ପଶ୍ଚିମବଙ୍ଗରେ ୧ ଜୁନରୁ ଖୋଲିବ ଧାର୍ମିକ ସ୍ଥଳ, ୮ରୁ ସବୁ କର୍ମଚାରୀ କାମକୁ ଫେରିବେ

କୋଲକାତା ୨୯/୫: କରୋନା ସଙ୍କଟକୁ ନେଇ ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରେସ କନଫରେନ୍ସରେ କହିଛନ୍ତି କି ରାଜ୍ୟରେ ଧାର୍ମିକ ସ୍ଥଳ ୧ ଜୁନରୁ ଖୋଲି ଦିଆଯିବ । କିନ୍ତୁ ଏନେଇ କିଛି ଜରୁରୀ କଥାକୁ ମଧ୍ୟ ଧ୍ୟାନରେ ରଖାଯିବ । ମମତା ଘୋଷଣା କରି କହିଛନ୍ତି କି ୧ ଜୁନରେ ସବୁ ଧାର୍ମିକ ସ୍ଥଳ ସକାଳ ୧୦ଟାରେ ଖୋଲିବ ।

ମମତା ବାନାର୍ଜୀ ପ୍ରେସ କନଫରେନ୍ସରେ କହିଥିଲେ କି କରୋନା ଯଦି ଏହି ସ୍ପିଡରେ ବଢିବ ତେବେ ମନ୍ଦିର ଓ ମସଜିଦ୍ ବନ୍ଦ ରଖିବାର ମାନେ କଣ । ଏହା ସହିତ ସେ ସଫା ସଫା କହିଛନ୍ତି କି କୌଣସି ବି ଧାର୍ମିକ ସ୍ଥଳରେ ଏକାଠି ହେବା ପାଇଁ ଅନୁମତି ଦିଆଯିବନି । ଗୋଟିଏ ସମୟରେ କେବଳ ୧୦ ବ୍ୟକ୍ତିଙ୍କୁ ଯିବାକୁ ଅନୁମତି ମିଳିବ । ଏହା ସହିତ ସେ ଆଗକୁ କହିଛନ୍ତି ଯେ ଧାର୍ମିକ ସ୍ଥଳରେ ସାନିଟାଇଜେଶନର ପୂରା ବ୍ୟବସ୍ଥା କରାଯିବା ବାଧ୍ୟତାମୂଳକ କରାଯିବ ।

ଏହା ସହିତ ସେ ଆଉ ଏକ ବଡ ଘୋଷଣା କରି କହିଛନ୍ତି ଯେ ୮ ଜୁନରୁ ରାଜ୍ୟରେ ସବୁ ସରକାରୀ ଓ ପ୍ରାଇଭେଟ୍ କର୍ମଚାରୀ ନିଜ ନିଜ କାର୍ଯ୍ୟସ୍ଥଳକୁ ଫେରିବେ । ସେ ଏହା ମଧ୍ୟ କହିଛନ୍ତି ଯେ ଯଦି କାହାର ଲକ୍ଷଣ ନଜର ଆସୁଛି ତେବେ ଡାକ୍ତରଙ୍କ ସହିତ ଆଲୋଚନା କର । ସବୁ ଜ୍ୱର କରୋନା ନୁହେଁ, ତେଣୁ ଚିନ୍ତା କରିବାର କୌଣସି କାରଣ ନାହିଁ ।

   ସମ୍ବନ୍ଧିତ ଖବର


ଚାଟ୍‌କୁ ନେଇ ପରିବାରରେ ବିବାଦ, ଶେଷରେ ହତ୍ୟା

ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲସୋନାରୋ କରୋନା ସଂକ୍ରମିତ

ଭୁବନେଶ୍ୱର ଆରଟିଓ ଅଫିସରୁ ୩ କରୋନା ପଜିଟିଭ୍ ଚିହ୍ନଟ

ଶ୍ରୀମନ୍ଦିର ରତ୍ନସିଂହାସନରୁ ପଥର ଗାୟବ! ଦେଢ଼ଟି ପଦ୍ମ ପାଖୁଡ଼ା ନଥିବା ଅଭିଯୋଗ

ବିଶ୍ୱାସୀ ନୁହଁ ଡ୍ରାଗନ୍‌- ତୟାର ରହିଛନ୍ତି ଭରତୀୟ ଜବାନ୍‌: ବାୟୁସେନା ପକ୍ଷରୁ ଲଢୁଆ ବିମାନର ରାତ୍ରୀ କାଳିନ ପାଟ୍ରୋଲିଂ ଜାରି

ଖୁବ୍ ଶୀଘ୍ର ଲଞ୍ଚ୍ ହେବ ଇଲେକ୍ଟ୍ରିକ୍ ଭେଇକିଲ୍ Mahindra Atom, ଜାଣନ୍ତୁ ଦାମ୍ ଓ ଫିଚର୍ସ