PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ସ୍କର୍ଟ ପିନ୍ଧି ସ୍କୁଲ ଆସୁଛନ୍ତି ପୁରୁଷ ଶିକ୍ଷକ,ଏହା ପଛରେ ରହିଛି ଏକ ମହତ ଉଦେଶ୍ୟ

ମାଡ୍ରିଡ, ୨।୬:ପୁରୁଷ ହୋଇକି ମଧ୍ୟ ପିନ୍ଧୁଛନ୍ତି ସ୍କଟl କେବଳ ସେତିକି ନୁହେଁ ଏହି ଶିକ୍ଷକମାନେ ସ୍କଟ ପିନ୍ଧି ସ୍କୁଲ ଆସୁଛନ୍ତିl ଡେଲି ମେଲ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୦୨୦ ରେ ସ୍ପେନର ଜଣେ ଛାତ୍ର ସ୍କର୍ଟ ପିନ୍ଧି କ୍ଲାସକୁ ଆସିବା ପରେ ସ୍କୁଲରୁ ବାହାର କରି ଦିଆଯାଇଥିଲା। ଏହା ସହିତ ତାଙ୍କୁ ମାନସିକ ଦୁର୍ବଳ ବୋଲି କହିବା ପରେ ତାଙ୍କୁ ଏକ ମନସ୍ତତ୍ତ୍ୱବିତଙ୍କ ନିକଟକୁ ପଠାଯାଇଥିଲାl ଏହା ପରେ ସାରା ଦେଶରେ ସେହି ଶିଶୁକୁ ସମର୍ଥନ କରି ଏକ ଅଭିଯାନ ଚାଲିଛି ଏବଂ ଶିକ୍ଷକମାନଙ୍କ ବ୍ୟତୀତ ଅନ୍ୟ ସାଧାରଣ ଲୋକ ସ୍କର୍ଟ ପିନ୍ଧିବା ଆରମ୍ଭ କରିଛନ୍ତି।

ଏହି ଆନ୍ଦୋଳନ ଲିଙ୍ଗଗତ ସମାନତାକୁ ନେଇ କରାଯାଇଛି ଏବଂ ବର୍ତ୍ତମାନ ସମଗ୍ର ସ୍ପେନରେ ‘ଦ କ୍ଲଥ ହାଭ ନ ଜେଣ୍ଡର ‘ ଅଭିଯାନ ଚାଲିଛି। ଏହି ଆନ୍ଦୋଳନକୁ ସାରା ଦେଶରେ ସମର୍ଥନ ମିଳିଛିl ସ୍କୁଲରୁ ବହିଷ୍କୃତ ହେବା ପରେ ଛାତ୍ରଜଣକ ଟିକଟକ ମାଧ୍ୟମରେ ତାଙ୍କ କାହାଣୀ ସେୟାର କରିଥିଲେl ସେ କେବଳ ଏହି ଭଳି ଭାବରେ ନାରୀବାଦ ଏବଂ ବିବିଧତାକୁ ସମର୍ଥନ କରିବାକୁ ଚାହୁଁଛନ୍ତି। ସ୍କର୍ଟ ପିନ୍ଧି ଛାତ୍ର ଜଣକ ସ୍କୁଲରୁ ବହିଷ୍କୃତ ହେବା ପରେ ନଭେମ୍ବରରେ ଗଣିତ ଶିକ୍ଷକ ଜୋସେ ପିନାସଙ୍କ ଦ୍ୱାରା ‘ଦ କ୍ଲଥ ହାଭ ନ ଜେଣ୍ଡର (#LaRopaNoTieneGenero) ଆନ୍ଦୋଳନ ଆରମ୍ଭ ହୋଇଥିଲାl

ଉଲେଖନୀୟ ଯେ,ଗତ ମାସରେ ଏହି ଅଭିଯାନ ଅଧିକ ଚର୍ଚ୍ଚାରେ ଆସିଥିଲା, ​​ଯେତେବେଳେ ଭର୍ଜେନ୍ ଡି ସେସେଡୋନ୍ ପ୍ରାଥମିକ ସ୍କୁଲର ଶିକ୍ଷକ ମାନୁଏଲ ଓର୍ଟେଗା ଏବଂ ବୋର୍ଜା ଭେଲାଜ୍କେଜ୍ ସ୍କର୍ଟ ପିନ୍ଧି ସ୍କୁଲରେ ପହଞ୍ଚିଥିଲେl ୩୭ ବର୍ଷୀୟ ମାନୁଏଲ ଓରଟେଗା ଏବଂ ୩୬ ବର୍ଷିୟ ବୋର୍ଜା ଭେଲାଜେକୁଜକହିଛନ୍ତି ଯେ ସେମାନେ ଏକ ମାସ ଧରି ସ୍କର୍ଟ ପିନ୍ଧି ସ୍କୁଲକୁ ଆସୁଛନ୍ତି। ଏଥି ସହିତ, ଏହି ଅଭିଯାନ ଆରମ୍ଭ କରିଥିବା ଜୋସ୍ ପିନାସ୍ ଗତ ବର୍ଷ ଠାରୁ ସ୍କର୍ଟ ପିନ୍ଧି ସ୍କୁଲକୁ ଆସୁଛନ୍ତି। ସେମାନେ କହିଛନ୍ତି, ଶସ୍ତା ଲୋକପ୍ରିୟତା ପାଇବା ଏହାର ଉଦ୍ଦେଶ୍ୟ ନୁହେଁ, ଏଭଳି ଲିଙ୍ଗଗତ ସମାନତା ପାଇଁ ଉଦ୍ୟମ କରୁଛନ୍ତିl