ଭିଜିଲାନ୍ସ ପଞ୍ଝାରେ ମେଡିକାଲ ଅଫିସର, ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ ହେଲେ ପାଣୁ ଚରଣ ମଣ୍ଡଳ

ମାଲକାନଗିରି, ୨୩/ ୧୧: ଭିଜିଲାନ୍ସ ପଞ୍ଝାରେ ମାଲକାନଗିରି ଜିଲ୍ଲା ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର। ସୋମବାର ଦିନ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ମେଡିକାଲ ଅଫିସର ପାଣୁ ଚରଣ ମଣ୍ଡଳ।

ସୂଚନାଥାଉକି, ମେଡିକାଲରେ ଲାଗିଥିବା ଏକ ଗାଡିର ବିଲ କରିଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗତ ଅକ୍ଟୋବର ମାସ ୨୦ ତାରିଖ ଦିନ ଭିଜିଲାନ୍ସ ଜାଲରେ ପଡିଥିଲେ ମେଡିକାଲର ବ୍ଲକ ପ୍ରୋଗ୍ରାମ ମେନେଜର ଶ୍ରୀମନ୍ତ ଅତିବୁଦ୍ଧି। ଏହି ଘଟଣାର ତଦନ୍ତ କରି ସୋମବାର ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ସମ୍ପୃକ୍ତ ଥିବା ନେଇ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ପାଣୁ ଚରଣ ମଣ୍ଡଳଙ୍କୁ ଗିରଫ କରିଛି ଭିଜିଲାନ୍ସ।

ମେଡିକାଲ କାର୍ଯ୍ୟାଳୟରେ ରାକେଶ ଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତିଙ୍କ ବୋଲେରୋ ଗାଡି ଭଡା ଲାଗିଥିଲା। ଏହାର ବିଲ୍‌ କରାଇ ଦେବା ପାଇଁ ହଇରାଣ କରିବା ସହ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଥିବା ଅଭିଯୋଗରେ ପଡିଆ ବିପିଏମ ଗିରଫ ହୋଇଥିବା ବେଳେ ଆଜି ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀଙ୍କ ଗିରଫ ଘଟଣା ଚର୍ଚ୍ଚାରେ ରହିଛି।