PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ମାଲକାନଗିରି ଉପକାରାଗାରରେ କଏଦୀଙ୍କୁ ମୋବାଇଲ୍‌ ଫୋନ୍‌ ଯୋଗାଇ ଦିଆଯାଉଥିବା ଅଭିଯୋଗ – ଜେଲ୍‌ରେ ଗଞ୍ଜଇବେପାରୀଙ୍କ ରାଜ ମିଳୁଛି ମନପସନ୍ଦର ଖାଦ୍ୟ!

malkangiri jail

ମାଲକାନଗିରି- ମାଲକାନଗିରି ଉପକାରାଗାରରେ ବିଭିନ୍ନ ଅନିୟମିତତା ଚାଲିଥିବା ଅଭିଯୋଗ ହୋଇଛି। ଏଠାରେ ଖୋଲମ ଖୋଲା ଭାବା ବିଭିନ୍ନ ନିୟମ ଉଲ୍ଲଘଂନ ହେଉଥିବା ସୂଚନା ମିଳିଛି । ବିଭିନ୍ନ ବିଚାରଧୀନ କଏଦୀଙ୍କୁ ଭଲ ଖାଦ୍ୟ ଯୋଗାଇ ଦିଆଯାଉଛି । ଚା, ଜଳଖିଆ ସାଙ୍ଗକୁ ମାଛ ମାଂସ ଦିଆଯାଉଛି ।

ଗଞ୍ଜେଇ ବେପାର କରି ଜେଲ୍‌ରେ ଥିବା ଏବଂ ଧନୀ ବ୍ୟକ୍ତିମାନଙ୍କୁ ଜେଲ୍‌ରେ ମିଳୁଛି ମୋବାଇଲ୍‌ । ଅନ୍ୟ କଏଦୀଙ୍କୁ ସାଧାରଣ ଖାଦ୍ୟ ଦିଆଯାଉଥିବା ବେଳେ ଧନୀ କଏଦୀଙ୍କୁ ଭଲ ଏବଂ ତାଙ୍କ ମନପସନ୍ଦର ଖାଦ୍ୟ ମିଳୁଥିବା ଅଭିଯୋଗ ହୋଇଛି ।

ପାରୋଲରେ ଯାଉଥିବା କଏଦୀଙ୍କୁ ଜେଲର କର୍ମଚାରୀ ନିଜ ଗାଡିରେ ନେଉଥିବା ଭିଡିଓ ଭାଇରାଲ୍‌ ହୋଇଛି । ସେହି କଏଦୀ ହତ୍ୟା ଅଭିଯୋଗରେ ଜେଲ୍‌ରେ ରହିଥିଲେ। ମୋବାଇଲ୍‌ରେ ଜଣେ କଏଦୀ ସମସ୍ତ କଥା ତାଙ୍କ ସ୍ତ୍ରୀଙ୍କୁ କହିଥିଲେ । ଭିଡିଓ କଲ୍‌ କରିଥିଲେ । ଏହା ଏବେ ଭାଇରାଲ୍‌ ହେବାରେ ଲାଗିଛି । ଜେଲ୍‌ର ଗୁମର ଖୋଲିଛି । ପାରୋଲରେ ଯିବା ପାଇଁ ଟଙ୍କା ମଗାଯାଉଥିବା କଥା ସେ କହିଛନ୍ତି। ଏ ନେଇ ଜେଲ୍‌ ବିଭାଗର ଡିଜି ଏବଂ ଅନ୍ୟ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ଚିଠି ପଠାଇଛନ୍ତି । ଜେଲ୍‌ ସୁପରିଟେଣ୍ଡଙ୍କୁ ତାଙ୍କ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ୍‌ ସ୍ୱିଚ୍‌ ଅଫ୍‌ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।