କ’ଣ ଆପଣ ବି ନିଜ ବସ୍‌ଙ୍କ ସହ ପିଅନ୍ତି ସିଗାରେଟ୍ ? ଜାଣିରଖନ୍ତୁ ଏହି ଖୁସି ଖବର!

ନୁଆଦିଲ୍ଲୀ ୧୦/୧୨: ଆପଣ ବି ନିଜ ବସ୍(ସିନିୟର ଅଫିସର)ଙ୍କ ସହ ସ୍ମୋକ୍ କରନ୍ତି କି ? ଯଦି ଆପଣ ଏମିତି କରନ୍ତି ତେବେ ଫାଇଦାରେ ରହିବେ । ନ୍ୟାସନଲ ବ୍ୟୁରୋ ଅଫ୍ ଇକୋନୋମିକ୍ ରିସର୍ଚ୍ଚ(National Bureau of Economic Research) ତରଫରୁ ସୋମବାର ଜାରି ହୋଇଥିବା ଏକ ପତ୍ରରେ ଏନେଇ ଖୁଲାସା କରାଯାଇଛି । ଏହି ରିପୋର୍ଟ ଅନୁସାରେ ଯେଉଁ ପୁରୁଷମାନେ ନିଜ ବସ୍ ସହ ସ୍ମୋକ୍ କରନ୍ତି ସେମାନେ ଅନ୍ୟମାନଙ୍କ ଅପେକ୍ଷା ଶୀଘ୍ର ପ୍ରମୋଶନ ପାଆନ୍ତି ।

ଏହି ରିପୋର୍ଟ ଅନୁସାରେ ଏହା ମଧ୍ୟ ଜଣାପଡିଛି ଯେ ଯଦି କୌଣସି ପୁରୁଷର ମ୍ୟାନେଜର ମଧ୍ଯ ଜଣେ ପୁରୁଷ ହେବ ତେବେ ସେ ଅଧିକ ଫାଇଦାରେ ରହିବ । କିନ୍ତୁ ବସଙ୍କ ଜେଣ୍ଡର ଯୋଗୁଁ ମହିଳାଙ୍କ ସଫଳତା କିମ୍ବା ତାଙ୍କ ପ୍ରମୋଶନ ଉପରେ କୌଣସି ପ୍ରଭାବ ପଡିବନାହିଁ । ତାଙ୍କ ପ୍ରମୋଶନ୍ ସହ ତାଙ୍କ ଜେଣ୍ଡରର କୌଣସି ସମ୍ପର୍କ ନାହିଁ ।

ହାୱର୍ଡ ବିଜନେସ୍ ସ୍କୁଲର ଜୋ କୁଲିନ୍ ଓ ପେରେଜ-ଟୁଗାଲିୟା ଏହି ରିସର୍ଚ୍ଚ କରିଛନ୍ତି । ଏହି ରିସର୍ଚ୍ଚରେ ଏହା ମଧ୍ୟ ଜଣା ପଡିଥିଲା ଯେ ବସଙ୍କ ସହିତ ଘନିଷ୍ଠତା ଥିବା ଏମ୍ପ୍ଲୋଇଙ୍କ ପ୍ରମୋଶନ ସେମାନଙ୍କ ଅପେକ୍ଷା ଶୀଘ୍ର ହୋଇଥିଲା ଯେଉଁମାନେ ବସଙ୍କ ଠାରୁ ସମ୍ପର୍କରେ ସାମାନ୍ୟ ଦୂରରେ ଥିଲେ । ଏକ ଅଧ୍ୟୟନରେ ଏହା ମଧ୍ୟ ଜଣାପଡିଥିଲା ଯେ ଅଧିକାଂଶ ଲୋକ ସେମାନଙ୍କ ପକ୍ଷ ନେଇଥାନ୍ତି ଯେଉଁମାନେ ତାଙ୍କ ଭଳି ହୋଇଥାନ୍ତି କିମ୍ବା ତାଙ୍କ ଉପରେ ଆଶ୍ରିତ ହୋଇଥାନ୍ତି । ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଏଥିରେ ଅଧିକ ଫାଇଦା ମିଳିଥାଏ କାରଣ ଅଫିସରେ ମହିଳା କର୍ମୀଙ୍କ ରାଙ୍କ କେବଳ ଏକ ଚତୁର୍ଥାଂଶ ଭାଗ ହୋଇଥାଏ ।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା