କରୋନା ଭାଇରସର ଧମକ ସହ ନୋଟରେ ନାକ, ମୁହଁ ପୋଛି ଟିକ୍ ଟକ୍ କରିବା ପଡିଲା ମହଙ୍ଗା : ଗିରଫ ହେଲେ ଯୁବକ

ନୂଆଦିଲ୍ଲୀ ୪/୪ : ଟିକଟକ୍ ଭିଡ଼ିଓ କରିବା ପଡିଲା ମହଙ୍ଗା। ମହାରାଷ୍ଟ୍ରର ମାଲେଗାଓଁର ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଦେଶରେ କରୋନା ଭାଇରସ୍ ବିସ୍ତାର ମଧ୍ୟରେ ଟିକ୍ ଟକ୍ ଭିଡିଓରେ ନୋଟରେ ନାକ ପୋଛିବା ଏବଂ ନୋଟକୁ ଚାଟିବା ପରେ ନାଶିକ୍ ଗ୍ରାମୀଣ ପୁଲିସ ତାଙ୍କୁ ଗିରଫ କରିଛି।

ଅଭିଯୁକ୍ତ ଜଣକ ସୟଦ ଜାମିଲ ବାବୁ ବୋଲି ଜଣାପଡିଛି, ଯିଏ ଟିକ୍ ଟକରେ ଭିଡିଓକୁ ‘ୱେଲ କମ ଟୁ ଇଣ୍ଡିଆ କରୋନା ଭାଇରସ୍’ ଟାଇଟଲ୍ ସହ ସେୟାର କରିଥିଲେ ଏବଂ କୌଣସି ପ୍ରତିକାର ବିନା କରୋନା ଭାଇରସ୍ ସ୍ଵର୍ଗୀୟ ଦଣ୍ଡ ବୋଲି କହିଥିଲେ।

ଭିଡିଓ ଭାଇରାଲ ହେବା ପରେ ସାଇବର କ୍ରାଇମ ପୁଲିସ ଏହାକୁ ଧ୍ୟାନ ଦେଇ ଭିଡିଓଟି ପ୍ରଥମେ ସେୟାର ହୋଇଥିବା ସ୍ଥାନରୁ ଅନୁସନ୍ଧାନ କରିଥିଲା। ଏହା ପରେ ନାଶିକ୍ ଗ୍ରାମୀଣ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା ଏବଂ ଲୋକଙ୍କ ଭାବନାକୁ ଆଘାତ ଦେଇଥିବାରୁ ତାଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ ରେ ବୁକ୍ କରିଥିଲା।

   ସମ୍ବନ୍ଧିତ ଖବର


ଆଲ୍‌ପ୍ସ ପର୍ବତରୁ ମିଳିଲା ୫୪ ବର୍ଷର ପୁରୁଣା ଭାରତୀୟ ଖବରକାଗଜ

ଆଲ୍‌କହଲ୍‌ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର୍‌ରେ ଲାଗିବ ୧୮% ଜିଏସ୍‌ଟି

ମୁକେଶ ବିଶ୍ୱର ଷଷ୍ଠ ଧନୀ : ସମ୍ପତ୍ତିରେ ଏଲନ୍‌ ମସ୍କ, ଲ୍ୟାରି ପେଜ୍‌ଙ୍କୁ ଟପିଲେ

ଘାତକ ହେଲାଣି କରୋନା : ରାଜ୍ୟରେ ଆଉ ୬୧୮ କରୋନା ପଜିଟିଭ୍‌ ଚିହ୍ନଟ

ଭାରତୀୟଙ୍କ ମୋବାଇଲରେ ଲୁଚି ଲୁଚି ଖେଳ କରୁଛି ଟିକ୍‌ଟକ୍‌ : ପୁରା ଘଟଣା ଜାଣିଲେ ମୁଣ୍ଡରେ ହାତ ଦେବେ…

ଭାରତକୁ ବଡ ଝଟକା ଦେଲା ଇରାନ୍, ଚାବହାର ରେଳ ପ୍ରୋଜେକ୍ଟରୁ ବାହାର କଲା