PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲେ ଦିଦି

source:https://www.livemint.com

କୋଲକାତା,୬ ।୪(ଏଜେନ୍ସି): ରାଜ୍ୟର ୪ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ବଦଳିକୁ ନେଇ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ (ଦିଦି) ନିର୍ବାଚନ କମିଶନଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି । ଅଭିଯୋଗ କରି କହିଛନ୍ତି କମିଶନ ଶାସକ ଦଳ ବିଜେପିକୁ ସୁହାଇଲା ଭଳି ଓ ବିଜେପିର ଇଙ୍ଗୀତରେ ହିଁ କାର୍ଯ୍ୟ କରୁଛନ୍ତି । କେନ୍ଦ୍ରୀୟ ପୁଲିସ ପର୍ଯ୍ୟବେକ୍ଷକ ବିବେକ ଦୁବେଙ୍କ ନିର୍ଦ୍ଦେଶ ଅନୁସାରେ କୋଲକାତା ପୁଲିସ କମିଶନର ଅନୁଜ ଶର୍ମା, ବିଧାନ ନଗର ପୁଲିସ କମିଶନର ଜ୍ଞାନବନ୍ତ ସିଂହ, ବୀରଭୂମ ଏସ୍‌ପି ଶ୍ୟାମ ସିଂହ ଓ ଡାଇମଣ୍ଡ ହାରବର ଏସ୍‌ପି ଏସ୍‌. ସେଲଭମୁରୁଗାନଙ୍କୁ ଶୁକ୍ରବାର ରାତିରେ ହଟାଯାଇଛି । ଶାସକ ତୃଣମୂଳ କଂଗ୍ରେସ ପାଇଁ ଏହି ୪ ଜଣ ପୁଲିସ ଅଫିସର କାର୍ଯ୍ୟ କରୁଥିଲେ ବୋଲି ବିଜେପି ଅଭିଯୋଗ କରିବା ପରେ ସେମାନଙ୍କୁ ବଦଳି କରାଯାଇଛି । କିନ୍ତୁ ଏହା ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମମତା ।

ନିର୍ବାଚନ କମିଶନଙ୍କ ନିକଟକୁ ଏକ ଚିଠି ଲେଖି ସେ କହିଛନ୍ତି ଉପଯୁକ୍ତ ନୀତି ନିୟମ ପାଳନ ବିନା ଏହି ପୁଲିସ ଅଫିସରମାନଙ୍କୁ ବଦଳି କରାଯାଇଛି । ତୁରନ୍ତ ବଦଳି ଆଦେଶ ରଦ୍ଦ କରିବା ସହ କାହା ପରାମର୍ଶ ଅନୁସାରେ ଏହା କରାଯାଇଛି ତାର ତଦନ୍ତ କରିବା ଲାଗି ଦାବି କରିଛନ୍ତି । ଉକ୍ତ ଚିଠିରେ ମମତା ଉଲ୍ଲେଖ କରିଛନ୍ତି ଯେ ଗଣତନ୍ତ୍ରର ସୁରକ୍ଷା ପାଇଁ ନିର୍ବାଚନ କମିଶନ ନିରପେକ୍ଷତା ଅବଲମ୍ବନ କରିବା ଆବଶ୍ୟକ । କିନ୍ତୁ ୪ ଜଣ ପୁଲିସ ଅଫିସରଙ୍କ ବଦଳି ସଂକ୍ରାନ୍ତରେ କମିଶନ ଗତକାଲି ଜାରି କରିଥିବା ନିର୍ଦ୍ଦେଶ ଦୁର୍ଭାଗ୍ୟଜନକ । କମିଶନଙ୍କ ଏହି ନିର୍ଦ୍ଦେଶକ ଏକତରଫା ଓ ପକ୍ଷପାତପୂର୍ଣ୍ଣ । କେନ୍ଦ୍ରରେ କ୍ଷମତାସୀନ ବିଜେପିର ଇଙ୍ଗିତରେ କମିଶନ କାର୍ଯ୍ୟ କରୁଥିବା ଏଥିରୁ ପ୍ରତିୟମାନ ହେଉଛି ।

ସେହିଭଳି ଆଲିପୁର ଦୁଆର ଜିଲ୍ଲାର ବାରୋବିଶା ଠାରେ ଆୟୋଜିତ ଏକ ନିର୍ବାଚନ ର‌୍ୟାଲିରେ ମଧ୍ୟ ମମତା କମିଶନଙ୍କୁ କଡା ସମାଲୋଚନା କରିଛନ୍ତି । ଉତ୍ତମ କାର୍ଯ୍ୟ କରୁଥିବା ପୁଲିସ ଅଫିସରଙ୍କୁ ନିର୍ବାଚନ କମିଶନ ବଦଳି କରିଦେଇଛନ୍ତି । ତାଙ୍କ ହାତରେ କ୍ଷମତା ରହିଛି, ତାହା ସେ କରିପାରିବେ । କିନ୍ତୁ ରାଜ୍ୟର ଲୋକମାନଙ୍କ ସମର୍ଥନ ଆମ ପ୍ରତି ରହିଛି । ତାହା ଆମ ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ମମତା କହିଛନ୍ତି । ଏଥିସହିତ ସେ ବିଜେପିକୁ ମଧ୍ୟ ଚାଲେଞ୍ଜ ଦେଇ କହିଛନ୍ତି ଯଦି ପାରୁଛି ତାଙ୍କୁ ହଟାଇକି ଦେଖୁ । ବିଜେପି ଯେଉଁ ଷଡଯନ୍ତ୍ର ରଚନା କରୁଛି ତାକୁ ନେଇ ଆମେ ଭୟଭୀତ ନୋହୁଁ ବୋଲି ମମତା ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର