PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ମାଲେସିଆରେ ମିଳିଲା କରୋନାର ନୂଆ ଷ୍ଟ୍ରେନ୍, ସାଧାରଣଠାରୁ ୧୦ ଗୁଣା ଅଧିକ ସଂକ୍ରାମକ

ନୂଆଦିଲ୍ଲୀ,୧୭।୮: କରୋନା ଭାଇରସ୍ ପ୍ରତିଦିନ ଘାତକ ହେବାରେ ଲାଗିଛି, ଯାହାକି ସାଧାରଣଠାରୁ ୧୦ ଗୁଣା ଅଧିକ ସଂକ୍ରମକ। କରୋନାର ଏହି ମ୍ୟୁଟେସନ୍ ବିଶ୍ବରେ D614G ନାମରେ ଜଣାଯାଏ। କୁହାଯାଉଛି ଯେ, ଏଭଳି ମାମଲାର ଆରମ୍ଭ ମାଲେସିଆର ରେଷ୍ଟୁରାଣ୍ଟ ମାଲିକ ନିକଟରେ ଭାରତଫେରିବାର ୧୪ ଦିନ ପରେ ୧୪ ଦିନିଆ କ୍ବାରେଣ୍ଟାଇନ୍ ସମୟ ସୀମାକୁ ପାଳନ କରିବା ଯୋଗୁଁ ହୋଇଛି।

ଏହି ରେଷ୍ଟୁରାଣ୍ଟ ମାଲିକ ଜଣକ କ୍ବାରେଣ୍ଟାଇନ୍ ନିୟମ ଭାଙ୍ଗିବା କାରଣରୁ ୫ ମାସର ଜେଲ ଓ ଜରିମନା କରାଯାଇଛି। ଏଭଳି ମାମଲା ଫିଲିପାଇନ୍ସରୁ ଫେରିଥିବା ଏକ ଗୋଷ୍ଠୀଙ୍କ ମଧ୍ୟରେ ବି ଦେଖିବାକୁ ମିଳିଛି। ଯେଉଁଠି ୪୫ ଜଣ ଲୋକଙ୍କ ଭିତରୁ ୩ ଜଣଙ୍କ ଭିତରେ ଏଭଳି ଟାଇପର କରୋନା ଭାଇରସ୍ ଦେଖିବାକୁ ମିଳିଥିଲା। ଆମେରିକାର ଶୀର୍ଷ ସ୍ବାସ୍ଥ୍ୟ ପରାମର୍ଶଦାତା ଡକ୍ଟର ଫୋସି କହିଛନ୍ତି, ଏହି ମ୍ୟୁଟେସନ୍ ପାଇଁ କରୋନା ଭାଇରସର ସଂକ୍ରମଣ ଆହୁରି ଦ୍ରୁତ ହୋଇପାରେ।

ମାଲେସିଆର ସ୍ୱାସ୍ଥ୍ୟ ବିଭାଗର ଡାଇରେକ୍ଟର ନୁର ହିଶାମ ଅବଦୁଲ୍ଲା କହିଛନ୍ତି ଯେ, କରୋନା ଭାଇରସ୍ ନୂଆ ମ୍ୟୁଟେସନ୍ ହେଲେ ଗମ୍ଭୀର ପରିଣାମ ହୋଇପାରେ। ଟିକା ତିଆରି ଏବଂ ମ୍ୟୁଟେସନକୁ ରୋକିବା ପାଇଁ  ବିକଶିତ କରାଯାଇଥିବା ଟେକ୍ନୋଲୋଜି ମଧ୍ୟ ବିଫଳ ହୋଇପାରେ।

କରୋନା ଭାଇରସରୁ ହେଉଥିବା ଏହି ମ୍ୟୁଟେନ ଆମେରିକା ଓ ୟୁରୋପ ଭଳି ଦେଶରେ ବ୍ୟାପୁଛି। ​ ଏନେଇ  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଳୁଏଚଓ) କହିଛି ଯେ ଆଜି ପାର୍ଯ୍ୟନ୍ତ ଏହାର ମ୍ୟୁଟେସନ୍ ସମ୍ପର୍କରେ କୌରସି ପ୍ରମାଣ ମିଳିନାହିଁ। କରୋନେସନ୍ ଭାଇରସ୍ ମ୍ୟୁଟେସନ୍ ହେତୁ ମଣିଷ ଅଧିକ ଗୁରୁତର ରୋଗର ସମ୍ମୁଖୀନ ହେଉଛି ବୋଲି କ କୌଣସି ପ୍ରମାଣ ମିଳିପାରି ନାହିଁ। ସେଲ୍ ପ୍ରେସ୍ ରେ ପ୍ରକାଶିତ ଏକ ରିସର୍ଚ୍ଚ ପେପରରେ କୁହାଯାଇଛି ଯେ, ବର୍ତ୍ତମାନ ବିକଶିତ ହେଉଥିବା ଭ୍ୟାକସିନର ପ୍ରଭାବ ଉପରେ ମ୍ୟୁଟେସନର ବଡ ପ୍ରଭାବ ପଡିବାର କୌଣସି ସମ୍ଭାବନା ନାହିଁ।