁ ପାଇଲଟ ପାଇଁ ସ୍ୱତନ୍ତ୍ର ତାଲିମ ନେଇଥିଲେ । ଏଥିପାଇଁ ତାଙ୍କୁ ଷ୍ଟାଇପେଣ୍ଡ ମଧ୍ୟ ମିଳୁଥିଲା । ଚଳିତ ମାସରେ ସେ ଦକ୍ଷତାର ସହ ତାଲିମପ୍ରାପ୍ତ କୋ-ପାଇଲଟ ଭାବେ ଏକ ଘରୋଇ ବିମାନ କମ୍ପାନିରେ ନିଯୁକ୍ତି ପାଇଛନ୍ତି । ଅନୁପ୍ରିୟାଙ୍କ ଆକାଶରେ ଉଡ଼ିବାର ସ୍ୱପ୍ନ ସାକାର ହୋଇଛି ।

   ସମ୍ବନ୍ଧିତ ଖବର


ବେଆଇନ ଦେଶୀ ମଦ ବିକ୍ରି ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଥାନାରେ ଅଭିଯୋଗ କଲେ ମହିଳା

‘ସରକାର ସମସ୍ତଙ୍କ ଦୁଃଖ ବୁଝିଲେ, ଆମ ଦୁଃଖ ବୁଝନ୍ତୁ’

ବନ୍ଯଜନ୍ତୁ ଶିକାର ପାଇଁ ତାର ବିଛାଇ ଦୁଇ ଶିକାରୀ ଗିରଫ

ଅନୁଗୁଳ: ଭରତ ନଗରର ୪୮ ଜଣ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ

ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ସତ୍ୟାଗ୍ରହ , ଦାବି ପୂରଣ ନହେଲେ ସବୁ ଅଚଳ କରିବାକୁ ଚେତାବନୀ…