ପୋତି ହୋଇଯାଉଛି ମାଲେସିଆ ଜାହାଜ

ପୁରୀ ୨୫/୮ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ରାଜହଂସ ନିକଟ ଖିରିସାହି ଗ୍ରାମ ପାଖରେ ଲାଗିଥିବା ମାଲେସିଆର ପଣ୍ୟବାହୀ ଜାହାଜ ଧୀରେ ଧୀରେ ବାଲିରେ ପୋତି ହୋଇଯାଉଛି । ଏହି ଜାହାଜ ଛଅ ଫୁଟରୁ ଅଧିକ ପୋତିଗଲାଣି । ଶନିବାର ଦିନ ସମ୍ରୁଦରେ ଜୁଆର ଉଗ୍ର ରୂପ ନେଇଥିଲା । ଜାହାଜକୁ ସମୁଦ୍ର ଜୁଆର ମାଡ଼ କରୁଥିଲା । ଏହା ଦ୍ୱାରା ଜାହାଜ ତଳରୁ ବାଲି ଅବକ୍ଷୟ ଉଦ୍‌ବେଗଜନକ ରୂପେ ବଢ଼ିଥିଲା । ଜାହାଜ ଆହୁରି ପୋତି ଯାଇଥିଲା । ଏହି ଜାହାଜକୁ ଉଦ୍ଧାର କରି ନେବାକୁ କୋଷ୍ଟଗାର୍ଡ ଏବଂ ପୁଲିସ ପ୍ରଶାସନ ମାଲେସିଆର ଜାହାଜ ମାଲିକଙ୍କୁ ଚିଠି ଲେଖିଛି । ଜାହାଜ ମାଲିକ ପହଞ୍ଚିବା ପରେ ଜାହାଜ ଉଦ୍ଧାର କାର୍ଯ୍ୟ ହେବ ବୋଲି ପଣସପଦା ମେରାଇନ ପୁଲିସ କହିଛି ।

ଆଜି ବି ଏହି ଜାହାଜରୁ ଇଂଜିନ ତେଲ ବାହାରି ସମୁଦ୍ରରେ ଭାସୁଥିଲା । ତେଲ ଟ୍ୟାଙ୍କରୁ ବର୍ତ୍ତମାନ ସୁଦ୍ଧା ତେଲ ଲିକ୍‌ କରି ନଥିବା ଖବର ମିଳିଛି । ଜାହାଜଟି ପୋତି ହୋଇ ଯାଉଥିବାରୁ ଏହାର ଚାପ ତେଲ ଟ୍ୟାଙ୍କ ଉପରେ ପଡ଼ିବା ଆଶଙ୍କା ଦେଖା ଦେଇଛି । ତଦ୍ଦ୍ୱାରା ତେଲ ଟ୍ୟାଙ୍କରୁ ତେଲ ନିର୍ଗତ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବନି ବୋଲି ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି । ଇଂଜିନର ମୁଖ୍ୟ ପଙ୍ଖା ଜାହାଜ ତଳେ ପୋତି ହୋଇଯାଇଛି ।

ଜାହାଜ ମାଲିକ ମାଲେସିଆର । ମୁମ୍ବାଇର ଏକ ସଂସ୍ଥା ଜାହାଜକୁ ଲିଜ୍‌ ନେଇଥିଲା । ବଙ୍ଗଳାଦେଶ ଏବଂ ବିଶାଖାପାଟଣା ମଧ୍ୟରେ ଏହି ଜାହାଜ ଖଣିଜ ପଥର ପରିବହନରେ ନିୟୋଜିତ ଥିଲା । ଅଗଷ୍ଟ ୭ ତାରିଖ ରାତିରେ ଏହି ଜାହାଜରୁ ପଣ୍ୟବାହୀ କାର୍ଗୋଟି ଅଲଗା ହୋଇଯାଇଥିଲା । ଜାହାଜଟି ରାଜହଂସ ନିକଟ ଖିରିସାହି ପାଖ ସମୂଦ୍ର ଉପକୂଳରେ ଲାଗିଛି । କାର୍ଗୋ କ୍ୟାରିଅରଟି ମଧ୍ୟ ଜାହାଜ ପାଖ ଉପକୂଳରେ ଲାଗିଛି । ଏହା ବି ଧୀରେ ଧୀରେ ପୋତି ହେବାରେ ଲାଗିଛି ।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବଡ଼ ବୟାନ, ସମସ୍ତଙ୍କୁ ନିଃଶୁଳ୍କରେ ମିଳିବ କରୋନା ଟିକା

ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡିଗଲା ମାଛଧରା ଟ୍ରଲର: ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ

‘ଦାଦାବଟିକୁ ନା’ ଅଭିଯାନ: ଦାଦାବଟି ମାଗି ବନ୍ଧା ହେଲେ ୬ ସାମ୍ବାଦିକ, ୩୧ ହଜାର ଟଙ୍କା ଜବତ

ସ୍ଵାଭିମାନ ଅଞ୍ଚଳରେ କମ୍ବିଂ ଅପରେଶନ ବେଳେ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଉଦ୍ଧାର

ଉଦୟଗିରିରୁ ୭ ଫୁଟର ଅଜଗର ଉଦ୍ଧାର

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ